ଏହି ପରିବା ଚୋପା ଫେରାଇ ଆଣିବ ଆପଣଙ୍କ କେଶର ପ୍ରାକୃତିକ ରଙ୍ଗ, ପାଚିଲା କେଶ ସମସ୍ୟା ହୋଇଯିବ ଦୂର

କେଶ ପାଚିବା, ଦୁର୍ବଳ ହୋଇଯିବା ଆଜିକାଲି ସାଧାରଣ କଥା ହୋଇଗଲାଣି। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। କିନ୍ତୁ କୌଣସି ପ୍ରଭାବ ନଜର ଆସି ନ ଥାଏ। ଏମିତିରେ କେଶର ରଙ୍ଗ ପୁଣି ଫେରି ପାଇବା ଏବଂ ନୂଆ କେଶ ଉଠିବା ପାଇଁ ଆପଣ ଆଳୁ ଚୋପା ବ୍ୟବହାର କରିପାରିବେ। ଏହାଦ୍ୱାରା ଆପଣଙ୍କ କେଶ ପ୍ରାକୃତିକ ଉପାୟରେ କଳା ହେବ ଏବଂ କେଶର ରଙ୍ଗ ଫେରି ଆସିବ। ଆସନ୍ତୁ ଜାଣିବା କେମିତି ବ୍ୟବହାର କରିବା ଆଳୁ ଚୋପା।

ଆଳୁ ଚୋପାର ହେୟାର ମାସ୍କ

ଏହାକୁ ବନାଇବା ପାଇଁ ପ୍ରଥମେ ଆଳୁର ଚୋପା ବାହାର କରି ନିଅନ୍ତୁ। ଏହାକୁ ଗରମ ପାଣିରେ ପକାଇ ସିଝାନ୍ତୁ। ୧୦ ମିନିଟ ସିଝାଇବା ପରେ ଏହି ପାଣିକୁ ସମ୍ପୂର୍ଣ୍ଣ ଥଣ୍ଡା କରନ୍ତୁ। ତା’ ପରେ ଏହାକୁ ଏକ ଜାରରେ ବନ୍ଦ କରି ରଖି ଦିଅନ୍ତୁ।

ଲଗାଇବାର ଉପାୟ

ଆଳୁ ଚୋପାର ଏହି ପାଣିକୁ ଆପଣ କେଶ ମୂଳରେ ଧୀରେ ଧୀରେ ୫ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ। ଲଗାଇବା ପରେ ଏହାକୁ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ଅତି କମରେ ଏହି ପାଣିକୁ କେଶରେ ୩୦ ମିନିଟ ପର୍ଯ୍ୟନ୍ତ ରଖିବାକୁ ଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ କେଶ ଧୋଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.