ସୁଜିରେ ଟେଷ୍ଟି ଢ଼ୋକଲା ତିଆରି କରିବା ପାଇଁ ଜାଣନ୍ତୁ ସହଜ ପ୍ରୋସେସ
ଢ଼ୋକଲାର ସ୍ୱାଦ ପ୍ରାୟ ସମସ୍ତେ ନେଇଥିବେ। ଏହାକୁ ପ୍ରାୟ ଲୋକ ବେସନରେ ବନାଇଥାନ୍ତି। ଆଜି ଆମେ ଆପଣଙ୍କୁ ସୁଜିରେ କିପରି ସହଜରେ ଢ଼ୋକଲା ତିଆରି କରିବେ ତାହା କହିବୁ। ଏହାକୁ କରିବା ପାଇଁ ସମସ୍ତେ କଷ୍ଟ ଭାବନ୍ତି। କିନ୍ତୁ ଆମେ ଯେଉଁ ପ୍ରୋସେସ କହିବୁ ତାହା ଖୁବ ସହଜ। ଯାହା ଆପଣଙ୍କୁ ଏକଦମ୍ ନୂଆ ସ୍ୱାଦ ଦେବ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ସୁଜି – ୩୦ ଗ୍ରାମ
ଦହି – ୧/୨ କପ
ଚିନି – ସ୍ୱାଦାନୁସାରେ
ତେଲ – ୪ ଟେବୁଲ ଚାମଚ
ସୋରିଷ ତେଲ – ୧/୨ ଟେବୁଲ ଚାମଚ
ଲାଲ ଲଙ୍କା – ୨ଟି
ହେଙ୍ଗୁ – ୧ ଚାମଚ
ପାଣି – ଆବଶ୍ୟକ ଅନୁସାରେ
ଲୁଣ – ସ୍ୱାଦାନୁସାରେ
ଲେମ୍ବୁ ରସ – ୧ ଚାମଚ
ଗାର୍ନିସ ପାଇଁ
ନଡିଆ ତେଲ – ୨ ଟେବୁଲ ଚାମଚ (କୋରା ହୋଇଥିବା)
ଧନିଆ ପତ୍ର – ୨ ଟେବୁଲ ଚାମଚ (କଟା ହୋଇଥିବା)
ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ଏକ ପାତ୍ରରେ ସୁଜି, ଦହି, ଚିନି ଏବଂ ଏକ ଚାମଚ ତେଲ ପକାଇ ମିକ୍ସ କରନ୍ତୁ। ଏବେ ଏଥିରେ ଆବଶ୍ୟକ ଅନୁସାରେ ପାଣି ପକାଇ ଘୋଳ ପ୍ରସ୍ତୁତ କରନ୍ତୁ। ଏଥିରେ ହେଙ୍ଗୁ ଏବଂ ଲେମ୍ବୁ ରସ ମିଶାଇ ଘୋଳକୁ ରାତି ସାରା ଅଲଗା ରଖିଦିଅନ୍ତୁ। ଏବେ ଏକ ଷ୍ଟିମରେରେ ପାଣି ଗରମ କରନ୍ତୁ। ଘୋଳକୁ ପ୍ଲେଟରେ ବାହାର କରି ମେଲାଇ ଦିଅନ୍ତୁ। ଏହାପରେ ଷ୍ଟିମରର ୨୦ ମିନିଟ ପାଇଁ ଷ୍ଟିମ ହେବାକୁ ଦିଅନ୍ତୁ। କୋଡିଏ ମିନିଟ୍ ପରେ ଷ୍ଟିମରରୁ ଘୋଡଣି ବାହାର କରି ଥଣ୍ଡା କରି ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ।
ଏବେ ଏକ ଅଲଗା ପ୍ୟାନରେ ତେଲ ଗରମ କରନ୍ତୁ। ଏଥିରେ ସୋରିଷ ଦାନା ଏବଂ ଲଙ୍କା ପକାଇ ତଡକା ଦିଅନ୍ତୁ। ରଙ୍ଗ ବଦଳିଯିବା ପରେ ଏଥିରେ ୨ ଟେବୁଲ ଚାମଚ ପାଣି ପକାଇ ଫୁଟିବା ପାଇଁ ଛାଡି ଦିଅନ୍ତୁ। ଏବେ କାଟି ରଖିଥିବା ଢ଼ୋକଲା ଖଣ୍ଡକୁ ପକାଇ ମିକ୍ସ କରନ୍ତୁ। ଆପଣଙ୍କ ସୁଜି ଢ଼ୋକଲା ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ନଡିଆ ଏବଂ ଧନିଆ ପତ୍ରରେ ସଜାଇ ସର୍ଭ କରିପାରିବେ।