ଏଭଳି ଭାବେ ଅଧିକ ଦିନ ପର୍ଯ୍ୟନ୍ତ ପିଆଜକୁ ରଖିନ୍ତୁ, ବିଲକୁଲ୍ ଖରାପ ହେବନି

ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ପରିବା ଭଲ ଲାଗିନଥାଏ। ଯଦି ବି ସେମାନେ ପରିବା ଖାଆନ୍ତି ତେବେ କିଛି ବଛା ବଛା ପରିବା । ଯେମିତିକି ଆଳୁ, ପିଆଜ ଆଦି। ତେବେ ଆଳୁ ଓ ପିଆଜ ଏମିତି ଏକ ପରିବା ଯାହାକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ଏକ ପ୍ରମୁଖ ପରିବା ମଧ୍ୟ କହିଲେ ଚଳେ।
ପରିବା ଭିତରୁ ପିଆଜ ଏକ ପ୍ରମୁଖ ପରିବା ଅଟେ, ଯାହାକୁ ଘରେ ଘରେ ଖିଆଯାଇଥାଏ। ତେବେ କିଛି ଲୋକ ଅଭିଯୋଗ କରନ୍ତି, ଘରେ ରଖାଯାଉଥିବା ପିଆଜ ବହୁତ ଜଲ୍ଦି ଖରାପ ହୋଇଯାଏ। ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଆମେ ଆପଣଙ୍କୁ କିଛି ଟିପ୍ସ ଦେବାକୁ ଯାଉଛୁ, ଯାହାକୁ ଆପଣାଇ ଆପଣ ପିଆଜକୁ ସୁରକ୍ଷିତ ରଖିପାରିବେ।

-ପିଆଜକୁ ପେପର୍ ବ୍ୟାଗରେ ରଖି ମୁହଁ ବନ୍ଦ କରିଦିଅନ୍ତୁ ଏବଂ ଏହା ଉପରେ ଛୋଟ ଛୋଟ କଣା କରିଦିଅନ୍ତୁ।
-ପିଆଜକୁ ସବୁବେଳେ ଶୁଖିଲା ରଖିବା ଉଚିତ। ଏଥିପାଇଁ ପେପର୍ ବ୍ୟାଗ୍ ଭଲ୍ ଅପଶନ ହୋଇପାରିବ।
-ଓଦା ସ୍ଥାନରେ କେବେ ବି ପିଆଜକୁ ରଖନ୍ତୁ ନାହିଁ।
-ଅନେକ ବାର ଆମେ ପିଆଜକୁ ପ୍ଲାଷ୍ଟିକ୍ ଜରିରେ ରଖିଦେଉ। ଏପରି କରନ୍ତୁ ନାହିଁ, ଯଦ୍ଦ୍ଵାରା ପିଆଜରେ ଆଦ୍ରତା ଆସିଯାଇଥାଏ। ଆଉ ପିଆଜ ଖୁବ୍ ଜଲ୍ଦି ଖରାପ ହୋଇଯାଇଥାଏ।
-ଯଦି ପିଆଜକୁ ଆପଣ ଶୁଖିଲା ଏବଂ ଅନ୍ଧାରିଆ ସ୍ଥାନରେ ରଖିବେ, ତା’ହେଲେ ଏହା ଲମ୍ବା ସମୟ ଯାଏ ରହିପାରିବ।
-ଯେତେବେଳେ ଆପଣ ପରିବା କିଣିଥାଆନ୍ତି, ସାଧାରଣତଃ ଦୋକାନୀ ଆଳୁ ଏବଂ ପିଆଜଳକୁ ଏକସାଥୀରେ ଦେଇଥାଏ। କିନ୍ତୁ ଷ୍ଟୋର୍ କରି ରଖିବା ବେଳେ କେବେ ବି ଏହି ଦୁଇଟି ପରିବାକୁ ଏକାଠି ରଖିବେ ନାହିଁ।