ହାର୍ଟକୁ ନଷ୍ଟ କରିଦେଇଥାଏ ଆପଣଙ୍କ ଏହି ବଦଭ୍ୟାସ, କେମ୍ବ୍ରିଜ ୟୁନିଭରସିଟି ଗବେଷକଙ୍କ ଚେତାବନୀ

ବେଳେ ବେଳେ ଦେଖାଯାଏ ଲୋକେ ଗୋଟିଏ ଯାଗାରେ ଦୀର୍ଘ ସମୟ ଧରି ବସି ରହିଥାନ୍ତି । ବିଶେଷକରି ଟିଭି ଦେଖିବା ଏହାର ମୂଳ କାରଣ ହୋଇଥାଏ । ଏହି ଆଦତ କାରଣରୁ ହାର୍ଟ ଡିଜିଜ ବିପଦ ଅଧିକ ମାରାତ୍ମକ ହୋଇଥାଏ । ଏହି ତଥ୍ୟ ଦେଇଛନ୍ତି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଗବେଷକମାନେ । ଆସନ୍ତୁ ଜାଣିବା କ’ଣ କହୁଛି ଗବେଷଣା ।

ଆଜିକାଲି ଆମର ଲାଇଫ ଷ୍ଟାଇଲ ଯୋଗୁ ଆମର କିଛି ଆଦତରେ ପରିବର୍ତ୍ତନ ବହୁତ କିଛି ରୋଗକୁ ଆମନ୍ତ୍ରଣ କରୁଛି । ସାରା ବିଶ୍ୱରେ ହାର୍ଟ ଡିଜିଜ୍‌ ବିପଦ ବଢ଼ିଚାଲିଛି । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ କିଛି କଥା ଉପରେ ଆମେ ଲଗାମ ଦେଲେ ହାର୍ଟ ଡିଜିଜକୁ ବହୁ ପରିମାଣରେ ରୋକି ହେବ ।

ଗବେଷଣାରେ ଦାବି କରାଯାଇଛି ଯେ ଲଗାତାର ଗୋଟିଏ ଯାଗାରେ ବସିକରି ଟିଭି ଦେଖିବା ଯୋଗୁ ହାର୍ଟ ରୋଗର ବିପଦ ବଢ଼ିଥାଏ । ଏହି ଦାବି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଗବେଷକମାନେ କରିଛନ୍ତି । ଗବେଷକଙ୍କ କହିବା ଅନୁଯାୟୀ ଟିଭି ଦେଖିବା ଆଦତକୁ କେବଳ ୧ ଘଣ୍ଟା ମଧ୍ୟରେ ସୀମିତ ରଖିବା ଦରକାର । ଯେତେବେଳେ ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ଗୋଟିଏ ଯାଗାରେ ବସି କରି ଟିଭି ଦେଖନ୍ତି । ସେତେବେଳେ କରୋନାରୀ ହାର୍ଟ ଡିଜିଜ ହେବାର ବିପଦ ୧୬ ପ୍ରତିଶତ ଅଧିକ ବଢ଼ିଥାଏ । ଏହା ସେତେବେଳେ ହୁଏ ଯେତେବେଳେ କରୋନାରୀ ଆର୍ଟେରୀରେ ଫ୍ୟାଟ ଜମା ହୋଇଯାଇଥାଏ ।

ଏହି ଗବେଷଣାର ଗବେଷକ ଡା. ୟଙ୍ଗବୋଙ୍ଗ କହିଛନ୍ତି ଯେ ଟିଭି ଦେଖିବା ସମୟକୁ କମ କରିବା ଦ୍ୱାରା ହାର୍ଟ ଡିଜିଜ ସମେତ ବହୁ ରୋଗକୁ କମ କରାଯାଇପାରେ । ଏହି ଗବେଷଣାରେ ୪୦ ରୁ ୬୯ ବର୍ଷ ବୟସ୍କ ପ୍ରାୟ ୩ ଲକ୍ଷ ଲୋକଙ୍କ ଡାଟା ବ୍ୟବହାର କରାଯାଇଥିଲା । ଏହି ଲୋକଙ୍କ ମଧ୍ୟରେ କାହାର ବି ହାର୍ଟ ଡିଜିଜ ବା ଷ୍ଟ୍ରୋକର ଅସୁବିଧା ନଥିବା ଦେଖାଯାଇଥିଲା ।

ଯଦି ଆପଣ ଏହି ଟିଭି ଦେଖା ଆଦତ ଛାଡ଼ି ନପାରନ୍ତି,ତେବେ ମଝି ମଝିରେ ଉଠି ବୁଲନ୍ତୁ । ଯେଉଁମାନେ ଟିଭି ଆଗରେ ଦୀର୍ଘ ସମୟ ବସୁଛନ୍ତି ସେମାନଙ୍କୁ ମଝିରେ କେବେ ବି ସ୍ପାକ୍ସ ବା ଚକୋଲେଟ ନେବା କଥା ନୁହେଁ । କରୋନାରୀ ହାର୍ଟ ଡିଜିଜ ହେବାର ମୁଖ୍ୟ ଲକ୍ଷଣ ହାର୍ଟରେ ଦରଜ ଓ ଶ୍ୱାସ ନେବାରେ ଅସୁବିଧା ହେବା । ଯଦ୍ୱାରା ହାର୍ଟ ଆଟାକ୍‌ ଓ ଷ୍ଟ୍ରୋକର ବିପଦ ଅଧିକ ବଢ଼ିଯାଇଥାଏ ।

 

Leave A Reply

Your email address will not be published.