ଜାଣନ୍ତୁ ବଦଳୁଥିବା ନଖର ରଙ୍ଗ କେଉଁ ରୋଗର ସଂକେତ ଦେଇଥାଏ

ନଖ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ରୋଗର ଲକ୍ଷଣ ମଧ୍ୟ ସୂଚାଇଥାଏ । ନଖର ବଦଳୁଥିବା ଆକାର ଏବଂ ରଙ୍ଗ ଶରୀରର ବଡ଼ ବଡ଼ ରୋଗର ଲକ୍ଷଣ ସଂପର୍କରେ ସୂଚନା ଦେଇଥାଏ । ଯଦି ଆପଣଙ୍କ ନଖର ଆକାର ବା ରଙ୍ଗ ହଠାତ ବଦଳିବାରେ ଲାଗିଛି, ତେବେ ତାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଅନେକ ସମୟରେ ଲୋକମାନେ ନଖରେ ଛୋଟ ଧଳା ଦାଗ ଦେଖିଲେ ଏହାକୁ କ୍ୟାଲସିୟମ ବା ମିନେରାଲ୍ସର ଅଭାବ ବୋଲି ଭାବି ଅଣଦେଖା କରି ଦେଇଥାନ୍ତି । କିନ୍ତୁ ଯଦି ଆପଣ ନଖରେ ଏଭଳି କିଛି ରଙ୍ଗ ପରିୀବର୍ତ୍ତନ ହେବାର ଲକ୍ଷ୍ୟ କରୁଛନ୍ତି ତେବେ ଏହାକୁ ଅରଦେଖା କରନ୍ତୁ ନାହିଁ। କାରଣ ନଖ ରୁ ହିଁ ବ୍ୟକ୍ତିର ଶାରୀରିକ ସ୍ବାସ୍ଥ୍ୟ ବିଷୟରେ ସୂଚନା ମିଳିଥାଏ। ନଖ ଉପରେ ଯଦି ଡ଼ଳା ରଙ୍ଗ ବ୍ୟତୀତ କଳା ରଙ୍ଗ ବା ଅନ୍ୟ କୌଣସି ରଙ୍ଗ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଜାଣନ୍ତୁ ଆପଣଙ୍କ ନଖର ବଦଳୁଥିବା ରଙ୍ଗ କେଉଁ ରୋଗକୁ ସୂଚାଇଥାଏ ।

-ଯଦି ଆପଣଙ୍କ ନଖ କଳା ହୋଇ ଯାଉଛି ବା କଳା ରଙ୍ଗର ଗାର ଦେଖିବାକୁ ମିଳୁଛି, ତେବେ ଏହା ମେଲନାମା ଚର୍ମ କର୍କଟ ରୋଗର ଲକ୍ଷଣ ବୋଲି ଜାଣି ନିଅନ୍ତୁ । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।

-ଯଦି ଆପଣଙ୍କ ନଖରେ ଧଳା ରଙ୍ଗର ଗାର ବା ବିନ୍ଦୁ ଦେଖିବାକୁ ମିଳୁଛି, ତେବେ ଏହା ଯକୃତ ରୋଗ, ହୃଦ୍‌ଜନିତ ସମସ୍ୟା ବା କ୍ୟାଲସିୟମ ଅଭାବର ସଙ୍କେତ ହୋଇପାରେ ।

-ସେହିପରି ନଖର ରଙ୍ଗ ହାଲୁକା ହଳଦିଆ ହେଉଛି, ତେବେ ଏହା ଏନିମିଆ ରୋଗର ଲକ୍ଷଣ ବୋଲି ଜାଣି ନିଅନ୍ତୁ ।

-ନଖର ରଙ୍ଗ ଗାଢ଼ ଲାଲ ଦିଶିଲେ ଏହା ଉଚ୍ଚ ରକ୍ତଚାପର ଲକ୍ଷଣ ବୋଲି ଜାଣି ନିଅନ୍ତୁ ।

-ନଖର ରଙ୍ଗ ନୀଳ ହେବା ଫୁସ୍‌ଫୁସ୍‌ ସଂକ୍ରମଣର ଲକ୍ଷଣ ହୋଇପାରେ । ନିମୋନିଆ ବା ହୃଦୟ ରୋଗର ସମସ୍ୟା ଥିଲେ ନଖ ନୀଳ ହୋଇ ଯାଇଥାଏ ।

KNews Bureau

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

5 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

14 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

14 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

31 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

32 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

36 mins ago