ଔଷଧଠାରୁ କମ୍‌ ନୁହେଁ ମୂଳା, ପ୍ରତିଦିନ ଖାଦ୍ୟରେ କରନ୍ତୁ ସାମିଲ, ଦୂର ହୋଇଯିବ ଏହି ୪ଟି ରୋଗ

ଶୀତ ଋତୁରେ ଏମିତି କିଛି ଖାଦ୍ୟ ରହିଥାଏ, ଯାହା ଔଷଧଠାରୁ କୌଣସି ଗୁଣରେ କମ୍‌ ହୋଇ ନ ଥାଏ। ଶୀତଦିନେ ଆମର ଇମ୍ୟୁନ୍‌ ସିଷ୍ଟମ୍‌ ଦୁର୍ବଳ ହୋଇଯାଇଥାଏ, ଯଦ୍ଦ୍ଵାରା ଆମେ ବିଭିନ୍ନ ରୋଗର ଶିକାର ହୋଇଥାଉ। ତେଣୁ ଜରୁରୀ ଯେ ଏହି ଦିନେ ନିଜର ଖାଦ୍ୟପେୟ ପ୍ରତି ଠିକ୍‌ ଧ୍ୟାନ ଦେବା। ଆପଣଙ୍କ ପାଇଁ ମୂଳ ସେବନ କରିବା ବହୁତ ଲାଭଦାୟକ ହୋଇପାରିବ। ଆସନ୍ତୁ ଜାଣିବା ମୂଳା ଖାଇଲେ କେଉଁ ରୋଗ ଆମ ପାଖ ମାଡ଼ିବନି।

୧. ଥଣ୍ଡା-କାଶ ପାଇଁ ଲାଭଦାୟକ

ମୂଳାରେ ଆଣ୍ଟି କଞ୍ଜେଷ୍ଟିଭ୍‌ ଗୁଣ ଭରି ରହିଥାଏ। ଏଥିପାଇଁ ଥଣ୍ଡା, କାଶ ଆରମ୍ଭ ହେଲା ମାତ୍ରେ ଆପଣ ନିଜ ଡାଏଟ୍‌ରେ ମୂଳା ସାମିଲ କରନ୍ତୁ। ଏଥିରେ କଫ ମଧ୍ୟ ଦୂର ହୋଇଯାଇଥାଏ।

୨. କୋଷ୍ଠକାଠିନ୍ୟ

ମୂଳାରେ ଫାଇବର ତତ୍ତ୍ୱ ଅଧିକ ମାତ୍ରାରେ ରହିଥାଏ, ଯାହା କୋଷ୍ଠକାଠିନ୍ୟ ପାଇଁ ବହୁତ ଲାଭଦାୟକ। ଏହା ଖାଦ୍ୟନଳୀର ନିମ୍ନ ଭାଗକୁ ସୁସ୍ଥ ରଖିଥାଏ। ମୂଳା ସେବନ କରିବା ଦ୍ୱାରା ପାଚନ କ୍ରିୟା ଠିକ୍‌ ରହିଥାଏ। ଏହା କିଡ୍‌ନୀ ପାଇଁ ମଧ୍ୟ ବହୁତ ଫଳପ୍ରଦ। କେବଳ ଏତିକି ନୁହେଁ, ମୂଳା ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

୩. ରକ୍ତଚାପ ଠିକ୍‌ ରହିଥାଏ

ମୂଳାରେ ହାଇପରଣ୍ଟେସିଭ୍‌ ଗୁଣ ରହିଛି। ଏହାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ରହିଥାଏ। ମୂଳାରେ ଭରପୂର ମାତ୍ରାରେ ପୋଟାସିୟମ୍‌ ମିଳିଥାଏ, ଯାହାକି ଶରୀରରେ ସୋଡିୟମ୍‌, ପୋଟାସିୟମ୍‌ର ଅନୁପାତକୁ ବାଲାନ୍ସ କରିବାରେ ସାହାଯ୍ୟ କରିଥାଏ। ଏହା ରକ୍ତଚାପକୁ ବଢ଼ିବାକୁ ଦେଇ ନ ଥାଏ।

୪. ଇନ୍‌ସୁଲିନ

ମୂଳାରେ ମହଜୁଦ୍‌ ଥିବା ତତ୍ତ୍ୱ ଇନ୍‌ସୁଲିନକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ। ମୂଳାକୁ ସେବନ କରିବା ଦ୍ୱାରା ସୁଗର ଲେବଲ୍‌ ନିୟନ୍ତ୍ରିତ ରହିଥାଏ।

Roshni

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

15 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

34 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

42 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

59 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago