ରୁଟି ଚାଟ୍‌ ବନାନ୍ତୁ , ପରିବାର ସହ ମିଶି ଏହାର ମଜ୍ଜା ଉଠାନ୍ତୁ

ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ରେସିପି ଆଣିଛୁ ଯାହାକୁ ତିଆରି କରିବା ଖୁବ ସହଜ। ପ୍ରାୟ ସମସ୍ତଙ୍କ ଘରେ ରାତିରେ ରୁଟି ବଳକା ପଡିଯାଏ। ପରେ ବଳକା ରୁଟିକୁ ଘରେ କେହି ଖାଆନ୍ତି ନାହିଁ। କିନ୍ତୁ ଆଜିର ରେସିପି ବଳକା ରୁଟିକୁ ନେଇ ପ୍ରସ୍ତୁତ। ବାସି ରୁଟିକୁ କିପରି ଚଟପଟା କରି ମଜା ଉଠାଇ ପାରିବେ ସେ ନେଇ ଜାଣି ନିଅନ୍ତୁ ପ୍ରଣାଳୀ..

ସାମଗ୍ରୀ:
-୪ରୁ ୫ଟି ଖଣ୍ଡ ରୁଟି
– ସିଝା ଆଳୁ ଗୋଟେ
– ୨ଟି ଟମାଟର
– କଳାଚଣା ୩ରୁ ୪ କପ୍‌
– ୧ ପିଆଜ
– ଦହି ୧ କପ୍‌
– କଞ୍ଚା ଲଙ୍କା ୨ଟି
– ଧନିଆ ପତ୍ର ୧ ବିଡ଼ା
– ପୋଦିନା ଓ ତେନ୍ତୁଳି ପେଷ୍ଟ
– ୧ ଚାମଚ ଜିରା ପାଉଡ଼ର
– ଲଙ୍କାଗୁଣ୍ଡ ୧ ଛୋଟ ଚାମଚ
– ଡାଳିମ୍ବ ୧ରୁ ୪ କପ୍‌
– କଳା ଲୁଣ ୧ ଛୋଟ ଚାମଚ
– ସ୍ୱାଦ ଅନୁସାରେ ଲୁଣ

roti

ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ରୁଟିକୁ ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ରୁଟି ଖଣ୍ଡକୁ ତେଲରେ ପକାଇ ଭାଜନ୍ତୁ। ଭାଜି ହେଲା ପରେ ଏହାକୁ ଥଣ୍ଡା କରିବା ପାଇଁ ରଖିଦିଅନ୍ତୁ। ଏକ ଗିନା ନିଅନ୍ତୁ । ଏଥିରେ କଳାଚଣା, ସିଝା ଆଳୁ, ପିଆଜ, ଟମାଟର ସହ ରୁଟି ଖଣ୍ଡକୁ ମିଶାଇ ଏକାଠି ଗୋଳାନ୍ତୁ। ପରେ ସର୍ଭିଂ ପ୍ଲେଟରେ ରଖି ଏଥିରେ କଟା ପିଆଜ, ଟମାଟର, ଚଟଣୀ, ଦହି , କଞ୍ଚାଲଙ୍କା, କଳା ଲୁଣ, ଜିରା ପାଉଡ଼ର , ଲଙ୍କାଗୁଣ୍ଡ ଓ ଶେଷରେ ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ଗାର୍ନିସିଂ ପାଇଁ ଧନିଆ ପତ୍ର ଓ କିଛି ଛଣା ସେଉ ପକାନ୍ତୁ । ଏବେ ତିଆରି ହୋଇଗଲା ଆପଣଙ୍କ ମନ ପସନ୍ଦ ରୁଟି ଚାଟ୍‌। ଗରମ ଥିବା ସମୟରେ ଏହାକୁ ଖାଆନ୍ତୁ ଏବଂ ପରିବାର ସହ ଏହି ସ୍ୱାଦିଷ୍ଟ ଚାଟ୍‌ ର ମଜା ଉଠାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.