ପିଆଜ କାଟିବାର ସବୁଠାରୁ ୟୁନିକ୍‌ ଟିପ୍ସ; ଏମିତି କାଟିବେ ତ କେବେ ବି ବାହାରିବନି ଆଖିରୁ ଲୁହ

ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରି ଆସିଥାଏ। ଯଦିଓ ତରକାରୀ, ଭଜା ଆଦିର ସ୍ୱାଦ ବଢ଼ାଇବା ପାଇଁ ପିଆଜ ବହୁଳ ମାତ୍ରାରେ ବ୍ୟବହୃତ ହୋଇଥାଏ। କିନ୍ତୁ ଯଦି କାହାକୁ ପିଆଜ କାଟିବାକୁ କୁହାଯାଏ, ତ ପ୍ରଥମେ ସେମାନେ ମନା କରି ଦିଅନ୍ତି। କାହିଁକି ନା, ସମସ୍ତେ ଜାଣନ୍ତି, ପିଆଜରେ ଥିବା ଏନଜାଇମ୍ ଯୋଗୁ ଆମ ଆଖିରୁ ଲୁହ ବାହାରିଥାଏ। କିନ୍ତୁ ଏବେ ଆପଣଙ୍କୁ ପିଆଜ କାଟିବା ସମୟରେ କାନ୍ଦିବାକୁ ପଡିବ ନାହିଁ। କାରଣ, ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପଚାର ବିଷୟରେ କହିବୁ, ଯାହା ମାଧ୍ୟମରେ ଆପଣ ପିଆଜ କାଟିବା ସମୟରେ କାନ୍ଦିବେ ନାହିଁ। ଅର୍ଥାତ୍‌ ଆପଣଙ୍କ ଆଖିରୁ ଲୁହ ବାହାରିବ ନାହିଁ।

କାଟିବାର ୨ ଘଣ୍ଟା ପୂର୍ବରୁ ପିଆଜକୁ ଫ୍ରିଜରେ ରଖନ୍ତୁ

ଯଦି ଆପଣ ପିଆଜ କାଟିବା ପୂର୍ବରୁ କିଛି ସମୟ ଏହାକୁ ଭିନେଗାରରେ ରଖିଦେବେ, ତ କାଟିବା ସମୟରେ ଆପଣଙ୍କ ଆଖିରୁ ଲୁହ ଆସିବ ନାହିଁ। ଏହା ବ୍ୟତୀତ ପିଆଜ କାଟିବାର ୨ କିମ୍ବା ୩ ପୂର୍ବରୁ ଫ୍ରିଜରେ ରଖି ଦିଅନ୍ତୁ। ବାସ୍ତବରେ, ଏହି ପ୍ରକ୍ରିୟା ସମୟରେ ପିଆଜରୁ ବାହାରିବାକୁ ଥିବା ଏନଜାଇମ୍ କମ୍‌ ମାତ୍ରାରେ ବାହାରିବ। ଏମିତିରେ ଯେତେବେଳେ ଆପଣ ପିଆଜ କାଟିବେ, ଆପଣଙ୍କ ଆଖିରୁ ଲୁହ ବାହାରିବ ନାହିଁ।

ପିଆଜକୁ ମୂଳ ଆଡ଼ୁ କାଟନ୍ତୁ

ଏହି କଥା ଉପରେ ଧ୍ୟାନ ରଖନ୍ତୁ ଯେ ପିଆଜ କାଟିବା ବେଳେ ଏହାର ଉପର ଭାଗରୁ ନୁହେଁ, ବରଂ ତଳ ଆଡ଼ୁ କାଟନ୍ତୁ। ପିଆଜ କାଟିବା ପାଇଁ ତୀକ୍ଷ୍ଣ ଧାର ଥିବା ଛୁରୀ ବ୍ୟବହାର କରନ୍ତୁ, ଯଦ୍ଦ୍ଵାରା ପିଆଜ ଫଟାଫଟ୍‌ କଟିଯିବ। ଏହା କରିବା ଦ୍ୱାରା ମଧ୍ୟ ଆପଣଙ୍କ ଆଖିରୁ କମ୍ ଲୁହ ଆସିବ।

ଲେମ୍ବୁ ବ୍ୟବହାର କରନ୍ତୁ

ପିଆଜ କାଟିବା ସମୟରେ ଲେମ୍ବୁ ଆପଣଙ୍କ କାମରେ ଆସିପାରେ। ପିଆଜ କାଟିବା ପୂର୍ବରୁ ଛୁରୀରେ ଟିକେ ଲେମ୍ବୁ ରସ ଲଗାଇ ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଆଖିରୁ ଲୁହ ଆସିବ ନାହିଁ। ଏହା ବ୍ୟତୀତ ପିଆଜ କାଟିବା ସମୟରେ ଯଦି ଆପଣ ସିଟି ବଜାଇବେ, ତ ଆପଣଙ୍କ ଆଖିରୁ ଲୁହ ଆସିବ ନାହିଁ। କାହିଁକି ନା, ସିଟି ବଜାଇବା ସମୟରେ ଆପଣଙ୍କ ପାଟିରୁ ପବନ ବାହାରିଥାଏ, ଯାହା ଏନଜାଇମକୁ ଆପଣଙ୍କ ପାଖରେ ପହଞ୍ଚିବାକୁ ଦେଇ ନ ଥାଏ।

ଏହି ଉପାୟଗୁଡ଼ିକୁ ମଧ୍ୟ ଆପଣାନ୍ତୁ

ପିଆଜ କାଟିବା ସମୟରେ ଆପଣ ଏକ ମହମବତୀ କିମ୍ବା ଦୀପ ଜଳାନ୍ତୁ। ଏମିତି କରିବା ଦ୍ୱାରା ପିଆଜରୁ ବାହାରୁଥିବା ଗ୍ୟାସ୍ ମହମବତୀ କିମ୍ବା ଦୀପ ଆଡକୁ ଯିବ। ଫଳରେ ଆପଣଙ୍କ ଆଖିରୁ ଲୁହ ବାହାରିବ ନାହିଁ। ଏହା ବ୍ୟତୀତ ପିଆଜ କାଟିବା ସମୟରେ ଯଦି ଆପଣ ଗୋଟିଏ ଖଣ୍ଡ ରୁଟିକୁ ପାଟିରେ ରଖି ଚୋବାଇବେ, ତା’ ହେଲେ ଆପଣଙ୍କ ଆଖିରୁ ଲୁହ ଆସିବ ନାହିଁ। ସେହିପରି ପିଆଜକୁ ଯଦି ଆପଣ କିଛି ସମୟ ପବନ କିମ୍ବା ସୂର୍ଯ୍ୟକିରଣରେ ରଖିଦେବେ, ତେବେ ପିଆଜ କାଟିବା ସମୟରେ ଲୁହ ବାହାରିବ ନାହିଁ।

Leave A Reply

Your email address will not be published.