ଯଦି ଆପଣଙ୍କୁ ମିଳୁଛି ଏହି ୬ ପ୍ରକାରର ସଙ୍କେତ , ତେବେ ହୋଇଯାଆନ୍ତୁ ସତର୍କ

ଯେକୌଣସି ବ୍ୟକ୍ତିଙ୍କ ଜୀବନରେ ଶୁଭ ଏବ ଅଶୁଭ ଦୁଇ ପ୍ରକାରର ଘଟଣା ଘଟିଥାଏ । ଯେବେ ବି କୌଣସି ଅଶୁଭ ଘଟଣା ଘଟିଥାଏ ତେବେ ଏହାର କୌଣସି ଖବର ନଥାଏ । ଅଶୁଭ ସଙ୍କେତ ପଛରେ ଭବିଷ୍ୟରେ ହେବାକୁ ଥିବା କିଛି ଘଟଣା ସମ୍ପର୍କରେ ସୂଚନା ଦେଇଥାଏ । ଆମ ନିତିଦିନିଆ ଜୀବନରେ ଏମିତି କିଛି ଘଟଣା ଘଟିଥାଏ ଯାହା ଆପଣ ନିଶ୍ଚିତ ଲକ୍ଷ କରିବା ଉଚିତ୍ ।
ଆସନ୍ତୁ ଜାଣିବା ଏମିତି କିଛି ଘଟଣା ସମ୍ପର୍କରେ :
-ଯେବେ ହଠାତ୍ ବାରମ୍ବାର ଘଣ୍ଟା ବନ୍ଦ ହେବାକୁ ଲାଗିଥାଏ ବା ଘଣ୍ଟାର କାଚ ଭାଙ୍ଗିଯାଇଥାଏ କିମ୍ବା ଘରର ଝରକାରେ ଲାଗିଥିବା କାଚ ଚଡକି ଯାଇଥାଏ ତେବେ ତାହା ପରିବାରରେ କୌଣସି ଗମ୍ଭୀର ବିପଦ ଆସୁଥିବା ନେଇ ସଙ୍କେତ ଦେଇଥାଏ ।
– ଚୁଲିରେ କିମ୍ବା ଗ୍ୟାସରେ କ୍ଷୀର ବସାଇଥିବା ସମୟରେ ବାରମ୍ବାର ଯଦି କ୍ଷୀର ଉତୁରିଥାଏ ତେବେ ଏହା ଅଶୁଭ ସଙ୍କେତ ଅଟେ ।
-ଯେତେବେଳେ ରୋଷେଇ ଘରେ ରଖାଯାଇଥିବା କାଚ ପାତ୍ର ହଠାତ କୌଣସି କାରଣ ପାଇଁ ଭାଙ୍ଗିଯାଇଥାଏ ତେବେ ଏହା ଆପଣଙ୍କ ଉପରେ କୌଣସି ବଡ ବିପଦ ଆସିବାର ସଙ୍କେତ ଦେଇଥାଏ ।
-ଯଦି କୌଣସି ଶୁଭ ଆୟୋଜନରେ କୌଣସି ଅସୁବିଧା ଉତ୍ପନ୍ନ ହୋଇଥାଏ ତେବେ ଏହା ଆଗାମୀ ବର୍ଷ ଆପଣଙ୍କ ଉପରେ କୌଣସି ବିପତ୍ତି ଆସିବାର ସଙ୍କେତ ଦେଇଥାଏ । ତେବେ ଏହାକୁ ଦୂର କରିବା ପାଇଁ ଆପଣ ଆପଣଙ୍କ ଘରେ ସୁନ୍ଦରାକାଣ୍ଡର ପାଠ କରନ୍ତୁ ।
-ଯଦି ହଠାତ୍ ଆପଣଙ୍କ ଘର ବାରିରେ କିମ୍ବା ଛାତ ଉପରେ କୌଣସି ହାଡର ଟୁକୁଡା ପଡେ ତେବେ ଆସୁଥିବା ସମୟରେ ଆପଣଙ୍କୁ କୌଣସି ଅଶୁଭ ସମାଚାର ମିଳିବାର ସଙ୍କେତ ଦେଇଥାଏ ।
-ଯେତେବେଳେ ଘରର ଛାତରୁ ହଠାତ ପ୍ଳାଷ୍ଟର ଖସିବା କିମ୍ବା କବାଟରେ ଫାଟ ଦେଖାଯାଇଥାଏ ତେବେ ଏହାର ସଙ୍କେତ ଆପଣଙ୍କ ଜୀବନରେ କିଛି ଅଶୁଭ ହେବାର ଅଛି ।