ଭୋକ ହେଉନାହିଁ କି ? ଆପଣାନ୍ତୁ ଏହି ଉପାୟ, ପାଆନ୍ତୁ ସନ୍ତୁଳିତ ଶରୀର

ବର୍ତ୍ତମାନର ଯୁବପିଢି ବଢୁଥିବା ମୋଟାପଣକୁ ନେଇ ବେଶ୍‌ ଚିନ୍ତିତ ରହିଛି। ଓଜନ କମାଇବା ପାଇଁ ଅନେକ ପ୍ରକାର ଟିପ୍ସ ଆପଣାଉଥିବା ବେଳେ ବ୍ୟାୟାମ ଏବଂ ଖାଦ୍ୟ ଉପରେ ନିୟନ୍ତ୍ରଣ କରୁଛି। ଓଜନ କମାଇବା ଯେତିକି କଷ୍ଟକର ବ୍ୟପାର ଓଜନ ବଢାଇବା ମଦ୍ୟ ସେତିକି କଷ୍ଟ। ଓଜନ କମାଇବା ପାଇଁ ତ ଆପଣ ବହୁତ ଚେଷ୍ଟା କରୁଛନ୍ତି କିନ୍ତୁ ଯାହାର ଓଜନ କମ୍‌ ରହିଛି, ସେମାନେ କିପରି ନିଜର ଓଜନ ବଢାଇବେ, କ’ଣ ଖାଇବେ ତାହାକୁ ନେଇ ଚିନ୍ତିତ ରହିଥାନ୍ତି।

ଅନେକ ଲୋକ ପତଳା ହେବାକୁ ଯୋଗୁଁ ଚିନ୍ତାରେ ରହିଥାନ୍ତି। ଏଥିପାଇଁ ଶରୀରକୁ ସନ୍ତୁଳିତ ଆହାର ଯୋଗାଇବା ଉଚିତ। ସଠିକ୍‌ ଖାଦ୍ୟପେୟ ଶରୀରକୁ ଚିନ୍ତା, ଷ୍ଟ୍ରେସ ଏବଂ ଅବସାଦରୁ ମୁକ୍ତି ରଖିଥାଏ। ଏଥିପାଇଁ ଆମେ ଆପଣଙ୍କୁ କିଛି ଘରୋଇ ଉପାୟ କହିବୁ, ଯାହାକୁ ଖାଇଲେ ଆପଣଙ୍କ ଭୋକ ବଢିବା ସହିତ ଖାଦ୍ୟ ଖାଇବା ପାଇଁ ଇଚ୍ଛା ହେବ।

ଅଁଳା : ଅଁଳା ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ ସମସ୍ୟା ଦୂର ହେବା ହୋଇଥାଏ। ଫଳରେ ଭୋକ ବଢିଥାଏ। ଏହା ପାଚନ ତନ୍ତ୍ରକୁ ସୁଧାରିଥାଏ ଏବଂ ବିଷାକ୍ତ ପଦାର୍ଥକୁ ବାହାରକୁ କାଢିଦିଏ। ଭୋକ ବଢିବା ପାଇଁ ଏକ କପ୍‌ ପାଣିରେ ଦୁଇ ଚାମଚ ଅଁଳା ରସ ଏବଂ ଲେମ୍ବୁରସ, ମହୁ ମିଶାଇ ସକାଳୁ ଖାଲି ପେଟରେ ପିଇଲେ ତିନି ଚାରି ମାସ ମଧ୍ୟରେ ଲାଭ ମିଳିଥାଏ।

ଗୁଜରାତି : ଏହା ଓ୍ଵାର୍ମିଂ ପାଚନ ଟନିକ ଭାବେ କାମ କରିଥାଏ। ଏହା ପାଚନକ୍ରିୟା, ପେଟ ଫୁଲିବା ଏବଂ ଅମ୍ଳ ଦୋଷ ଦୂର କରିଥାଏ। ପ୍ରତି ଚା’ରେ ଗୁଜରାତି ପକାଇ ପିଇଲେ ଲାଭ ମିଳିଥାଏ।

ଜିରା : ଏକ ଗ୍ଲାସ ପାଣିରେ ବିଟ୍‌ ଲୁଣ, ସୈନ୍ଧବ ଲବଣ ଏବଂ ଏକ ଚାମଚ ଜିରା ଗୁଣ୍ଡ ପକାଇ ପିଅନ୍ତୁ। ଏପରି କଲେ ଆପଣଙ୍କ ଭୋକ ବଢିଥାଏ।

ଏହାସହ ପଢ଼ନ୍ତୁ ; ସୁନ୍ଦର ତ୍ୱଚା ପାଇବାକୁ ଚାହୁଁଛନ୍ତି କି ? ବିଅରକୁ ଏଭଳି କରନ୍ତୁ ବ୍ୟବହାର

ଧନିଆ ରସ : ଭୋକ ବଢାଇବା ପାଇଁ ଧନିଆ ରସ ବେଶ୍‌ ଉପକାରୀ। ଖାଦ୍ୟ ହଜମ କରିବା ପାଇଁ ଏହା ବେଶ୍‌ ଉପକାରୀ। ଧନିଆ ରସ ପେଟରେ ଗ୍ୟାସ୍‌, ଏସିଡିଟି ଏବଂ ଅପଚ ଭଳି ସମସ୍ୟା ଦୂର ହୋଇଥାଏ।

ରସୁଣ : ରସୁଣ ପାଚନ ତନ୍ତ୍ରକୁ ସୁସ୍ଥ କରିବା ସହ ଭୋକ ବଢାଇ ଥାଏ। ଏକ କପ୍‌ ପାଣିରେ ତିନିରୁ ଚାରିଟି ରସୁଣ ଫୁଟାଇ ଦିଅନ୍ତୁ। ଏହି ପାଣିକୁ ଛାଣି ଏଥିରେ ଅଧା ଲେମ୍ବୁ ରସ ମିଶାଇ ପିଅନ୍ତୁ। ଏପରି ଦିନକୁ ଦୁଇଥର କରନ୍ତୁ ଲାଭ ମିଳିବ।

Swagatika

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

2 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

12 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

21 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

36 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

45 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

54 mins ago