ବର୍ଷା ଋତୁରେ ଇମ୍ୟୁନିଟି ବଢ଼ାଇବା ପାଇଁ ଖାଆନ୍ତୁ ଏହି ଫଳ ଓ ପରିବା, ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

ବର୍ଷା ଋତୁରେ ଅଧିକ ଦେହ ଖରାପ ହୋଇଥାଏ । ଏହି ସମୟରେ ଆମ ଶରୀରର ଇମ୍ୟୁନିଟି ଦୁର୍ବଳ ହୋଇଯାଇଥାଏ । ଫଳରେ କାଶ, ଥଣ୍ଡା ଓ ବିଭିନ୍ନ ପ୍ରକାର ସଂକ୍ରମଣର ଆମେ ଶିକାର ହୋଇଥାଉ । ଯଦି ଆପଣ ଏହି ସମୟରେ ଖାଦ୍ୟ ପାନୀୟ ଉପରେ ନଜର ରଖିବେ ତେବେ ସଂକ୍ରମଣ ଓ ରୋଗ ଦାଉରୁ ରକ୍ଷା ପାଇପାରିବେ । ବର୍ଷା ଋତୁରେ ସୁସ୍ଥ ରହିବା ପାଇଁ ଆସନ୍ତୁ ଜାଣିବା କେଉଁ କେଉଁ ଫଳ ଓ ପରିବା ଖାଇବା ଜରୁରୀ ।
ବର୍ଷା ଋତୁରେ ଇମ୍ୟୁନିଟି ବଢ଼ାଇବା ପାଇଁ ଖାଆନ୍ତୁ ଏହି ଫଳ ଓ ପରିବା

ସେଓ : ଦିନକୁ ଅତି କମରେ ଗୋଟିଏ ସେଓ ଖାଇବା ଦ୍ୱାରା ରୋଗ ଦାଉରୁ ରକ୍ଷା ପାଇ ପାରିବେ । ଚେଷ୍ଟା କରନ୍ତୁ ସେଓ ଯେପରି ସକାଳ ସମୟରେ ଖାଇବେ । ସେଓରେ ଫାଇବର ଭରପୁର ମାତ୍ରାରେ ଥିବାରୁ ବର୍ଷା ଋତୁରେ ଏହା ପାଚନ ତନ୍ତ୍ର ଠିକ୍‌ ରଖିଥାଏ ।

ଲିଚୁ : ବର୍ଷା ଋତୁରେ ଅଧିକ ମାତ୍ରାରେ ଲିଚୁ ଖାଇବା ଉଚିତ୍‌ । ଲିଚି ଖାଇବା ଦ୍ୱାରା ଇମ୍ୟୁନିଟି ବୃଦ୍ଧି ପାଇଥାଏ । ବ୍ଲଡ ସର୍କୁଲେସନ୍‌ ବି ଠିକ୍‌ ରହିଥାଏ । ଏଥିରେ ଭରପୁର ଆଣ୍ଟି ଭାଇରାଲ ଗୁଣ ରହିଥାଏ ।

anar
photo credit: JSfresh.com

ଡାଳିମ୍ବ (ଅନାର) : କୌଣସି ବି ଋତୁରେ ଡାଳିମ୍ବ ଖାଇ ପାରିବେ । ଯଦି ବର୍ଷା ଋତୁରେ ଏହାକୁ ଖାଇବେ ତେବେ ଏହା ଆପଣଙ୍କ ଇମ୍ୟୁନିଟିକୁ ବୃଦ୍ଧି କରିଥାଏ । ଏଥିରେ ଆଣ୍ଟି ଇନ୍‌ଫ୍ଲାମାଟାରୀ ମାତ୍ରା ଅଧିକ ଥିବାରୁ ଏହା ଶରୀରର ମେଟାବୋଲିଜିମ୍‌ ବୃଦ୍ଧି କରିଥାଏ । ଡାଳିମ୍ବ ଶରୀରରେ ରେଡ୍‌ ବ୍ଲଡ୍‌ ସେଲ ବଢ଼ାଇଥାଏ ।

ବିଟ୍‌ : ବର୍ଷା ଋତୁରେ ବିଟ୍‌ ଖାଇବା ଦ୍ୱାରା ପାଚନ କ୍ରିୟା ବୃଦ୍ଧି ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଓଜନ ବି କମ୍‌ ହୋଇଥାଏ । ଶରୀରର ଇମ୍ୟୁନିଟି ବୃଦ୍ଧି କରିବା ସହ ବାଳ ଓ ଶରୀର ରଙ୍ଗ ଉପରେ ଏହା ଭଲ ପ୍ରଭାବ ପକାଇଥାଏ ।

Bitter_gourd

କଲରା : ବର୍ଷା ଋତୁରେ କଲରା ଜରୁର ଖାଇବା ଉଚିତ୍‌ । କଲରାରେ ଥିବା ଆଣ୍ଟି ଇନ୍‌ଫ୍ଲାମାଟାରୀ ଗୁଣ କୋଷ୍ଠ କାଠିନ୍ୟ , ଅଲ୍‌ସର ଓ ମ୍ୟାଲେରିଆ ଭଳି ରୋଗ ପ୍ରତିରୋଧ କରିଥାଏ । ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ । ତେଣୁ ସପ୍ତାହରେ ୨-୩ ଦିନ କଲରା ନିଶ୍ଚୟ ଖାଆନ୍ତୁ ।

ଲେମ୍ବୁ : ଗରମ ହେଉ ବା ବର୍ଷା ଋତୁ ଲେମ୍ବୁ ବହୁତ ଲାଭକାରୀ ହୋଇଥାଏ । ଲେମ୍ବୁରେ ଭରପୁର ମାତ୍ରାରେ ଭିଟାମିନ୍‌ ସି ରହିଥାଏ । ଯାହା ଆମର ଇମ୍ୟୁନିଟି ସିଷ୍ଟମକୁ ମଜଭୁତ ରଖିବା ସହ ରୋଗ ଦୂର କରିଥାଏ ।

Leave A Reply

Your email address will not be published.