ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରେ ‘ମଲବେରି’ , ଜାଣନ୍ତୁ ଏହି ଫଳରୁ ଆଉ କ’ଣ ମିଳିଥାଏ ଫାଇଦା

ଆପଣମାନେ ପ୍ରାୟ ସବୁ ପ୍ରକାରର ଫଳ ଦେଖିଥିବେ । ଏହା ମଧ୍ୟ ଦେଖିଥିବେ ଯେ ସବୁ ଫଳରେ ଚୋପା ଓ ମଞ୍ଚି ଥାଏ । କିନ୍ତୁ ସଂସାରରେ ଏମିତି ଏକ ଫଳ ରହିଛି ଯାହାକୁ କି କିଛି ଲୋକ ଜାଣିବି ନାହାଁନ୍ତି । ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମିତି ଏକ ଫଳ ଅଛି ଯାହାର ଚୋପା କି ମଞ୍ଚି ନାହିଁ । ଏକଥା ଜାଣି ଆପଣଙ୍କୁ ଟିକେ ଅଜିବ୍‌ ଲାଗୁଥାଇ ପାରେ କାରଣ ସାଧାରଣତଃ ପ୍ରତ୍ୟେକ ଫଳରେ ଚୋପା ଏବଂ ମଞ୍ଜିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଫଳ ବିଷୟରେ କହିବୁ ଯାହାର ଚୋପା ଅଛି ନା ମଞ୍ଜି ଅଛି । ଏହି ଫଳ ବହୁତ ଛୋଟ ଏବଂ ଦେଖିବାକୁ ବି ବହୁତ ସୁନ୍ଦର ହୋଇଥାଏ । ଏହା ବ୍ୟତୀତ ଏହି ଫଳ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ବହୁତ ପ୍ରକାର ଭିଟାମିନ୍‌ ରହିଛି, ଯାହାକୁ ଖାଇଲେ ରୋଗୀମାନେ ଆରୋଗ୍ୟ ହୋଇପାରିବେ । ଆସନ୍ତୁ ଜାଣିବା ସେହି ଫଳ ବିଷୟରେ ।

ସେହି ଫଳର ନାମ ହେଉଛି ‘ମଲବେରି’ । ମଲବେରି ହେଉଛି ଏକ ଫଳ ଯାହା ଭଲ ସ୍ୱାଦ ଏବଂ ପୃଷ୍ଟକର ଗୁଣ ପାଇଁ ଜଣାଶୁଣା । ଏହି ଫଳରେ ନା ମଞ୍ଜି ଅଛି ନା ଚୋପା ଅଛି । ଏହାର ରଙ୍ଗ ଧଳା, ନାଲି ଏବଂ କଳା ହୋଇଥାଏ । ଏଥିରେ ଭିଟାମିନ୍‌ ସି, ଭିଟାମିନ୍‌ କେ, ଆଇରନ, କ୍ୟାଲସିୟମ, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବହୁ ଉପରକାରୀ ହୋଇଥାଏ । ମଲବେରିରେ ମିଳଳୁଥିବା ଆଣ୍ଟିଅକ୍ସିଡାଣ୍ଟ କର୍କଟ କୋଷର ବୃଦ୍ଧି ରୋକିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, ମଲବେରିରେ ଥିବା ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ହୃଦରୋଗର ଆଶଙ୍କା ହ୍ରାସ କରିଥାଏ ।

ମଲବେରିରେ ଥିବା ଫାଇବର ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରେ । ଆହୁରି ମଧ୍ୟ, ଏହି ଫଳରେ ଥିବା ଭିଟାମିନ୍‌ ଏ’ ଦୃଷ୍ଟି ଶକ୍ତିକୁ ପ୍ରଖର କରିଥାଏ । ଏହା ସହ ମାଲବେରିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ସ୍କିନକୁ ଗ୍ଲୋ କରିଥାଏ ।

ପତ୍ର ମଧ୍ୟ ପ୍ରଭାବଶାଳୀ :
ମଲବେରି ଫଳ ସହିତ ଏହାର ପତ୍ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ଯକୃତ ସମ୍ବନ୍ଧୀୟ ରୋଗରେ ଚର୍ମ ଚମକିବା, ଓଜନ ନିୟନ୍ତ୍ରଣ କରିବା, ହଜମ ଶକ୍ତି ଏବଂ ଚର୍ମ ଆଲର୍ଜିରେ ମଲବେରି ପତ୍ରର ନିର୍ବାହ ଅତ୍ୟନ୍ତ ଲାଭଦାୟକ । ଯଦି ଏହାର ରସ ଫୁଲା, ପିମ୍ପଲ୍ ଏବଂ କ୍ଷତ ଉପରେ ପ୍ରୟୋଗ କରାଯାଏ, ଏହା ଶୀଘ୍ର ଆରୋଗ୍ୟ କରିବାରେ ସାହାଯ୍ୟ କରେ । ଯଦି ମଲବେରି ପତ୍ରକୁ ଫୁଟାଯାଇ ପାଣିରେ ଗାର୍ଗଲ୍ କରାଯାଏ, ତେବେ ଗଳା ଯନ୍ତ୍ରଣା ମଧ୍ୟ ଦୂର ହୋଇଯାଏ ।

ଭିଟାମିନ୍ ସି ସପ୍ଲିମେଣ୍ଟସ୍:
ମଲବେରି ଫଳ ଖାଇବା ବ୍ୟତୀତ ଏହା ଜାମ, ଜେଲି କିମ୍ବା ରସ ତିଆରି କରି ମଧ୍ୟ ଖାଇ ପାରିବେ । ଯଦି ମଲବେରି ଫଳ ନିୟମିତ ଖିଆଯାଏ, ତେବେ ଏହା ଆବଶ୍ୟକ ପରିମାଣର ଭିଟାମିନ୍ ସି ମିଳିଥାଏ ।

ଆପଣଙ୍କୁ କହିବୁ ଯେ ଭାରତରେ ଅନେକ ସ୍ଥାନରେ ମଲବେରି ଚାଷ କରାଯାଏ । ଏହା ଏକ ଫଳ ଯାହା ଗରମ ଏବଂ ଶୁଷ୍କ ଜଳବାୟୁରେ ଭଲ ଭାବରେ ବଢିଥାଏ । ମଲବେରି ଗଛ ଦୀର୍ଘ ଦିନ ବଞ୍ଚିଥାଏ ଏବଂ ପ୍ରତିବର୍ଷ ଫଳ ଫଳି ଥାଏ ।

You might also like