ଦୀପାବଳିରେ ଆପଣ ନିଜର ବୟଫ୍ରେଣ୍ଡଙ୍କୁ କଣ ଗିଫ୍ଟ କରୁଛନ୍ତି, କିଛି ପ୍ଲାନ କରିଛନ୍ତି ନା ନାହିଁ ? ଏହି ସବୁ ହେଉଛି ପୁଅ ମାନଙ୍କ ପସନ୍ଦର ଉପହାର

ଦୀପାବଳି ପାଖେଇ ଆସିଲାଣି। ବହୁତ ଶୀଘ୍ର ସାରା ସହର ଆଲୋକରେ ସଜା ହେବାକୁ ଯାଉଛି। ଏହି ଦୀପାବଳି ଅବସରରେ ଆପଣ ଆପଣଙ୍କ ବୟଫ୍ରେଣ୍ଡଙ୍କୁ ସ୍ପେଶାଲ ଫିଲ୍ କରାଇବା ପାଇଁ କିଛି ଉପହାର ଦେଉଛନ୍ତି ନା ନାହିଁ। ଯଦି ଏଭଳି କିଛି ପ୍ଲାନ କରିନାହାନ୍ତି ତେବେ ଆଜି କରନ୍ତୁ। ଏହି ଖାସ୍ ଦିନରେ ତାଙ୍କୁ ଏମିତି କିଛି ଉପହାର ଦିଅନ୍ତୁ ଯାହାକୁ ସେ ସବୁଦିନ ପାଇଁ ମନେ ରଖିବେ। ଆଉ ଏଥିପାଇଁ ଆପଣ ତାଙ୍କୁ ନ ଜଣାଇ କିଛି ଗିଫ୍ଟ ବା ଉପହାର ଦେଇପାରିବେ। ଯଦି ଆପଣ ଭାବୁଛନ୍ତି ଯେ ଆପଣ ତାଙ୍କୁ କଣ ଗିଫ୍ଟ ଦେଲେ ସେ ଖୁସି ହେବେ ତେବେ ଆଜି ଆମେ ଆପଣଙ୍କର ଏହି ଦ୍ୱନ୍ଦ୍ୱର ସମାଧାନ କରିଦେବୁ। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଆପଣ ଆପଣଙ୍କର ବୟଫ୍ରେଣ୍ଡଙ୍କୁ କଣ ଦେଲେ ସେ ଖୁସିହେବେ।

ସାର୍ଟ କିମ୍ବା ଟି-ସାର୍ଟ

ଆପଣ ଆପଣଙ୍କ ବୟଫ୍ରେଣ୍ଡଙ୍କୁ ଏହି ଦୀପାବଳିରେ ତାଙ୍କ ପସନ୍ଦ ମୁତାବକ ବ୍ରାଣ୍ଡର ସାର୍ଟ କିମ୍ବା ଟି-ସାର୍ଟ ଗିଫ୍ଟ କରିପାରିବେ। ବିଶ୍ୱାସ କରନ୍ତୁ ଆପଣଙ୍କର ଏହି ଗିଫ୍ଟ ତାଙ୍କୁ ବହୁତ ପସନ୍ଦ ଆସିବ।

girl_giftହେଡଫୋନ

ଅଧିକାଂଶ ପୁଅ ମାନଙ୍କୁ ହେଡଫୋନ ବହୁତ ପସନ୍ଦ। ଆପଣ ମଧ୍ୟ ନିଜର ବୟଫ୍ରେଣ୍ଡଙ୍କୁ ତାଙ୍କ ପସନ୍ଦର ହେଡଫୋନ୍ ଦେଇପାରିବେ। ହେଡଫୋନ ଗିଫ୍ଟ କରିବା ଆଉ ଏକ ଫାଇଦା ହେଉଛି ସେ ଯେତେବେଳେ ବି ଆପଣଙ୍କ ହେଡଫୋନ ବ୍ୟବହାର କରିବେ ସେତେବେଳେ ସେ ଆପଣଙ୍କ କଥା ମନେ ପକାଇବେ।

ମନ ପସନ୍ଦର ବହି

ପ୍ରାୟ ସବୁ ପୁଅଙ୍କୁ ଭଲ ଭଲ ଲେଖକଙ୍କର ବହି ପଢ଼ିବାକୁ ବହୁତ ପସନ୍ଦ। ଯଦି ସେ କୌଣସି ବହିକୁ ପସନ୍ଦ କରୁଥାନ୍ତି ତେବେ ତାଙ୍କୁ ଆପଣ ତାଙ୍କ ମନ ପସନ୍ଦ ଅନୁଯାୟୀ ବହି ଦେଇପାରିବେ। ଏହା ଦେଲେ ସେ ବହୁତ ଖୁସି ହୋଇଯିବେ।

restaurantଡିନର କିମ୍ବା ଲଞ୍ଚ

ଆପଣ ନିଜର ବୟଫ୍ରେଣ୍ଡଙ୍କୁ କୌଣସି ଭଲ ରେସ୍ତୋରାଁକୁ ନେଇ ଲଞ୍ଚ କିମ୍ବା ଡିନର କରାଇପାରିବେ। ଆପଣ ତାଙ୍କୁ ସେହି ସ୍ଥାନକୁ ନେଇପାରିବେ ଯେଉଁଠି ଆପଣ ତାଙ୍କ ସହିତ ପ୍ରଥମ ଦେଖା କରିଥିଲେ।

ଜୋତା

ଯେଉଁପରି ଭାବରେ ଝିଅମାନେ ପୋଷାକ ପିନ୍ଧିବାକୁ ସୌକିନ ଥାନ୍ତି ସେହିପରି ଭାବରେ ପୁଅ ମାନଙ୍କୁ ଜୋତା ବହୁତ ପସନ୍ଦ। ଏହି ଦୀପାବଳିରେ ନିଜ ବୟଫ୍ରେଣ୍ଡଙ୍କୁ ଆପଣ ତାଙ୍କ ମନପସନ୍ଦର ବ୍ରାଣ୍ଡର ଜୋତା ଗିଫ୍ଟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.