ଲାଇଫ୍ ଷ୍ଟାଇଲ୍

ଡେଙ୍ଗୁ ଜ୍ୱର ହୋଇଥିଲେ ଆଦୌ ଡରି ଯାଆନ୍ତୁ ନାହିଁ, ଏହି ୭ ଘରୋଇ ଉପାୟରେ ବଢ଼ି ପାରିବ ପ୍ଲେଟ୍‌ଲେଟ୍ସ

ଡେଙ୍ଗୁ ଜ୍ୱରର ଠିକ୍‌ ସମୟରେ ଠିକ୍‌ ଚିକିତ୍ସା ନ ହେଲେ, ଏହା ଘାତକ ସାଜିପାରେ। ଡେଙ୍ଗୁ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଯଦି କୌଣସି ବ୍ୟକ୍ତିକୁ ଡେଙ୍ଗୁ ହୋଇଥାଏ, ତ ତାଙ୍କୁ ଜ୍ୱର, ଜଏଣ୍ଟ ପେନ୍‌ ହେବା ସହିତ ଶରୀରରେ ପ୍ଲେଟ୍‌ଲେଟ୍ସର ମାତ୍ରା ବି ହ୍ରାସ ପାଇଯାଇଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ କି, ଘରୋଇ ଉପାୟ ଦ୍ୱାରା କିପରି ପ୍ଲେଟ୍‌ଲେଟ୍ସକୁ ବଢ଼ାଯାଇ ପାରିବ ଏବଂ କେମିତି ଡେଙ୍ଗୁରୁ ବହୁତ ଜଲ୍‌ଦି ରିକଭରି ହୋଇପାରିବ। ଆସନ୍ତୁ ଜାଣିବା…

ଲେମ୍ବୁ ଜୁସ୍‌: ଡେଙ୍ଗୁକୁ କଣ୍ଟ୍ରୋଲ କରିବାରେ ଲେମ୍ବୁ ଜୁସ୍‌ ବହୁତ ଫାଇଦାଯୁକ୍ତ ହୋଇଥାଏ।

ନଡ଼ିଆ ପାଣି: ଡେଙ୍ଗୁରେ ତରଳ ଡାଏଟ୍‌ ବହୁତ ଜରୁରୀ ହୋଇଥାଏ ଏବଂ ଏହି ଅଭାବକୁ ନଡ଼ିଆ ପାଣି ପୂରା କରିପାରିଥାଏ। ଏଥିରେ ପୋଟାସିୟମ୍‌ ଭଳି କେତେକ ଜରୁରୀ ପୋଷକ ତତ୍ତ୍ୱ ରହିଛି, ଯାହାକି ଡେଙ୍ଗୁରେ ଶରୀରକୁ ଫାଇଦା ପହଞ୍ଚାଇଥାଏ। ପ୍ଲେଟଲେଟ୍ସ ବଢ଼ାଇବାରେ ବି ଏହା ସାହାଯ୍ୟ କରିଥାଏ।

ଅମୃତଭଣ୍ଡା ପତ୍ର: ଡେଙ୍ଗୁରେ ପ୍ଲେଟ୍‌ଲେଟ୍ସ ବଢ଼ାଇବା ପାଇଁ ଅମୃତଭଣ୍ଡା ପତ୍ର ଏବଂ ଅମୃତଭଣ୍ଡା ବହୁତ ଲାଭଦାୟକ ହୋଇଥାଏ। ଏଥିପାଇଁ ଡେଙ୍ଗୁ ହୋଇଥିଲେ, ଆପଣ ନିଶ୍ଚୟ ଅମୃତଭଣ୍ଡା ସେବନ କରନ୍ତୁ।

ପନିପରିବା: ଡେଙ୍ଗୁ ଜ୍ୱର ସମୟରେ ଟମାଟୋ, କଖାରୁ, ଗାଜର, କାକୁଡ଼ି, ବିଟ୍‌ ଆଦି ଅଧିକ ମାତ୍ରାରେ ସେବନ କରିବା ଉଚିତ। ପରିବାଗୁଡ଼ିକୁ ଅଧା ରାନ୍ଧି କିମ୍ବା ସିଝାଇ ଖାଆନ୍ତୁ।

ହର୍ବାଲ ଟି: ଅଦା, ଡାଲଚିନି, ଗୁଜୁରାତିରୁ ତିଆରି ହୋଇଥିବା ହର୍ବାଲ ଟି ଡେଙ୍ଗୁରେ ଫଳପ୍ରଦ ହୋଇଥାଏ। ଡେଙ୍ଗୁ ଜ୍ୱର ଆସିଲେ ଅଦା, ଗୁଜୁରାତିରେ ତିଆରି ହର୍ବାଲ ଟି ପିଇବା ଉଚିତ୍‌।

ତୁଳସୀ ପତ୍ର: ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଥାଏ। ଏହାର ପତ୍ରଗୁଡ଼ିକୁ ସିଝାଇ, ସେହି ପାଣିକୁ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଇମ୍ୟୁନ ମଜଭୁତ ହୋଇଥାଏ।

ଗିଲୋୟ ଜୁସ୍‌: ଗିଲୋୟ ଜୁସ୍‌ ବି ଡେଙ୍ଗୁରୁ ମୁକ୍ତି ପାଇବାରେ ପ୍ରଭାବଶାଳୀ ହୋଇଥାଏ। ଏହାଦ୍ୱାରା ପ୍ଲେଟ୍‌ଲେଟ୍ସ ବି ବଢ଼ିଥାଏ। ଆପଣ ଗିଲୋୟ ଓ ତୁଳସୀର କାଢ଼ା ତିଆରି କରି ପିଇ ପାରିବେ।

ଦଲିଆ: ଡେଙ୍ଗୁ ଜ୍ୱର ଆସିଲେ ଶରୀରରେ ଶକ୍ତି ହ୍ରାସ ହୋଇଥାଏ। ଏଥିପାଇଁ ଡେଙ୍ଗୁ ରୋଗୀ ଦଲିଆ ସେବନ କରିବା ଉଚିତ୍‌। ଏହା ଖାଦ୍ୟକୁ ସହଜରେ ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଫଳ: କମଳା, ଅମୃତଭଣ୍ଡା, ପିଜୁଳି, କିଓ୍ଵି, ଡାଳିମ୍ବ ଭଳି ଫଳ ସେବନ କରିବା ଉଚିତ। ଏହାଦ୍ୱାରା ଡେଙ୍ଗୁ ଜ୍ୱରରେ ଶରୀର ଦୁର୍ବଳ ଲାଗି ନ ଥାଏ।

Roshni

Recent Posts

ଜୁଆଣି ଖାଇବାର ଉପକାରିତା, ୟୁରିକ୍‌ ଏସିଡ୍‌ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମିଳିବ ମୁକ୍ତି

ଆଜିର ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ରେ, ଯୁବକ ଠାରୁ ମଧ୍ୟମ ବୟସ୍କର ଲୋକ ସମସ୍ତେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି…

3 mins ago

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

11 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

25 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

31 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

1 hour ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago