ଏହି ପାଞ୍ଚୋଟି ଉପାୟ ଦ୍ୱାରା ନିଜ ପିଲାମାନଙ୍କୁ ଷ୍ଟ୍ରେସଠୁ ରଖନ୍ତୁ ଦୂରରେ

ଆଜିକାଲିର ଜୀବନଶୈଳୀରେ ବଡ଼ମାନଙ୍କଠୁ ନେଇ ଛୋଟପିଲା ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ ରହିଥାନ୍ତି । ଦିନକୁ ଦିନ ଛୋଟପିଲା ମାନଙ୍କ ଉପରେ ପାଠର ବୋଝ ବଢି ବଢି ଚାଲିଛି । ତେଣୁ ଯେତେଶୀଘ୍ର ସମ୍ଭବ ସେମାନଙ୍କୁ ଷ୍ଟ୍ରେସ ବା ଡିପ୍ରେସନରୁ ମୁକୁଳିବାର ଉପାୟ ଜଣାଇବା ନିହାତି ଆବଶ୍ୟକ ଅଟେ ।

ଯୋଗ ବା ଏକ୍ସରସାଇଜ

बच्चों को दें स्ट्रेस मैनेजमेंट के ये 5 टिप्स, खुशहाल रहेगी जिंदगी

ପରୀକ୍ଷା ସମୟରେ ପିଲା ମାନଙ୍କ ଟେନସନ ବଢ଼ିଯାଇଥାଏ । ବେଳେବେଳେ ଟେନସନ ଅଧିକ ହେବା କାରଣରୁ ସେମାନେ ପାଠପଢା ଉପରେ ଅଧିକ ଧ୍ୟାନ ଦେଇପାରନ୍ତି ନାହିଁ । ଷ୍ଟ୍ରେସରୁ ବଂଚିବା ପାଇଁ ପିଲାମାନଙ୍କୁ ଯୋଗ, ଏକ୍ସରସାଇଜ ଏବଂ ମର୍ଣ୍ଣିଙ୍ଗ ୱାକ କରିବା ପାଇଁ କୁହନ୍ତୁ ।

ହବିକୁ ପ୍ରୋତ୍ସାହିତ କରନ୍ତୁ

बच्चों को दें स्ट्रेस मैनेजमेंट के ये 5 टिप्स, खुशहाल रहेगी जिंदगी

ପିଲାମାନଙ୍କ ଉପରେ ପାଠପଢ଼ାର ବୋଝ ଯେତେ ଥିଲେ ମଧ୍ୟ ସେମାନଙ୍କ ହବିକୁ ନିଶ୍ଚିତ ଭାବେ ପ୍ରୋତ୍ସାହିତ କରନ୍ତୁ । ଏହାଦ୍ୱାରା ପିଲାମାନଙ୍କ ମାଇଣ୍ଡ କୁଲ ରହିଥାଏ ଏବଂ ସେମାନେ ପାଠ ପଢ଼ାରେ ଅଧିକ ଧ୍ୟାନ ଦେଇପାରନ୍ତି ।

ଭଲ ବହି ପଢିବାକୁ ଦିଅନ୍ତୁ

बच्चों को दें स्ट्रेस मैनेजमेंट के ये 5 टिप्स, खुशहाल रहेगी जिंदगी

କୋର୍ସର ବହି ବ୍ୟତୀତ ପିଲାମାନଙ୍କୁ କିଛି ଭଲ ଭଲ ପୁସ୍ତକ ପଢିବା ପାଇଁ ଦିଅନ୍ତୁ । ଏହାଦ୍ୱାର ତାଙ୍କର ଚିନ୍ତାଶକ୍ତି ଅଧିକ ଭଲ ରହିବ ।

କମେଡି ଫିଲ୍ମ ଦେଖାନ୍ତୁ

बच्चों को दें स्ट्रेस मैनेजमेंट के ये 5 टिप्स, खुशहाल रहेगी जिंदगी

ଇମୋସନାଲି ହେଲଦି ରହିବ ମଧ୍ୟ ବହୁତ ଜରୁରୀ ଅଟେ । ତେଣୁ ଯେତେବେଳେ ବି ସମୟ ମିଳୁଛି ପିଲାମାନଙ୍କୁ କମେଡି ଫିଲ୍ମ କିମ୍ବା କାର୍ଟୁନ ଦେଖିବାକୁ ଦିଅନ୍ତୁ । ମସ୍ତି ମଜାକ ଦ୍ୱାରା ଟେନସନ ଦୂର ହୋଇଯାଇଥାଏ । ଏହାଦ୍ୱାରା ପିଲାମାନେ ଚିନ୍ତା କମ କରିବା ସହ ପାଠପଢ଼ାରେ ଅଧିକ ଧ୍ୟାନ ଲଗାଇ ପାରିବେ ।

ପିଲାଙ୍କୁ ସବୁକ୍ଷେତ୍ରରେ ସପୋର୍ଟ କରନ୍ତୁ

बच्चों को दें स्ट्रेस मैनेजमेंट के ये 5 टिप्स, खुशहाल रहेगी जिंदगी

ପ୍ୟାରେଣ୍ଟସ ମାନଙ୍କର ସପୋର୍ଟ ମଧ୍ୟ ପିଲାମାନଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । ସେମାନଙ୍କର ସହଯୋଗ ଦ୍ୱାରା ପିଲାମାନଙ୍କର ଆତ୍ମବିଶ୍ଵାସ ବଢିଥାଏ । ପାଠପଢା ହେଉ କିମ୍ବା ହବି ପ୍ରତିଟି କ୍ଷେତ୍ରରେ ନିଜ ପିଲା ମାନଙ୍କୁ ସପୋର୍ଟ କରନ୍ତୁ । ଏହାଦ୍ୱାରା ସେମାନଙ୍କୁ ଆଗକୁ ବଢିବାକୁ ପ୍ରୋତ୍ସାହନ ମିଳିଥାଏ ।