ନବରାତ୍ରୀରେ ଆପଣଙ୍କ ରୋଷେଇ ଘରୁ ବାହାର କରିଦିଅନ୍ତୁ ଏହି ୫ଟି ଜିନିଷ

ନବରାତ୍ରୀରେ ଦେବୀ ମା’ଙ୍କୁ ୯ ଦିନ ପଯ୍ୟର୍ନ୍ତ ପୂଜାର୍ଚ୍ଚନା କରାଯାଇଥାଏ। ତେଣୁ ଏହି ଦିନରେ କିଛି କାମକୁ ଅଶୁଭ ବୋଲି ଗଣାଯାଏ। ଚୈତ୍ର ଏବଂ ଆଶ୍ୱିନ ମାସର ଚନ୍ଦ୍ରପକ୍ଷରେ ୯ ଦିନ ନବରାତ୍ରୀ ନାମରେ ବିଖ୍ୟାତ। ଏହା ହିନ୍ଦୁମାନଙ୍କର ବିଶେଷ ପର୍ବ ମଧ୍ୟରୁ ଗୋଟିଏ, ଯାହାକୁ ପୂରା ଭାରତବର୍ଷରେ ଧୁମ୍‌ଧାମରେ ପାଳନ କରାଯାଇଥାଏ। ଏହି ଦିନମାନଙ୍କରେ ଶ୍ରଦ୍ଧାଳୁ ମା’ ଭଗବତୀଙ୍କ ପୂଜା କରିଥାଆନ୍ତି ଏବଂ ତାଙ୍କୁ ପ୍ରସନ୍ନ କରିବା ପାଇଁ ଉପବାସ ମଧ୍ୟ ରଖିଥାଆନ୍ତି।

ହିନ୍ଦୁ ଧର୍ମରେ ନବରାତ୍ରୀର ୯ ଦିନ ବହୁତ ପବିତ୍ର ବୋଲି ଧରାଯାଏ। ଏହି ସମୟରେ କରାଯାଉଥିବା ସମସ୍ତ କାମକୁ ଶୁଭ ବୋଲି କୁହାଯାଏ। କିଛି ଲୋକ କେବଳ ଅଷ୍ଟମୀ ବ୍ରତ ରଖିଥାଆନ୍ତି। ଆଉ କିଛି ଲୋକ ପୂର୍ଣ୍ଣ ନବରାତ୍ରୀ ଉପବାସ କରିଥାଆନ୍ତି। ତେବେ ଏମିତି କିଛି ଖାଦ୍ୟ ଜିନିଷ ରହିଛି, ଯାହାକୁ ନବରାତ୍ରୀରେ ଆଦୌ ଖାଇବା ଉଚିତ ନୁହେଁ। ଆସନ୍ତୁ ଜାଣିବା, ସେହି ଖାଦ୍ୟ ଜିନିଷ ବିଷୟରେ, ଯାହାକୁ ଆପଣ ନବରାତ୍ରୀରେ ନିଜ ରୋଷେଇ ଘରୁ ବାହାର କରିଦେବା ଉଚିତ।

ରସୁଣ

ନବରାତ୍ରୀ ସାତ୍ତ୍ୱିକ ହୋଇଥାଏ ଏବଂ ରସୁଣକୁ ତାମସିକ ଖାଦ୍ୟରେ ସାମିଲ କରାଯାଇଥାଏ। କୁହାଯାଏ, ତାମସିକ ଖାଦ୍ୟ କ୍ରୋଧ ଏବଂ ଅହଂକାରର କାରଣ। ଏଥିପାଇଁ ନବରାତ୍ରୀର ସାତ୍ତ୍ୱିକ ଦିନଗୁଡ଼ିକରେ ରସୁଣ ଖାଇବା ନିଷେଧ ବୋଲି ଧରାଯାଏ।

ପିଆଜ

ପିଆଜ ମଧ୍ୟ ତାମସିକ ଖାଦ୍ୟରେ ସାମିଲ ହୋଇଥାଏ। କିଛି ଲୋକ ପିଆଜକୁ ନବରାତ୍ରୀ ସମୟରେ ରୋଷେଇ ଘରୁ ବାହାର କରିଦେଇ ଥାଆନ୍ତି।

ଏହାସହ ପଢ଼ନ୍ତୁ: ଏହି ୪ ପ୍ରକାର ଲୋକଙ୍କ ପାଇଁ ବିଷ ସମାନ ହୋଇଥାଏ ଅଦା ଚା’, ଜାଣିଲେ ଆପଣ ହୋଇଯିବେ ଚକିତ

ଲୁଣ

ନବରାତ୍ରୀରେ ଲୁଣ ବଦଳରେ ସାନ୍ଧବ୍ୟ ଲୁଣ ବ୍ୟବହାର କରିବାକୁ କୁହାଯାଇଥାଏ। ଏହି ଦିନରେ ଯଦି ଆପଣ ବ୍ରତ ରଖନ୍ତି, ତା’ହେଲେ ସାନ୍ଧବ୍ୟ ଲୁଣରେ ପ୍ରସ୍ତୁତ ଜିନିଷକୁ ବ୍ୟବହାର କରିବା ଉଚିତ। ଆଉ କିଛି ଲୋକ ମାନିଥାଆନ୍ତି ଯେ ଆପଣ ଉପବାସ ରଖନ୍ତୁ କି ନ ରଖନ୍ତୁ, ନବରାତ୍ରୀ ସମୟରେ ସାନ୍ଧବ୍ୟ ଲୁଣ ଘରେ ବ୍ୟବହାର କରିବା ଶୁଭ ହୋଇଥାଏ।

ଅଣ୍ଡା

ନବରାତ୍ରୀ ବହୁତ ପବିତ୍ର ଅଟୋ। ତେଣୁ ଏହା ପୂର୍ବରୁ ରୋଷେଇ ଘରୁ ଅଣ୍ଡା ବାହାର କରିଦିଅନ୍ତୁ। ଅଣ୍ଡା କିଣିବା ଏବଂ ଖାଇବା ସମ୍ପୂର୍ଣ୍ଣ ନିଷେଧ ହୋଇଥାଏ।

ଆମିଷ

ନବରାତ୍ରୀରେ ଆଦୌ ଛୁଁଅନ୍ତୁ ନାହିଁ ଆମିଷ ଭୋଜନ। କିଛି ଲୋକ ଆମିଷ ଖାଦ୍ୟକୁ ନିଜ ଫ୍ରିଜରେ ଷ୍ଟୋର୍‌ କରି ରଖିଥାଆନ୍ତି। କିନ୍ତୁ ୯ ଦିନ ଏହାକୁ ରୋଷେଇ ଘରୁ ବାହାର କରିଦେବା ଉଚିତ।

Roshni

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

7 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

21 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago