ୟୁରିନ୍ ଇନଫେକ୍ସନରୁ ଆଶ୍ବସ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର

ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ୟୁରିନ ଇନଫେକ୍ସନର ଶିକାର ହୋଇଥାନ୍ତି। ପ୍ରାୟ ୭୦ ପ୍ରତିଶତ ମହିଳାଙ୍କୁ ଠାରେ ନିଶ୍ଚୟ ୟୁରିନ ଇନଫେକ୍ସନ ସମସ୍ୟା ହୋଇଥାଏ। ୟୁରିନ ଇନଫେକ୍ସନର ମୁଖ୍ୟ କାରଣ ଅଧିକ ସମୟ ଯାଏଁ ପରିସ୍ରା ଅଟକାଇ ରଖିବା। ଅଧିକ ସମୟ ଯାଏଁ ପରିସ୍ରା ଅଟକାଇ ରଖିବା ଯୋଗୁଁ ପିତ୍ତାଶୟ ବ୍ୟାକ୍ଟେରିଆ ଜମା ହୋଇଯାଏ। ଫଳରେ ଇନଫେକ୍ସନ ହୋଇଥାଏ।

ୟୁରିନ ଇନଫେକ୍ସନ ହେଲେ ପରିସ୍ରା ସମୟରେ ଜ୍ବଳନ, ବାରମ୍ବାର ପରିସ୍ରା ଲାଗିବା, ଅଣ୍ଟା, ପେଟ ଓ ପିଠି ଦରଜ ସହ ଜ୍ୱର ମଧ୍ୟ ହୋଇଥାଏ। ଏହିସବୁ ଲକ୍ଷଣକୁ ନଜରଅନ୍ଦାଜ କଲେ ଇନଫେକ୍ସନ କିଡନୀକୁ ମଧ୍ୟ ପ୍ରଭାବିତ କରିଥାଏ। ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ଜରୁରୀ। ୟୁରିନ ଇନଫେକ୍ସନର ଘରୋଇ ଉପଚାର ମଧ୍ୟ ଅଛି। ଜାଣନ୍ତୁ କଣ ?

୧. ୫୦ ଗ୍ରାମ ଅଁଳା ରସରେ ୩୦ ଗ୍ରାମ ମହୁ ମିଶାଇ ଦିନକୁ ୩ଥର ସେବନ କରନ୍ତୁ। ଏହାକୁ ସପ୍ତାହେ ଯାଏଁ ସେବନ କରନ୍ତୁ। ଜ୍ବଳନ ଭଲ ହୋଇଯିବ।

୨. ଦିନକୁ ୫-୬ ଲିଟର ପାଣି ପିଅନ୍ତୁ। ବ୍ଲାଡରରେ ବ୍ୟାକ୍ଟେରିଆ ଜମା ହେଲେ ୟୁରିନ ଇନଫେକ୍ସନ ହୋଇଥାଏ। ଅଧିକ ପାଣି ପିଇଲେ ବ୍ଲାଡରରେ ବ୍ୟାକ୍ଟେରିଆ ଜମା ହୋଇପାରେ ନାହିଁ ଓ ସଂକ୍ରମଣରୁ ରକ୍ଷା ମିଳିଥାଏ।

Drinking water

୩. ୧୫ ଗ୍ରାମ ଧନିଆକୁ ରାତିରେ ପାଣିରେ ଭିଜେଇ ଦେବେ ସକାଳେ ଏହାକୁ ଥଣ୍ଡାଇ ଭଳି ଗ୍ରାଇଣ୍ଡ କରି ଛାଣି ଦେବେ। ଏଥିରେ ମିଶ୍ରି ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ଜ୍ବଳନ ଭଲ ହୋଇଯିବ।

୪. ଧନିଆ ଓ ଅଁଳା ଚୁର୍ଣ୍ଣ ସମାନ ମାତ୍ରାରେ ମିଶାଇ ରାତିରେ ଭିଜେଇ ଦେବେ। ସକାଳେ ତାକୁ ଛାଣି ସେବନ କରିବେ। ଏହାଦ୍ୱାରା ୟୁରିନ ଇନଫେକ୍ସନରୁ ଆଶ୍ବସ୍ତି ମିଳିବ।

୫. ଖଟା ଫଳ ସେବନ କରିବେ। ଖଟା ଫଳରେ ସାଇଟରିକ ଏସିଡ ରହିଛି ଯାହା ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସାହାଯ୍ୟ କରେ। ସେଥିପାଇଁ ୟୁରିନ ଇନଫେକ୍ସନ ହେଲେ ଖଟା ଫଳ ସେବନ କରିବା ଉଚିତ।

 

Leave A Reply

Your email address will not be published.