ମହୋଷଧୀ ଭଳି କାମ କରିଥାଏ ତେନ୍ତୁଳି ପତ୍ର, ଜାଣନ୍ତୁ ଏହାର ଔଷଧୀୟ ଗୁଣ

ଭାରତୀୟମାନେ ଡାକ୍ତରଙ୍କ ଉପରେ ବିଶ୍ବାସ କରିବା ସହ ଘରୋଇ ଉପଚାର ଉପରେ ବିଶ୍ବାସ କରନ୍ତି। ଆଈ ମା’ କାଳରୁ ରହି ଆସିଥିବା କିଛି ଘରୋଇ ଉପଚାର ଆଜି ମଧ୍ୟ ମଣିଷ ଜୀବନର ଛୋଟ ବଡ ରୋଗ ଭଲ କରିବା​‌ରେ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଡାକ୍ତରଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଆଈ ମା’ ଅମଳର କିଛି ଘରୋଇ ଉପଚାର ବ୍ୟବହାର କରି ରୋଗକୁ ନିୟନ୍ତ୍ରଣାଧୀନ କରାଯାଇ ପାରୁଛି। ସେହିପରି ଆଜି ଆମେ ଏପରି ଏକ ଔଷଧୀୟ ଗୁଣରେ ଭରପୁର ଥିବା ପତ୍ର ବିଷୟରେ ଜାଣିବା, ଯାହା ଦ୍ବାରା ସଂକ୍ରମଣ, ଘା, କୁଣ୍ଡିଆ ଏବଂ ଫୁଲିବା ଭଳି ରୋଗକୁ ଭଲ କରିପାରିବା। ସେହି ପତ୍ରଟି ହେଉଛି କଇଁଆ ବା ତେନ୍ତୁଳି ଗଛର ପତ୍ର। ଏହି ପତ୍ର ଦ୍ବାରା ତ୍ବଚା ସଂକ୍ରମଣଜନିତ ରୋଗକୁ ରୋକ ଯାଇପାରିବ ଏବଂ ଏହାର ଲକ୍ଷଣରୁ ମଧ୍ୟ ମୁକ୍ତି ମିଳି ପାରିବ।

  • ତେନ୍ତୁଳି ଗଛର ପତ୍ରରେ ଭିଟାମିନ୍ ସି ଭରପୁର ମାତ୍ରାରେ ରହିଥାଏ। ଯାହା ଦ୍ବାରା କୌଣସି ସୂକ୍ଷ୍ମଜୀବ ସଂକ୍ରମଣରୁ ଶରୀରକୁ ରକ୍ଷା କରାଯାଇପାରିବ। ଯାହା ଦ୍ବାରା ଶରୀର ସୁସ୍ଥ ରହିଥାଏ। ତେନ୍ତୁଳି ପତ୍ରରୁ ରସ ବାହାର କରି ଘା’ରେ ଲଗାଇବା ଦ୍ବାରା ତାହା ଶୀଘ୍ର ସୁଖି ଯାଇଥାଏ। ଏହା ସହ ନୂଆ କୋଷିକା ମଧ୍ୟ ପ୍ରସ୍ତୁତ କରିଥାଏ।
  • ତେନ୍ତୁଳି ପତ୍ର ସେବନ କରିବା ଦ୍ବାରା ଶରୀରରେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ। ଯାହା ଦ୍ବାରା ମଧୁମେହ ଭଳି ରୋଗ ନିୟନ୍ତ୍ରିତ ରହିଥାଏ।

ଏହାସହ ପଢନ୍ତୁ ଏହିସବୁ ରୋଗରୁ ରକ୍ଷାକରେ ବଡ଼ ଅଳେଇଚ

  • ସାଧାରଣତଃ ଦାନ୍ତମାଢି ଓ ନଖ ଦୁର୍ବଳ ହେବା ସହ ଥକ୍କାପଣ ଭଳି ଲକ୍ଷଣ ଦେଖିବାକୁ ମିଳେ। ତେନ୍ତୁଳି ପତ୍ରକୁ ଚୋବାଇବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ। କାରଣ ତେନ୍ତୁଳି ପତ୍ରରେ ଏକ ପ୍ରକାର ଏସିଡ୍‌ ଥାଏ, ଯାହା ଆଣ୍ଟି-ସ୍କର୍ବୀ ଭିଟାମିନ୍ ଭଳି କାର୍ଯ୍ୟ କରେ।
  • ଶରୀରରେ ଆଣ୍ଠୁଗଣ୍ଠି ଓ ପାଦ ଫୁଲିବା ଭଳି ସମସ୍ୟା ଦେଖା ଦେଲେ, ତେନ୍ତୁଳି ପତ୍ରର ରସକୁ ବ୍ୟବହାର କରି ଏହାକୁ ଦୂର କରି ପାରିବେ। ଏହା ପ୍ରଭାବକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏଥିରେ ଅମୃତ ଭଣ୍ଡା, ଲୁଣ ଓ ପାଣି ମିଶାଇ ପାରିବେ। ତେବେ ଧ୍ୟାନ ରଖିବେ ଯେ, ଲୁଣର ମାତ୍ରା ଯେପରି କମ୍ ରୁହେ।
  • ତେନ୍ତୁଳି ପତ୍ରରେ ଫୁଲିବା କମ୍ କରିବା ଗୁଣ ରହିଛି। ଯାହାକୁ ଅଣ୍ଠୁଗଣ୍ଠି ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ଫୁଲାଫୁଲି ଜନିତ ରୋଗକୁ ଭଲ କରାଯାଇପାରିବ।
KNews Bureau

Recent Posts

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…

16 mins ago

ଯୁବକ ଗିଳିଦେଲେ ଛୁଞ୍ଚି, ଲୁହା କଣ୍ଟା ଓ ନଟ-ବୋଲ୍ଟ, ମାନସିକ ସ୍ତରରେ ଦୁର୍ବଳ ହୋଇ କଲେ ଏମିତି କାଣ୍ଡ

ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…

17 mins ago

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…

49 mins ago

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

60 mins ago

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…

1 hour ago

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

2 hours ago