ଟାଟୁ କରିବା ପାଇଁ ଯାଉଛନ୍ତି କି, ଏ ସବୁ ଦିଗ ପ୍ରତି ଧ୍ୟାନ ନ ଦେଲେ ହୋଇପାରେ ଦୂରାରୋଗ୍ୟ ବ୍ୟାଧି

ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ ଟାଟୁ କରିବା ଫ୍ୟାସନ ଟ୍ରେଣ୍ଡ ପାଲିଟିଛି । ନିଜକୁ ଷ୍ଟାଇଲିସ୍ ଏବଂ ସ୍ୱତନ୍ତ୍ର ଦେଖାଇବା ପାଇଁ ଏବେ ବହୁ ଯୁବକ-ଯୁବତୀ ଶରୀରର ବିଭିନ୍ନ ଅଂଶରେ ଟାଟୁ କରୁଛନ୍ତି । ପୂର୍ବରୁ କେବଳ କିଛି ବର୍ଗର ବ୍ୟକ୍ତି ଟାଟୁ କରିବାର ନିୟମ ରହିଥିବା ବେଳେ ବର୍ତ୍ତମାନ ସେଭଳି କିଛି ନିୟମ ନାହିଁ । ଯୁବପିଢ଼ିଙ୍କ ମଧ୍ୟରେ ଟାଟୁର ଚାହିଦା ବଢ଼ିବା ସହ ବଜାରରେ ଟାଟୁ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି। ତେବେ ଟାଟୁ ଦେଖିବା ପାଇଁ ଯେତିକି ଆର୍କଷଣୀୟ ହୋଇଥାଏ ଏହାକୁ ଶରୀରରେ କରିବା ପାଇଁ ସେତିକି କଷ୍ଟ ମଧ୍ୟ ହୋଇଥାଏ। ଯଦି ଆପଣ ମଧ୍ୟ ଟାଟୁ କରିବା ପାଇଁ ଯାଉଛନ୍ତି ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

ଟାଟୁ କିଛି ସମୟ ପାଇଁ ରହି ନ ଥାଏ, ଏହାକୁ କରିବା ପରେ ଏହା ଆପଣଙ୍କ ଶରୀରର ଏକ ଅଂଶ ହୋଇ ରହିଥାଏ । ଏଣୁ କେବେ ହେଲେ ତର ତର ହୋଇ ଟାଟୁ କରନ୍ତୁ ନାହିଁ । ସର୍ବଦା ଜଣେ ବିଶେଷଜ୍ଞ ତଥା ଟାଟୁ ଉପରେ ସଠିକ ଜ୍ଞାନ ଥିବା ବ୍ୟକ୍ତିଙ୍କ ଉପଦେଶ ନିଅନ୍ତୁ । ଯେଉଁଠାରେ ଟାଟୁ ପ୍ରସ୍ତୁତ କରିବା ପାଇଁ ଯାଉଛନ୍ତି ତାହାର ପୂର୍ବ କାର‌୍ୟ୍ୟ ବିଷୟରେ ଜାଣିବା ସହ କରିବା ଲୋକ ବିଷୟରେ ଅନୁସନ୍ଧାନ କରନ୍ତୁ ।

ନିଶ୍ଚିତ ପଢନ୍ତୁ: ଆପଣଙ୍କର ତ୍ବଚା ଆଉ ଶରୀରକୁ ସତେଜ ରଖିବା ପାଇଁ ଚାହୁଁଛନ୍ତି କି? ପାଳନ କରନ୍ତୁ ଏହି ୫ଟି ଅଭ୍ଯାସ

ଟାଟୁ କରିବା ସମୟରେ ସବୁଠାରୁ ଜରୁରୀ କଥା ହେଉଛି ଏହାକୁ କେଉଁ ସ୍ଥାନରେ କରିବେ । ଶରୀରରେ ଟାଟୁ କୌଣସି ନିର୍ଦ୍ଦିଷ୍ଟ ସମୟ ପାଇଁ ନୁହଁ ବରଂ ଆଜୀବନ ରହିଥାଏ ।ଏଣୁ ସର୍ବଦା ଟାଟୁକୁ ଶରୀରରେ ଏପରି ସ୍ଥାନରେ କରନ୍ତୁ ଯେଉଁଠାରେ ଭବିଷ୍ୟତରେ କୌଣସି ସଂକ୍ରମଣର ସମ୍ଭାବନା ନ ଥିବ ।

ଗର୍ଭବସ୍ଥା କିମ୍ବା କୌଣସି ରୋଗଗ୍ରସ୍ତ ଥିଲେ ଭୁଲରେ ମଧ୍ୟ ଟାଟୁ କରିବାକୁ ଚିନ୍ତା କରନ୍ତୁ ନାହିଁ । କାରଣ ଟାଟୁ କେବଳ ଶରୀରର ଉପରି ଅଂଶରେ ହୋଇ ନ ଥାଏ ବରଂ ଏହା ରକ୍ତ ସହ ଶରୀରର ଭିତର ଅଂଶରେ ପ୍ରଭାବ ପକାଇଥାଏ । ଏଣୁ ଏହା ଦ୍ୱାରା ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ । ଏହି ସମୟରେ ଟାଟୁ କରିବା ଦ୍ୱାରା ଆପଣଙ୍କ ଚର୍ମ ସହ ଟାଟୁ ମଧ୍ୟ ବହୁତ ଖରାପ ଦେଖାଯାଇଥାଏ ।

ନିଶ୍ଚିତ ପଢନ୍ତୁ: ଏମାନଙ୍କ ଉପରେ ଶୀଘ୍ର ପଡ଼ିଥାଏ ଦୁଷ୍ଟଆତ୍ମାର ପ୍ରଭାବ, ଏପରି ରଖନ୍ତୁ ନିଜକୁ ଦୂର

ଟାଟୁ କରିବା ପୂର୍ବରୁ ସବୁବେଳେ ତାହା କିଏ ଏବଂ କିପରି ପ୍ରସ୍ତୁତ କରିବା ପାଇଁ ଯାଉଛି ତାହା ଉପରେ ଧ୍ୟାନ ଦିଅନ୍ତୁ । କାରଣ ଯଦି ଟାଟୁ ପ୍ରସ୍ତୁତ ସମୟରେ ଏହାର ଛୁଞ୍ଚି ପରିବର୍ତ୍ତନ ହୋଇ ନଥାଏ ତେବେ ଆପଣଙ୍କୁ କର୍କଟ ତଥା ଏଚଆଇଭି ହେବାର ସମ୍ଭାବନା ମଧ୍ୟ ରହିଥାଏ ।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

6 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

18 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

28 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

31 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago