ଲାଇଫ୍ ଷ୍ଟାଇଲ୍

ଡିପ୍ରେସନ ବଢାଇଥାଏ ଏହି ୫ଟି ଜିନିଷ : ଖାଦ୍ୟରେ କରନ୍ତୁ ନାହିଁ ସାମିଲ

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଚାପଗ୍ରସ୍ତ ଜୀବନ ଏବଂ କାର୍ଯ୍ୟ ଯୋଗୁଁ ଉଦାସୀନତାର ଶିକାର ହେଉଛନ୍ତି। ଉଦାସୀନତା ସୃଷ୍ଟି କରିବାରେ ଆପଣଙ୍କ ଡାଏଟ୍‌ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ, ଖାଦ୍ୟ ଏବ ପୁଷ୍ଟିକର ଖାଦ୍ୟ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। କିଛି ଖାଦ୍ୟ ଏପରି ରହିଛି ଯାହା ଡିପ୍ରେସନର ସ୍ତରକୁ ବଢାଇଥାଏ। ତେବେ ଆସନ୍ତୁ କେଉଁ ଖାଦ୍ୟ ଆମର ଡିପ୍ରେସନ ବଢାଇଥାଏ, ତାହା ବିଷୟରେ ଜାଣିବା…

ଫଳରସ : ଫଳଗୁଡିକରେ ଥିବା ଫାଇବର କେବଳ ଶରୀରରେ ଶକ୍ତି ବୃଦ୍ଧି କରେ ନାହିଁ ବରଂ ସ୍ୱାସ୍ଥ୍ୟ ସଠିକ୍‌ ରଖେ। ମାତ୍ର ବଜାରରେ ମିଳୁଥିବା ପ୍ୟାକ ଫଳରସରେ ଅନେକ ରାସାୟନିକ ପଦାର୍ଥ ଏବଂ ଅନ୍ୟାନ୍ୟ ଜିନିଷ ମିଶ୍ରଣର ସମ୍ଭାବନା ରହିଥାଏ। ଏହି ପ୍ରକାରର ରସ ପିଇବା ଦ୍ୱାରା ଯନ୍ତ୍ରଣା, ଚିନ୍ତା ଏବଂ ଉଦାସୀନତା ଦେଖାଯାଏ। ଏପରି ପରିସ୍ଥିତିରେ ପ୍ୟାକ ହୋଇଥିବା ଫଳ ରସ ବଦଳରେ ତାଜା ଫଳର ରସ ପିଇବା ଭଲ।

ଡାଏଟ ସୋଡା : ଡାଏଟ ସୋଡାରେ ଚିନି ନଥାଏ ବୋଲି ଅନେକ ଲୋକ ବିଶ୍ୱାସ କରନ୍ତି। ଏହା ଶରୀର ପାଇଁ କ୍ଷତିକାରକ ନୁହେଁ କିମ୍ବା ଏଥିରେ ମଧୁରତା ନଥାଏ। କିନ୍ତୁ ଏହାକୁ ଅଧିକ ମାତ୍ରାରେ ପିଇବା ଦ୍ୱାରା ଡିପ୍ରେସନର ଆଶଙ୍କା ରହିଥାଏ।

କ୍ୟାଚ୍‌ଅପ୍‌ :  ଟମାଟୋ ବ୍ୟତୀତ କେଚଅପ୍‌ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ରାସାୟନିକ ପଦାର୍ଥ ଏବଂ ବହୁ ପରିମାଣର ଚିନି ବ୍ୟବହାର କରାଯାଏ। ଗୋଟିଏ ଚାମଚ କ୍ୟାଚଅପ୍‌ରେ ପ୍ରାୟ ୪ ଗ୍ରାମ ଚିନି ଥାଏ। ଏଥିରେ ଥିବା ଅଧିକ ମିଠା କେବଳ ପେଟ ଖରାପ କରେ ତାହା ନୁହେଁ ବରଂ ଚିନ୍ତା ଏବଂ ଉଦାସୀନତା ମଧ୍ୟ ସୃଷ୍ଟି କରେ।

ମଦ୍ୟପାନ : ଚାପରେ ପଡିବା ପରେ ଅନେକ ଲୋକ ଭାବନ୍ତି ଯେ ମଦ୍ୟପାନ କରିବା ଦ୍ୱାରା ସବୁକିଛି ଠିକ୍‌ ହୋଇଯାଏ। କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ। ମଦ୍ୟପାନ କରିବା କେବଳ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ କଷ୍ଟ ପହଞ୍ଚାଏ ନାହିଁ ବରଂ ଅବସାଦକୁ ବଢାଇଥାଏ।

Swagatika

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

14 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

19 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

50 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

57 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago