ଦୁର୍ଭାଗ୍ୟକୁ ସୌଭାଗ୍ୟରେ ବଦଳାଇଦିଏ ଏହି ୫ କଥା, ତୁରନ୍ତୁ ଆପଣାନ୍ତୁ ଭାଗ୍ୟ ଚମକାନ୍ତୁ

ଭାଗ୍ୟର ସାଥ୍‌ ହେଉ କିମ୍ବା ସୌଭାଗ୍ୟ, ଜୀବନର ଦିଶା ଆଉ ଦଶାକୁ ବଦଳାଇଦେଇଥାଏ। ଯଦିଓ ସମସ୍ତଙ୍କୁ ଭ୍ୟାଗର ସାଥ୍‌ ମିଳିନଥାଏ। କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ କିଛି ଏମିତି କଥା କହିଛନ୍ତି ଯାହାକୁ ଆପଣେଇବା ଦ୍ୱାରା ଦୁର୍ଭାଗ୍ୟ ବି ସୌଭାଗ୍ୟରେ ବଦଳିଯିବ। ଏହି କଥା ଜଣେ ମଣିଷର ଜୀବନକୁ ବଦଳାଇଥାଏ। ଆସନ୍ତୁ ଜାଣିବା ଚାଣକ୍ୟ ନୀତିର ସେହି ଖାସ୍‌ କଥା ବିଷୟରେ ଯାହା ପ୍ରତ୍ୟେକ ମଣିଷଙ୍କ କାମରେ ଆସିବ।

ଭାଗ୍ୟ ବଦଳାଇ ଦିଏ ଏହି ଜିନିଷ

କେବେବି ସମୟ ନଷ୍ଟ କରନ୍ତୁନାହିଁ

ଏହା ଏମିତି ର୍ଦୁଗୁଣ, ଯାହା ଭଲ ହସ ଖୁସିର ଜୀବନକୁ ମୁହୂର୍ତ୍ତକେ ଭିତରେ ବର୍ବାଦ କରିଦେବ। ତେଣୁ ଏଥିରୁ ସବୁବେଳେ ଦୂରତା ରକ୍ଷା କରନ୍ତୁ।

ଭଲ ବ୍ୟବହାର

ଭଲ ବ୍ୟବହାର ଏକ ଏମିତି ଗୁଣ ଯାହା ଆପଣଙ୍କୁ କେବଳ ସମସ୍ତଙ୍କର ପ୍ରିୟ କରିନଥାଏ ବରଂ ଆପଣଙ୍କୁ ସବୁ କାମରେ ସଫଳ ବି କରିଥାଏ। ଏଥିପାଇଁ ସବୁବେଳେ ନିଜ ବ୍ୟବହାର ଭଲ ରଖନ୍ତୁ।

ଏହି ଲୋକଙ୍କୁ କରନ୍ତୁ ସମ୍ମାନ

ମାତା-ପିତା, ଗୁରୁଙ୍କ ଆଶିର୍ବାଦରେ ଏତେ ଶକ୍ତି ଥାଏ ଯେ ତାହା ଆପଣଙ୍କ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ବଦଳାଇଦେଇପାରେ। ଏଥିପାଇଁ ସବୁବେଳେ ଗୁରୁ ଗୁରୁଜନ ବାପା ମାଆଙ୍କୁ ସମ୍ମାନ କରନ୍ତୁ ଏବଂ ତାଙ୍କ ଆଶିର୍ବାଦ ନିଅନ୍ତୁ।

ସ୍ତ୍ରୀଙ୍କ ସାଥ୍‌

ନିଜ ସ୍ତ୍ରୀଙ୍କୁ ସବୁବେଳେ ପ୍ରେମ ଏବଂ ସମ୍ମାନ ଦିଅନ୍ତୁ। କାରଣ ଯୋଗ୍ୟ ଏବଂ ବୁଦ୍ଧିମତୀ ସ୍ତ୍ରୀ ସବୁ ଖରାପ ସମୟକୁ ଭଲରେ ଭଲରେ ପାର କରିଦେବେ।