ଲାଇଫ୍ ଷ୍ଟାଇଲ୍

ଗ୍ରୀଷ୍ମରେ ହଠାତ୍‌ ବଢିବାକୁ ଲାଗିଛି ବ୍ରେନ୍‌ ଷ୍ଟ୍ରୋକ୍‌ର ମାମଲା, ଜାଣନ୍ତୁ କାହିଁକି

ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଛି । ଏହି ସମୟରେ ସମସ୍ତ ଲୋକ ଖରାକୁ ଯିବା ପୂର୍ବରୁ ସତର୍କ ରହିବା ଉଚିତ । ନଚେତ ଅନେକ ପ୍ରକାରର ସ୍ୱାସ୍ୟ ସମସ୍ୟା ହୋଇପାରେ । ଯାହା ଫଳରେ ଆପଣଙ୍କୁ ହିଟ୍‌ ଷ୍ଟ୍ରୋକ୍ ହେବା ସହ ବ୍ରେନ୍‌ ଷ୍ଟ୍ରୋକ୍ ମଧ୍ୟ ହୋଇପାରେ । ତେବେ ଗତ କିଛି ଦିନ ମଧ୍ୟରେ ଅନେକ ସ୍ଥାନରେ ହିଟ୍‌ ଷ୍ଟ୍ରୋକ୍‌ ଓ ବ୍ରେନ୍‌ ଷ୍ଟ୍ରୋକ୍‌ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଡାକ୍ତରଙ୍କ ଅନୁଯାୟୀ, ହାଇ ବ୍ଲଡ ପ୍ରେସର ଏବଂ ଡାଇବେଟିସ୍‌ ରୋଗୀଙ୍କ ମଧ୍ୟରେ ବ୍ରେନ୍‌ ଷ୍ଟ୍ରୋକ୍‌ ସମସ୍ୟା ଦୂତଗତିରେ ବଢି ଚାଲିଛି । ତେବେ ଏହାର ଏକ ମୁଖ୍ୟ କାରଣ ହେଉଛି ପ୍ରବଳ ଖରା ଏବଂ ହଠାତ୍ ପରିବର୍ତ୍ତିତ ତାପମାତ୍ରା । ଏହାର ଆଉ ଏକ କାରଣ ହେଉଛି ଖରାରୁ ତୁରନ୍ତ ଆସିବା ମାତ୍ରେ ଏସିରେ ବସିବା । ତେବେ ଏହା ବ୍ରେନ୍‌ ଷ୍ଟ୍ରୋକ୍ ହେବାର ଆଶଙ୍କା ବଢାଇ ପାରେ ।

ଏହା ସହ ବର୍ତ୍ତମାନ ଅଧିକାଂଶ ଲୋକଙ୍କ ମୃତ୍ୟୁର ଦ୍ୱିତୀୟ କାରଣ ହେଉଛି, ବ୍ରେନ୍‌ ଷ୍ଟ୍ରୋକ୍‌ । ତେବେ ବ୍ରେନ୍‌ ଷ୍ଟ୍ରୋକ୍ ମାମଲାରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି । ଏଥି ସହିତ, ୫୦ରୁ ୬୦ ବର୍ଷ ବୟସର ଲୋକମାନଙ୍କଠାରେ ଏହି ସମସ୍ୟା ଅଧିକ ବଢିବାରେ ଲାଗିଛି । ବିଶେଷ ଭାବେ ଯେଉଁମାନେ ବ୍ଲଡ୍‌ ପ୍ରେସର ଏବଂ ଡାଇବେଟିସ୍‌ରେ ପୀଡିତ ଅଛନ୍ତି ।

ଜାଣନ୍ତୁ ବ୍ରେନ୍‌ ଷ୍ଟ୍ରୋକ୍‌ର ଲକ୍ଷଣ :
ତେବେ ବ୍ରେନ୍‌ ଷ୍ଟ୍ରୋକ୍‌ ସମସ୍ୟାରେ, ଶରୀରର ଗୋଟିଏ କିଛି ଅଂଶରେ ପାର୍ଥକ୍ୟ ଦେଖା ଯିବା ଆରମ୍ଭ କରେ । ମୁହଁ, ହାତ, ପାଦ ଝିମ୍‌ଝିମ୍‌ ହେବା ଭଳି ଲାଗିବା । କେଶ ସମସ୍ୟା ହେବା, ଦୁଇଟି ଆଖିରେ ପାର୍ଥକ୍ୟ ଦେଖାଯିବ । ପ୍ରବଳ ମୁଣ୍ଡବିନ୍ଧା । ବାନ୍ତି ହେବା । ଶରୀରରେ କଷ୍ଟ ଅନୁଭବ ହେବା । ତେବେ ଏଭିଳ ଅନେକ ସମସ୍ୟା ଦେଖା ଯିବା ଦ୍ୱାରା ବ୍ରେନ୍‌ ଷ୍ଟ୍ରୋକ୍‌ର ଆଶଙ୍କା ବଢିପାରେ ।

ଡାକ୍ତରଙ୍କ ଅନୁଯାୟୀ, ଦୁଇ ପ୍ରକାରର ବ୍ରେନ୍‌ ଷ୍ଟ୍ରୋକ୍ ହୋଇଥାଏ । ସେଥିମଧ୍ୟରୁ ପ୍ରଥମଟି ହେଉଛି ସିମ୍‌ସ୍ଥିକ୍‌ ଷ୍ଟ୍ରୋକ୍‌ ଏବଂ ଅନ୍ୟଟି ହେଉଛି, ହେମୋରାଜିକ୍ ଷ୍ଟ୍ରୋକ୍ । ତେବେ ସିମ୍‌ସ୍ଥିକ୍‌ ଷ୍ଟ୍ରୋକ୍‌ରେ, କୌଣସି କାରଣରୁ, ମସ୍ତିଷ୍କର ଶିରାରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଏ । ଏହାଦ୍ୱାରା ମସ୍ତିଷ୍କ ରକ୍ତସ୍ରାବ ହେବାର ଆଶଙ୍କା ୯୯ ପ୍ରତିଶତ ବଢାଇଥାଏ । ଅନ୍ୟ ପଟେ ହେମୋରାଜିକ୍ ଷ୍ଟ୍ରୋକ୍ ହୁଏ ଯେଉଁଥିରେ ମସ୍ତିଷ୍କ ଶିରା ଫାଟିଯିବା ହେତୁ ରକ୍ତ ପ୍ରବାହ ବଢିବାକୁ ଲାଗିଥାଏ । ଏହା ବ୍ୟତୀତ ଏହା ଶରୀରର ଯେକୌଣସି ଅଙ୍ଗରେ ପକ୍ଷାଘାତର କାରଣ ହୋଇପାରେ ।

ବ୍ରେନ୍‌ ଷ୍ଟ୍ରୋକ୍‌ରୁ କିପରି ରକ୍ଷା ପାଇବେ ?
ଯେତେବେଳେ ବ୍ରେନ୍‌ ଷ୍ଟ୍ରୋକ୍‌ ହୁଏ, ପ୍ରଥମ ୧ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହା ସହ ଏସି ଏବଂ ସୂର୍ଯ୍ୟ କିରଣର ସଂସ୍ପର୍ଶରୁ ଦୂରେଇ ରୁହନ୍ତୁ । ସୂର୍ଯ୍ୟକିରଣରୁ ଆସିବା ପରେ ତୁରନ୍ତ ଏସି ଭିତରକୁ ଯାଆନ୍ତୁ ନାହିଁ । ସମୟ ସମୟରେ ଆପଣଙ୍କର ଡାଇବେଟିସ୍‌ ଏବଂ ବ୍ଲଡ୍‌ ପ୍ରେସର ଟେଷ୍ଟ କରିବା ଉଚିତ । ଏହା ସହ ଅଧିକ ସମୟ ସୂର୍ଯ୍ୟକିରଣରେ ରୁହନ୍ତୁ ନାହିଁ, ଏପରି ହେବା ଦ୍ୱାରା ହିଟ୍‌ ଷ୍ଟ୍ରୋକ୍‌ର କାରଣ ହୋଇପାରେ । ଯଦି ଏହିସବୁ ସମସ୍ୟା ହେଉଛି, ତାହେଲେ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

D Sonali

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

38 seconds ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

10 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

18 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

35 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

49 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago