ଆପଣଙ୍କ ପାଦ ମଧ୍ୟ ଦେଇଥାଏ ଅନେକ ରୋଗର ସଂକେତ, ଜାଣନ୍ତୁ ଏହି ରିପୋର୍ଟରୁ

ପ୍ରତ୍ଯେକ ଲୋକ ନିଜର ସ୍ବାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ଥାଆନ୍ତି। ଲୋକମାନେ ଶରୀରର ଛୋଟ ଛୋଟ ପରିବର୍ତ୍ତନର ଖାସ ଧ୍ୟାନ ରଖିଥାନ୍ତି, କିନ୍ତୁ ସବୁ ଲୋକ ନିଜର ପାଦକୁ ଅଣଦେଖା କରିଦିଅନ୍ତି। କଣ ଆପଣଙ୍କୁ ଜଣାଅଛି କି ପାଦ ମଧ୍ୟ ଆପଣଙ୍କର ସ୍ବାସ୍ଥ୍ୟକୁ ନେଇ ଅନେକ ରହସ୍ୟ ଖୋଲିଥାଏ। ପାଦ ଯନ୍ତ୍ରଣା ହେବା, ଫୁଲିବା, ଫାଟିବା ଆଦି ସ୍ବାସ୍ଥ୍ୟକୁ ଜଡିତ ଥିବା ଅନେକ ସମସ୍ୟାର ଇସାରା ହୋଇପାରେ।

footcare1ଯଦି ଆପଣଙ୍କ ପାଦର ନଖର ରଙ୍ଗ ବଦଳୁଥାଏ କିମ୍ବା ନଖରେ ଫଙ୍ଗସ କିମ୍ବା ଇନଫେକସନ ହେଉଛି, ତେବେ ଏହା ସୋର‌୍ୟାସିସ ଏବଂ ଏକ୍ଜିମା ରୋଗର ଇସାରା ଦେଇଥାଏ। ଏହା ଛଡା ନଖର ରଙ୍ଗ ହଳଦିଆ କିମ୍ବା ପାଦ ଫୁଲିବା ବା ପାଦରେ ପାଣି ଜମିବାର ଇସାରା ହୋଇପାରେ। ଯଦି ଆପଣଙ୍କ ପାଦର ନଖ ଗୁଡିକର ରଙ୍ଗ ବାରମ୍ବାର ବଦଳୁଥାଏ,ତେବେ ଏହାକୁ ଅଣଦେଖା କରିବ ଉଚିତ ନୁହେଁ।

ଏହା ସହ ପଢ଼ନ୍ତୁ : ସ୍ତ୍ରୀଙ୍କ ପାଦରୁ ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଅନେକ ଥର ଶରୀରରେ ଠିକ୍ ଭାବରେ ରକ୍ତ ସଞ୍ଚାଳନ ନହେବା କାରଣରୁ ପାଦ ସବୁବେଳେ ଥଣ୍ଡା ରହିଥାଏ। ପାଦ ଥଣ୍ଡା ହେବା କାରଣରୁ ମଧୁମେହ, ଏନିମିୟା, ହ୍ରୁଦୟ ଜନିତ ରୋଗ ମଧ୍ୟ ହୋଇପରେ।

footcare2ଯଦି ଆପଣଙ୍କ ପାଦ ବାରମ୍ବାର ଯନ୍ତ୍ରଣା ହେଉଛି, ତେବେ ଏହାକୁ କେବେ ମଧ୍ୟ ଅଣଦେଖା କରିବା ଉଚିତ ନୁହେଁ। ଶରୀରରେ ମ୍ୟାଗ୍ନେସିୟମର ଅଭାବ ହେବାରେ ମଧ୍ୟ ପାଦର ଯନ୍ତ୍ରଣା ହୋଇଥାଏ। ଯଦି ଆପଣଙ୍କ ପାଦରେ ହେଉଥିବା ଘା‘ କିମ୍ବା ଖଣ୍ଡିଆ ଜଲଦି ଭଲ ହେଉନାହିଁ, ତେବେ ଏହା ମଧୁମେହ ଏବଂ ସୋର‌୍ୟାସି ରୋଗର ଇସାରା ହୋଇପାରେ। ସମୟ ଭିତରେ ଏହି ରୋଗର ଚିକିତ୍ସା ଅବଶ୍ୟ କରନ୍ତୁ।

ପାଦ ଫୁଲିବା କାରଣରୁ କିଡନୀ ରୋଗ ଏବଂ ଥାଇରଏଡ ମଧ୍ୟ ହୋଇପାରେ। ଏହାକୁ ଶୀଘ୍ର ଭଲ କରିବା ପାଇଁ ସମୟ ଭିତରେ ନିଜର ଚିକିତ୍ସକଙ୍କ ସହିତ ପରାମର୍ଶ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.