ସ୍ୱାଦିଷ୍ଟ ସୋୟାବିନ ଉପମାକୁ କରନ୍ତୁ ଖୁବ କମ ସମୟରେ ପ୍ରସ୍ତୁତ, ଖାଇଲେ ମୁଡ଼ ହୋଇଯିବ ଏକଦମ ଖୁସ୍‌

ସୁଜି, ଦଲିଆ, ଓଟ୍ସ ଭଳି ଖାଦ୍ୟ ପ୍ରତିଦିନ ଖାଇ ବୋର୍‌ ହୋଇଗଲେଣି କି? ତେବେ ଆଜି ଘରେ ବନାନ୍ତୁ ଟେଷ୍ଟି ସୋୟାବିନ ଉପମା। ଏହା ଏମିତି ଏକ ରେସିପି ଯାହା ଚଟାପଟ୍‌ ତିଆରି ହୋଇପାରିବ । ଆମେ ଏହାର ସହଜ ରେସିପି ନେଇ ଆସିଛୁ । ଏହାର ପ୍ରସ୍ତୁତି ଯେପରି ଚଟାପଟ୍‌, ଖାଇବାକୁ ମଧ୍ୟ ସେପରି ଚଟ୍‌ପଟା । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ..

ଆବଶ୍ୟକ ସାମଗ୍ରୀ:
୧ ବଡ଼ ଚାମଚ ଭଙ୍ଗା ହୋଇଥିବା ବାଦାମ
୧ କପ୍‌ ଭିଜା ହୋଇଥିବା ସୋୟାବିନ୍‌
୧/୨ କପ୍‌ ଦୁଧ
୧/୨ ଚାମଚ ରାଇ
୧ ଚାମଚ ଭୃସଙ୍ଗ ପତ୍ର
୧ ଲାଲ୍‌ ଲଙ୍କା
ସ୍ୱାଦ ଅନୁସାରେ ଲୁଣ ଓ ତେଲ
କଟା ଟମାଟର, ପିଆଜ, କଞ୍ଚା ଲଙ୍କା, ଶିମ୍‌ଲା ଲଙ୍କା ଓ ଗାଜର
ଆମ୍‌ଚୁର ପାଉଡର, ଲଙ୍କା ପାଉଡର, ଧନିଆ ଗୁଣ୍ଡ,ହଳଦୀ ଓ ଗରମ ମସଲା(ଆବଶ୍ୟକ ଅନୁସାରେ)

ପ୍ରସ୍ତୁତି:
ଏକ ପ୍ୟାନ୍‌ରେ ଅଳ୍ପ ଆଞ୍ଚରେ ତେଲ ଗରମ କରନ୍ତୁ । ଏଥିରେ ସୋରିଷ, ଭୃସଙ୍ଗ ପତ୍ର ଓ ଲଙ୍କା ପକାନ୍ତୁ । ଏହି ସାମଗ୍ରୀ ଲାଲ୍‌ ହୋଇଗଲେ ଏଥିରେ କଟା ହୋଇ ରହିଥିବା ପିଆଜ ଓ ପରିବା ପକାନ୍ତୁ । ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ତା’ଉପରେ ଭିଜା ହୋଇ ରହିଥିବା ସୋୟାବିନ୍‌ ଓ ବାଦାମ ପକାଇ ପ୍ୟାନ୍‌ ଢ଼ାଙ୍କି ଦିଅନ୍ତୁ । ୪-୫ ମିନିଟ ପରେ ହଳଦୀ, ଲାଲ ଲଙ୍କା ଗୁଣ୍ଡ, ଆମ୍‌ଚୁର ପାଉଡର, ଗୁଣ୍ଡ ଧନିଆ ଏବଂ ଗରମ ମସଲା ପକାଇ ଘାଣ୍ଟନ୍ତୁ । ଯେତେବେଳେ ମସଲା ଭଲ ଭାବେ ମିଶିଯିବ ସେଥିରେ ଅଧା କପ୍‌ ଦୁଧ ମିଶାନ୍ତୁ । ୫-୭ ମିନିଟ୍‌ ପରେ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ । ଏବେ ଏଥିରେ ଧଣିଆ ପତ୍ର ପକାଇ ପରସନ୍ତୁ ।