ଧଳା କେଶକୁ କଳା କରିଦେବ ତେନ୍ତୁଳି ପତ୍ର ପେଷ୍ଟ, ଜାଣନ୍ତୁ କେମିତି କରିବେ ବ୍ୟବହାର

ସମସ୍ତଙ୍କୁ କଳା ଏବଂ ଘନ କେଶ ବହୁତ ପସନ୍ଦ ଆସିଥାଏ। କିନ୍ତୁ ଆଜିକାଲି କମ୍‌ ବୟସରେ ମଧ୍ୟ କେଶ ଧଳା ହେବା ସହିତ ପ୍ରଚୁର ମାତ୍ରାରେ ଝଡୁଛି। ଟେନସନ ଯୋଗୁଁ ଏପରି ହୋଇଥାଏ । କେବଳ ବୟସ୍କ ନୁହେଁ ବରଂ ଛୋଟ ପିଲାଙ୍କର ଆଜିକାଲି ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଏଥିରୁ ବର୍ତ୍ତିବା ପାଇଁ କେଶକୁ ଛୋଟ କରି କାଟୁଛନ୍ତି ଆଜିକାଲିର ଯୁବପିଢି। ଯାହାର ଫାଇଦା କିଛି ବି ମିଳୁନି। ଆଜିକାଲିର ଯୁବପିଢି କେମିକାଲ ଯୁକ୍ତ ହେୟାର ଡାଏ ମଧ୍ୟ ବ୍ୟବହାର କରୁଛନ୍ତି। ଯେଉଁଥିପାଇଁ କେଶ ରୁକ୍ଷ ହୋଇଯାଉଛି।

ତେନ୍ତୁଳି ସ୍ୱାଦରେ ହୁଏତ ଖଟା କିନ୍ତୁ ସମସ୍ତେ ଏହାର ଖଟା ସ୍ୱାଦକୁ ବହୁତ ପସନ୍ଦ କରନ୍ତି। ଏହାକୁ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ମିଳିଥାଏ। ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ଫାଇବର, ଆଇରନ୍, କ୍ୟାଲସିୟମ୍, ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଭଳି ଅନେକ ଉପାଦାନ ରହିଥାଏ। ଯାହା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଶରୀରରେ ରକ୍ତ ଅଭାବ ପୂରଣ କରିବାରେ ତେନ୍ତୁଳି ସାହାଯ୍ୟ କରେ।

ହୃଦୟ ବା ହାର୍ଟ ସୁସ୍ଥ ରଖିବା ପାଇଁ ତେନ୍ତୁଳି ଖାଇବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। କାରଣ ଫ୍ଲାଭୋନାଏଡ୍ ରହିଛି ତେନ୍ତୁଳି ଯାହା ଖରାପ କୋଲୋଷ୍ଟ୍ରୋଲକୁ ହ୍ରାସ କରିଥାଏ। ଏହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତେବେ ପ୍ରାକୃତିକ ଭାବେ କିଭଳି ଧଳା କେଶକୁ କଳା କରିବେ ଜାଣନ୍ତୁ …

ଧଳା କେଶକୁ କଳା କରିବାର ସବୁଠୁ ଭଲ ଉପାୟ ହେଉଛି କେମିକାଲଯୁକ୍ତ ହେୟାର କଲର ବ୍ୟବହାର କରନ୍ତୁ ନାହିଁ। ଏଥିପାଇଁ ନ୍ୟାଚୁରାଲ ଉପାୟ ଆପଣାନ୍ତୁ। ଯାହାଦ୍ୱାରା କେଶକୁ କିଛି କ୍ଷତି ପହଞ୍ଚିବ ନାହିଁ। ବିଶେଷଜ୍ଞଙ୍କ କହିବାନୁଯାୟୀ, ଏକ ଖଟା ଫଳର ପତ୍ରକୁ ବ୍ୟବହାର କରିବା ଦ୍ୱାରା ଏହାର ପ୍ରଭାବ ଖୁବଶୀଘ୍ର ମିଳିଥାଏ। ତେନ୍ତୁଳି ପତ୍ରକୁ ଆପଣ ଧଳା କେଶ ପାଇଁ ବ୍ୟବହାର କରିପାରିବେ।

ତେନ୍ତୁଳି ପତ୍ରକୁ ନ୍ୟାଚୁରାଲ ହେୟାର କଲର ଭଳି ଆପଣ ବ୍ୟବହାର କରିପାରିବେ। ତେନ୍ତୁଳି ଖାଇବାକୁ ଖଟା ଲାଗିଥାଏ। ତେବେ ଏହାହକୁ କେଶ ପାଇଁ କେମିତି ବ୍ୟବହାର କରିବେ।

ତେନ୍ତୁଳି ପତ୍ରରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଏବଂ ରୁପି ସମସ୍ୟା ଦୂର ପୋଷକ ତତ୍ତ୍ୱ ରହିଥାଏ। ଯାହା କେଶକୁ କଳା କରିଥାଏ। ଏହାକୁ ବ୍ୟବହାର କରିବା ଦ୍ୱାରା କେଶରେ ଜମା ମଇଳା ଦୂର ହୋଇଥାଏ।

ତେନ୍ତୁଳି ପତ୍ରକୁ ଭଲଭାବେ ଗ୍ରାଇଣ୍ଡିଂ କରି ସେଥିରେ ଦହି ମିଶାଇ ଦିଅନ୍ତୁ। ଏବେ ଏହାକୁ ମୁଣ୍ଡରେ ମାଲିସ କରିବା ପରେ ଶୁଖିବାକୁ ଛାଡିଦିଅନ୍ତୁ। ତା’ ପରେ ମୁଣ୍ଡକୁ ଭଲ ପାଣିରେ ଧୋଇଦିଅନ୍ତୁ। ଏପରି କିଛି ସପ୍ତାହ କରିବା ପରେ ଧଳା କେଶ କଳା ହୋଇଯିବ।

Leave A Reply

Your email address will not be published.