ଘର କିମ୍ବା ଅଫିସ୍‌ରେ ବାଉଁଶ ଗଛ ଲଗାଇବା ସମୟରେ ରଖନ୍ତୁ ଖାସ୍‌ ଧ୍ୟାନ; ନଚେତ୍‌ ଓଲଟା ପଡ଼ିବ ପ୍ରଭାବ

ବାସ୍ତୁ ଶାସ୍ତ୍ର ମୁତାବକ, ଘରେ କିମ୍ବା ଅଫିସ୍‌ରେ ଛୋଟ ଗଛ ଲଗାଇବା ଶୁଭ ହୋଇଥାଏ। ବାସ୍ତବରେ, ଗଛଲତାରୁ ବାହାରୁଥିବା ସକାରାତ୍ମକ ଶକ୍ତି ଆପଣ ରହୁଥିବା ପରିବେଶରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିଥାଏ। ବାସ୍ତୁରେ ବାଉଁଶ ଗଛକୁ ଚମତ୍କାରୀ ବୋଲି କୁହାଯାଏ। ଆସନ୍ତୁ ଜାଣିବା ବାଉଁଶ ଗଛ ସହ ଜଡ଼ିତ କିଛି ଖାସ୍‌ କଥା।

-ଯଦି ଘରେ ବାଉଁଶ ଗଛ ଲଗାଉଛନ୍ତି, ତ କବାଟ କି ଝରକା ପାଖରେ ଏମିତି ଜାଗା ନ ବାଛନ୍ତୁ, ଯେଉଁଠି ଖରା ଆସୁଥିବ। କାହିଁକି ନା, ଖରାରେ ଏହି ଗଛ ଖରାପ ହୋଇଯିବ, ଯାହାର ସିଧା ପ୍ରଭାବ ଘରର ଆର୍ଥିକ ସ୍ଥିତି ଉପରେ ମଧ୍ୟ ପଡ଼ିବ।

-ବାଉଁଶ ଗଛ ଲଗାଇବା ପାଇଁ ସବୁଠାରୁ ଭଲ ଦିଗ ହେଉଛି ପୂର୍ବ। ଏହି ଦିଗରେ ବାଉଁଶ ଗଛ ଲଗାଇବା ଦ୍ୱାରା ଘରେ ସୁଖ, ଶାନ୍ତି ଲାଗି ରହିଥାଏ। ଏଥି ସହିତ ପରିବାର ଲୋକଙ୍କ ଆର୍ଥିକ ସ୍ଥିତି ଭଲ ରହିଥାଏ।

-ବାସ୍ତୁ ଶାସ୍ତ୍ର ଅନୁସାରେ, ୨ରୁ ୩ ଫୁଟ ଉଚ୍ଚ ପର୍ଯ୍ୟନ୍ତ ବଢ଼ୁଥିବା ବାଉଁଶ ଗଛ ଲଗାଇବା ଶୁଭ ହୋଇଥାଏ। ଅଫିସ୍‌ରେ ବାଉଁଶ ଗଛ ଲଗାଇଲେ ପରିବେଶ ଶୁଦ୍ଧ ରହିଥାଏ। ଏଥି ସହିତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏହାଛଡ଼ା ଅଫିସ୍‌ରେ ଲଗାଇଥିବା ବାଉଁଶ ଗଛର ପାଣିକୁ ସପ୍ତାହରେ ଥରେ ବଦଳାଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ।

-ବାଉଁଶ ଗଛ ଲଗାଇବା ଦ୍ୱାରା ରୋଗ ଦୂର ହୋଇଥାଏ ଏବଂ ଶରୀର ସୁସ୍ଥ ରହିଥାଏ। ଏଥି ସହିତ ବାଉଁଶ ଗଛକୁ ବେଡ୍‌ରୁମରେ ବି ରଖାଯାଇ ପାରିବ। ଏହା ଦାମ୍ପତ୍ୟ ଜୀବନରେ ମଧୁରତା ଆଣିଥାଏ।

-ବାଉଁଶ ଗଛକୁ କାଚ ଦାନୀ କିମ୍ବା ବାଉଲରେ ପାଣି ପକାଇ ଲାଲ୍‌ ରଙ୍ଗ ରିବନରେ ବାନ୍ଧି ରଖିବା ଉଚିତ୍‌। କ୍ୟାରିୟରରେ ସଫଳତା ପାଇଁ ଷ୍ଟଡି ରୁମ୍‌ରେ ୪ଟି ବାଉଁଶ ଗଛ ଲଗାନ୍ତୁ।

Leave A Reply

Your email address will not be published.