ଆଚାର୍ଯ୍ୟ ଚାଣକ୍ୟ ନୀତି: ଅତି ନିଜର ଲୋକକୁ ବି କହିବା ଉଚିତ ନୁହେଁ ଏହି ୫ଟି କଥା, ହୋଇଥାଏ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ନୀତିଶାସ୍ତ୍ର ନାମକ ଗ୍ରନ୍ଥ ଲେଖିଛନ୍ତି। ଏଥିରେ ଉନ୍ନତି, ଧନ, ବିବାହ, ବ୍ୟାପାର ସମେତ ଜୀବନର କେତେକ ସମସ୍ୟାର ସମାଧାନ ସୂତ୍ର ବର୍ଣ୍ଣନା କରାଯାଇଛି। ଚାଣକ୍ୟଙ୍କ ନୀତିବାଣୀ ପାଳନ କରୁଥିବା ଲୋକ ଜୀବନରେ ଅନେକ ସଫଳତା ହାସଲ କରିଥାଏ। ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକରେ କହିଛନ୍ତି ଯେ କିଛି କଥାକୁ ଗୁପ୍ତ ରଖିବା ଉଚିତ। ଆଜି ଆମେ ଆପଣଙ୍କୁ ସେହି ୫ଟି କଥା ବିଷୟରେ କହିବୁ, ଯାହାକୁ ଅତି ପରିଚିତ ଲୋକଙ୍କୁ ବି ସେୟାର କରିବା ଉଚିତ ନୁହେଁ।

୧. ନିଜର ଦୁଃଖ ଜଣାନ୍ତୁ ନାହିଁ: ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, କାହା ସହିତ ବି ନିଜର ଦୁଃଖ ବାଣ୍ଟିବା ଉଚିତ ନୁହେଁ। ଦୁଃଖର ଚର୍ଚ୍ଚା କରିବା ଦ୍ୱାରା ଏହା ବଢ଼ିଥାଏ। ଆପଣଙ୍କ କଥା ଶୁଣି ସାମ୍ନା ଲୋକ ସହାନୁଭୂତି ଦେଖାଇଥାଏ, କିନ୍ତୁ ଆପଣଙ୍କ ପଛରେ ଉପହାସ କରିଥାଏ। ଏହାଛଡା ଏଥିରୁ ଲୋକେ ଆପଣଙ୍କ ସ୍ଥିତି ଆକଳନ କରିବେ।

୨. ନିଜର ପ୍ରେମ ସମ୍ବନ୍ଧ ବିଷୟରେ କୁହନ୍ତୁ ନାହିଁ: କାହା ସହିତ ବି ନିଜର ପ୍ରେମ ସମ୍ପର୍କ ବିଷୟରେ ଚର୍ଚ୍ଚା କରନ୍ତୁ ନାହିଁ। ନଚେତ ଆପଣଙ୍କ ପାଇଁ ଭବିଷ୍ୟତରେ ଅସୁବିଧା ସୃଷ୍ଟି ହୋଇପାରେ।

୩. ଧନର ଚର୍ଚ୍ଚା କରନ୍ତୁ ନାହିଁ: ନୀତିଶାସ୍ତ୍ର ଅନୁସାରେ, କାହା ସାମ୍ନାରେ ନିଜ ଧନର ଚର୍ଚ୍ଚା କରନ୍ତୁ ନାହିଁ। ଧନ ମାମଲାରେ କାହାକୁ ବିଶ୍ୱାସ କରିବା ଠିକ ନୁହେଁ। ଧନ ସମ୍ବନ୍ଧୀୟ କଥା ନିଜ ଭିତରେ ସୀମିତ ରଖନ୍ତୁ।

୪. ପରିବାର ବିଷୟରେ ମନ୍ଦ କଥା ଗପନ୍ତୁ ନାହିଁ: କାହା ଆଗରେ ନିଜ ପରିବାର ବିଷୟରେ ମନ୍ଦ କଥା ଗପିବା ଠିକ ନୁହେଁ। ଯେଉଁ ବ୍ୟକ୍ତି ଆପଣଙ୍କ କଥା ଶୁଣୁଥିବ, ଭବିଷ୍ୟତରେ ସେହି ବ୍ୟକ୍ତି ହିଁ ଆପଣଙ୍କୁ ଉକ୍ତ କଥାକୁ ନେଇ ହୀନ ଆଖିରେ ଦେଖିପାରେ। ନଚେତ ଲୋକଙ୍କ ସାମ୍ନାରେ ଅପମାନିତ କରିପାରେ। ଏଥିପାଇଁ ପରିବାରର କଥା କାହାକୁ କୁହନ୍ତୁ ନାହିଁ।

୫. ଆଖି ବୁଜି ଭରସା କରନ୍ତୁ ନାହିଁ: ଚାଣକ୍ୟ କୁହନ୍ତି, ଧୋକା ସବୁବେଳେ ସେହି ଲୋକ ହିଁ ଖାଇଥାନ୍ତି, ଯିଏ ଆଖି ବୁଜି ଭରସା କରିଥାଏ। ଏଥିପାଇଁ କାହାକୁ ବିଶ୍ୱାସ କରିବା ଆଗରୁ ୪ ଥର ଭାବିବା ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.