ହୃଦ୍ ରୋଗ ଓ କ୍ୟାନ୍ସର ପରି ରୋଗରୁ ମୁକ୍ତି ଦେବ ସାରୁ, ଜାଣନ୍ତୁ ଏହାର ଉପକାରିତା

ଆପଣ ଜାଣିଥିବେ ଅନେକ ସମୟରେ ଡ଼ାକ୍ତର ପ୍ରାୟ ସବୁ ପ୍ରକାର ପନିପରିବା ଖାଇବାକୁ ନିର୍ଦ୍ଦେଶ ଦିଅନ୍ତି। କାରଣ ସବୁ ପନିପରିବାରେ ଭରପୁର ମାତ୍ରାରେ ଭରି ରହିଛି ପୋଷୋଣ ଓ ଆଣ୍ଟିଅକ୍ସିଡାଣ୍ଟ। କିନ୍ତୁ ଆଜି ଆମେ ଏମିତି ଏକ ପରିବା ବିଷୟରେ ଜାଣିବା, ଯାହାକି ହୃଦ୍ ରୋଗ ଓ କ୍ୟାନ୍ସର ପରି ମାରାତ୍ମକ ରୋଗରୁ ଆପଣଙ୍କୁ ରକ୍ଷା କରିବ।

ଆପଣ ଜାଣିଛନ୍ତି ଭାରତରେ ଲୋକଙ୍କ ଖାଦ୍ୟ ଅଭ୍ୟାସ ଏତେ ଅସ୍ୱାସ୍ଥ୍ୟକର ଯେ ଏହି କାରଣରୁ ଅନେକ ସମୟରେ ହୃଦ୍ ରୋଗ ଏବଂ ପେଟ ରୋଗ ହେବାର ଆଶଙ୍କା ରହିଥାଏ। କିନ୍ତୁ ଏକ ନିର୍ଦ୍ଦିଷ୍ଟ ପନିପରିବା ଖାଇ ଏହି ସମସ୍ୟାର ଟେନସନ ଦୂର ହୋଇପାରିବ। ତେବେ ଏହି ପରିବା ହେଉଛି ସାରୁ। ଯାହାକି ଅନେକ ପନିପରିବା ମଧ୍ୟରୁ ଗୋଟିଏ ଭିନ୍ନ ପରିବା। ଏହା ପାଟିକୁ ସ୍ବାଦିଷ୍ଟ ନ ହେଲେ ମଧ୍ୟ ପେଟ ପାଇଁ ଓ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଇଂରାଜୀରେ ଏହାକୁ ଟ୍ୟାରୋ ରୁଟ୍ କୁହାଯାଏ। ଏହାକୁ ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ରକ୍ଷା ପାଇବେ। ଏଥିରେ ଫାଇବର ଭରପୂର ପରିମାଣରେ ରହିଛି ଏବଂ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବାରେ ବହୁତ ପ୍ରଭାବଶାଳୀ । ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଏହି ସାରୁ ଏବଂ ହାର୍ଟ ପାଇଁ ସାରୁ ବ୍ୟବହାର ମଧ୍ୟ ଉପକାରୀ ବୋଲି ବିବେଚନା କରାଯାଏ।ସାରୁର ଉପକାରିତା:

taro root
picture credit – Zeenews

୧. ସାରୁ ଖାଇବା ଦ୍ବାରା ହୃଦରୋଗ ଏବଂ କର୍କଟ ରୋଗର ଆଶଙ୍କା କମିଯିବ:
ସାରୁ ବା ଆର୍ବିରେ ଅଧିକ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ସି ଓ ଇ ରହିଛି। ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରି ଆପଣ ହୃଦରୋଗ ଏବଂ କର୍କଟ ଭଳି ଗମ୍ଭୀର ରୋଗର ଆଶଙ୍କା କମାଇ ପାରିବେ।

୨. ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରେ ସାରୁ:
ଆର୍ବି ବା ସାରୁ ଷ୍ଟାର୍କରେ ଭରପୂର ଏବଂ ଏଠାରେ ଦୁଇ ପ୍ରକାରର କାର୍ବୋହାଇଡ୍ରେଟ୍ ଅଛି, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ। ସାରୁ ଖାଇବା ଦ୍ୱାରା କାର୍ବୋହାଇଡ୍ରେଟ୍ର ହଜମ ଏବଂ ଅବଶୋଷଣ ମନ୍ଥର ହୋଇଯାଏ ଏବଂ ଖାଇବା ପରେ ତୁରନ୍ତ ରକ୍ତରେ ଶର୍କରା ର ସ୍ପାଇକ୍ ରୋକିଥାଏ।

୩. ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ସାରୁ:
ପୋଷକ ତତ୍ତ୍ୱରେ ଭରପୂର ସାରୁ ବ୍ୟବହାର ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ। ଏଥିରେ ଥିବା ଭିଟାମିନ୍ ସି ଏକ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

୪. ଓଜନ ହ୍ରାସ କରିବାରେ ପ୍ରଭାବଶାଳୀ:
ଓଜନ ହ୍ରାସ କରିବାରେ ସାରୁ ମଧ୍ୟ ପ୍ରଭାବଶାଳୀ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ପେଟ ରୋଗ ମଧ୍ୟ ଦୂରେଇ ରୁହେ। ଏହି ସାରୁ ଖାଇବା ଦ୍ଵାରା ଦିନସାରା କ୍ୟାଲୋରୀ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ସାରୁରେ କ୍ୟାଲୋରୀ ପରିମାଣ କମ୍ ଥାଏ, ତେଣୁ ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଖାଦ୍ୟରେ ଏହି ପରିବା ଅନ୍ତର୍ଭୁକ୍ତ କରନ୍ତୁ।

୬. ପେଟ ସମ୍ବନ୍ଧୀୟ ସମସ୍ୟା ଦୂରରେ:
ସାରୁରେ ପ୍ରଚୁର ପରିମାଣର ଫାଇବର ମିଳିଥାଏ । ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ସହଜ କରିଥାଏ। ଏହା ସହିତ ଗ୍ୟାସ୍, କୋଷ୍ଠକାଠିନ୍ୟ ପରି ସମସ୍ୟା ମଧ୍ୟ ଦୂର କରେ।

୬. ଆଖିଦୃଷ୍ଟି ମଧ୍ୟ ବଢ଼ାଏ:
ସାରୁ ଖାଇବା ମଧ୍ୟ ଆଖିର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ସହିତ ଭିଟାମିନ୍ ଏ ଏବଂ ସି ପରି ଉପାଦାନ ରହିଛି, ଯାହା ଦୃଷ୍ଟି ଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ। ତେଣୁ ଏହାକୁ ଆପଣ ନିଜ ଖାଦ୍ୟରେ ମିଶାଇ ଖାଇ ପାରିବେ। କାରଣ ଏହା ହୃଦ୍ ରୋଗ ଓ କ୍ୟାନ୍ସର ପରି ବଡ଼ ବଡ଼ ରୋଗକୁ ଦୂର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.