ସକାଳ ଜଳଖିଆରେ ଖାଆନ୍ତୁ ପ୍ରୋବାୟୋଟିକ ଯୁକ୍ତ ଖାଦ୍ୟ, କଣ ଲାଭ ମିଳିବ ଜାଣନ୍ତୁ

ସକାଳ ସମୟରେ ଆମେ ସାଧାରଣତଃ ଜଳଖିଆରେ ଇଟଲି, ଦୋଷା, ଉପମା, ପୁରୀ, ଆଳୁକଷା ଆଦି ଖାଇବାକୁ ପସନ୍ଦ କରୁ । ଜଳଖିଆ ପେଟଭର୍ତ୍ତି ଖାଇଦେଲେ ଆଉ ଏତେ ଡର ନ ଥାଏ । କଥାରେ ଅଛି ସକାଳ ଜଳଖିଆ ରାଜା ଭଳି, ଦିନ ଖାଇବା ମନ୍ତ୍ରୀ ଭଳି, ରାତି ଖାଇବା ସେନାପତି ଭଳି ହେବା ଆବଶ୍ୟକ | କିନ୍ତୁ ଜଳଖିଆ ଯଦି ସ୍ୱାଦିଷ୍ଟ, ଉତ୍ତମ ତଥା ସ୍ୱାସ୍ଥ୍ୟକାରୀ ହୁଏ ତାହେଲେ ଆମ ଶରୀର ସୁସ୍ଥ ରୁହେ | ବିଶେଷ କରି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଦକ୍ଷିଣ ଭାରତୀୟ ଖାଦ୍ୟ ଖୁବ ଲାଭଦାୟକ ହୋଇଥାଏ । ଆଉ ଏହି ଲିଷ୍ଟରେ ଆଗରେ ଅଛି ଇଡ଼ଲି ଆଉ ଦୋସା | ଇଟଲି ଓ ଦୋଷା ତିଆରି କରିବା ସମୟରେ ଇଷ୍ଟ ବ୍ୟବହାର କରାଯାଏ । ଅନେକେ ଜାଣି ନଥିବା ଇଷ୍ଟରେ ଉପକାରୀ ବ୍ୟାକ୍ଟେରିଆ ଥାଆନ୍ତି । ଏହାର ବହୁତ ଲାଭଦାୟୀ ଗୁଣ ରହିଛି । ଏଭଳି ଖାଦ୍ୟକୁ ପ୍ରୋବାୟୋଟିକ ଖାଦ୍ୟ କୁହାଯାଏ । ଏହା ଶରୀର ପାଇଁ ଖୁବ ଲାଭ ଦେଇଥାଏ । କରୋନା ସଂକ୍ରମଣରୁ ସୁସ୍ଥ ହେବାପାଇଁ ଡାକ୍ତରମାନେ ପ୍ରୋବାୟୋଟିକ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦେଉଛନ୍ତି । ଆସନ୍ତୁ ଜାଣିବା ପ୍ରୋବାୟୋଟିକ ଖାଦ୍ୟ କଣ ଓ ଏହା ଖାଇବାର ଉପକାରିତା ବିଷୟରେ

ଏହି ଖାଦ୍ୟ ଆମ ହଜମ ପ୍ରକ୍ରିୟାକୁ ସ୍ୱାଭାବିକ ରଖିବା ସହିତ ଡାଇରିଆ ଭଳି ରୋଗରୁ ସୁରକ୍ଷା ଦେଇଥାଏ । ମହିଳାମାନଙ୍କ ପାଇଁ ଏହା ଖୁବ ଫଳପ୍ରଦ ହୋଇଥାଏ । ଏହା ଭେଜାଇନାଲ ଓ ୟୁରିନାରି ଟ୍ରାକକୁ ସୁସ୍ଥ ରଖିଥାଏ । ପ୍ରୋବୟୋଟିକ ଖାଦ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ବିଭିନ୍ନ ପ୍ରକାର ଏଲର୍ଜିରୁ ରକ୍ଷା କରିଥାଏ । ଅଧିକ ଆଣ୍ଟିବାୟୋଟିକ ଔଷଧ ଖାଇବା ଦ୍ୱାରା ହେଉଥିବା ପାର୍ଶ୍ୱ ପ୍ରତିକ୍ରିୟାରୁ ପ୍ରୋବାୟୋଟିକ ଖାଦ୍ୟ କମ କରିଥାଏ ।

ପେଟ ଭଲ ରଖିବା ପାଇଁ ବିଦେଶରେ ଲୋକମାନେ ପ୍ରୋବାୟୋଟିକ ସପ୍ଲିମେଣ୍ଟ ଖାଇଥାଆନ୍ତି । ଏବେ ଭାରତରେ ମଧ୍ୟ ଏହି ଢାଞ୍ଚା ବଢ଼ିବାରେ ଲାଗିଛି । କିନ୍ତୁ ନିୟମ ଅନୁସାରେ ବଜାରରେ ମିଳୁଥିବା ସପ୍ଲିମେଣ୍ଟ ଠାରୁ ଭାରତୀୟ ଖାଦ୍ୟ ଖାଇବା ଦ୍ୱାରା ଅଧିକ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ପ୍ରାକୃତିକ ପ୍ରୋବାୟୋଟିକ୍ସ ପାଇଁ ଆପଣ ନିୟମିତ ଖାଦ୍ୟରେ ଦହି, ପନୀର, ଇଟଲି, ଦୋଷା ଓ ବଟରମିଲ୍କ ସାମିଲ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.