ଲାଇଫ୍ ଷ୍ଟାଇଲ୍

କଫି ପିଇବା ଆଗରୁ କଣ ଖାଇବେ କଣ ନଖାଇବେ ଜାଣନ୍ତୁ

କିଛି ଲୋକଙ୍କୁ କଫି ବହୁତ ପସନ୍ଦ ଆସିଥାଏ । ସେମାନଙ୍କ ଦୈନନ୍ଦିନ ତାଲିକାରେ ଏହା ଏକ ଅଙ୍ଗ ପାଲଟିଥାଏ । କେହି କେହି ତ ଦିନକୁ ଦୁଇ ରୁ ତିନି ଥର କଫି ପିଇଥାନ୍ତି | କିନ୍ତୁ ଜାଣି ରଖିବା ଉଚିତ କଫି ପିଇବା ପୂର୍ବରୁ କେଉଁ ଜିନିଷ ଖାଇବା ଉଚିତ କେଉଁ ଜିନିଷ ଖାଇବା ଉଚିତ ନୁହେଁ । ନଚେତ ଆପଣଙ୍କ ଶରୀରରେ ଅନ୍ୟାନ ସମସ୍ୟା ଦେଖାଦେଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ କଫି ପିଇବାର ଘଣ୍ଟେ ଆଗରୁ କରିବା ଉଚିତ ନୁହେଁ ।

ତେଲରେ ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ :

ବିଶେଷଜ୍ଞଙ୍କ ଅନୁସାରେ କଫି ପିଇବା ପୂର୍ବରୁ ତେଲରେ ଛଣାଛଣି ଖାଦ୍ୟ ଖାଇବା ଉଚିତ ନୁହେଁ । କଫି ପିଇବା ପୂର୍ବରୁ ତେଲରେ ଛଣା ଆପଣଙ୍କ ଠାରେ ଗ୍ୟାସ୍ ସମସ୍ୟା ଦେଖା ଦେଇପାରେ । ତେଣୁ ଏପରି ଭୁଲ ଆଦୌ କରନ୍ତୁ ନାହିଁ ।

ଅଧିକ କ୍ୟାଲସିୟମ ଥିବା ଖାଦ୍ୟ ଖାଆନ୍ତୁ ନାହିଁ :

କଫି ପିଇବା ପୂର୍ବରୁ ଆପଣଙ୍କୁ କ୍ୟାଲସିୟମ ଯୁକ୍ତ ଜିନିଷଠାରୁ ଦୂରେଇ ରହିବା ଉଚିତ । ପ୍ରକୃତରେ କଫିରେ ଥିବା କାଫିନ୍ ଦ୍ବାରା କ୍ୟାଲସିୟମ୍ ଶୋଷିତ ହୋଇନଥାଏ । ପରିସ୍ରା ମାଧ୍ୟମରେ ବାହାରକୁ ଚାଲିଆସିଥାଏ । ଏମିତିରେ ଆପଣଙ୍କ ଶରୀରକୁ ଏହାର ଫାଇଦା ମିଳିପାରିବନାହିଁ ।

ଜିଙ୍କ୍ କିମ୍ବା ଆଇରନ ଯୁକ୍ତ ଜିନିଷ ଖାଆନ୍ତୁ ନାହିଁ :

କଫି ପିଇବା ପୂର୍ବରୁ ଜିଙ୍କ୍ ଯୁକ୍ତ ଜିନିଷ ଖାଇବା ଉଚିତ୍ ନୁହେଁ । କାରଣ ଏହାକୁ ଖାଇବା ପରେ କଫି ପିଇବା ମାତ୍ରେ ଆପଣଙ୍କ ଶରୀରରୁ ଜିଙ୍କର ତତ୍ତ୍ୱ ଗୁଡିକୁ ବାହାର କରିଦେବ । ଯାହା ଫଳରେ ଆପଣଙ୍କ ଶରୀରକୁ ହିଁ କ୍ଷତି ପହଞ୍ଚିବ । ଏହା ସହ କଫି ପିଇବା ପୂର୍ବରୁ ଆଇରନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । କାରଣ ଏହା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ । ତେଣୁ ଆପଣ ମଟର, ବାଦାମ, ଲେଣ୍ଟିସ୍, ଚଣା କିମ୍ବା ଛୋଲେ ଖାଇବା ଉଚିତ୍ ନୁହେଁ । ଏହାସହ ଭିଟାମିନ୍-ଡି ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ଯଦି ଆପଣ ଏହି ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବେ ତେବେ ଆପଣଙ୍କ ଶରୀରକୁ ସମ୍ପୂର୍ଣ୍ଣ ଲାଭ ମିଳିବ ନାହିଁ ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago