ଓଜନ କମାଇବାରେ ଲାଭକାରୀ ହୋଇଥାଏ ବେସନ, ଏପରି କରନ୍ତୁ ଆପଣଙ୍କ ଡାଏଟ୍ରେ ସାମିଲ୍
ଯଦି ଆପଣଙ୍କୁ ବେସନରେ ପ୍ରସ୍ତୁତ ଖାଦ୍ୟ କେବଳ ସ୍ୱାଦିଷ୍ଟ ଲାଗିଥାଏ ଏବଂ ଏଥିରେ ନ୍ୟୁଟ୍ରିସିୟନ ଭାଲ୍ୟୁ ରହିନଥାଏ ବୋଲି ଭାବିଥାନ୍ତି ତେବେ ଏହା ବିଲକୁଲ୍ ଭୁଲ୍। କାରଣ ବେସନରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ଏଥିସହ ବେସନରେ ପ୍ରୋଟିନର ମାତ୍ରା ଅଧିକ ରହିବା ସହ ଭେଜିଟେରିଆନ୍ସମାନଙ୍କୁ ଆବଶ୍ୟକ ଅନୁଯାୟୀ ପ୍ରୋଟିନ ଯୋଗାଇଥାଏ। କେବଳ ଏତିକି ନୁହେଁ ବେସନ ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯଦି ଆପଣ ଓଜନ କମାଇବା ପାଇଁ ଚାହିଁଥାନ୍ତି ତେବେ ବେସନ ଆପଣଙ୍କ ଓଜନ କମାଇବାରେ ସାହାଯ୍ୟ କରିଥାଏ। ଗହମ ଅଟା ତୁଳନାରେ ବେସନରେ କ୍ୟାଲୋରୀ ଏବଂ ଫ୍ୟାଟର ମାତ୍ରା କମ ରହିଥାଏ ଏବଂ ଫାଇବରର ମାତ୍ରା ଅଧିକ ରହିଥାଏ। ଏହିକାରଣରୁ ଡାଏଟ୍ରେ ପ୍ରୋଟିନ ଏବଂ ଫାଇବର ସାମିଲ କରିବା ଦ୍ୱାରା ଭୋକ ନିୟନ୍ତ୍ରଣରେ ରହିଥାଏ। ଅଧିକ ସମୟ ପର୍ଯ୍ୟନ୍ତ ଭୋକ ମଧ୍ୟ ଲାଗିନଥାଏ ଏବଂ ମୋଟାପଣ ନିୟନ୍ତ୍ରଣରେ ରହିଥାଏ। ତେବେ ନିଜର ଓଜନକୁ କଣ୍ଟ୍ରୋଲରେ ରଖିବାକୁ ଚାହୁଁଥିଲେ ବେସନରେ ପ୍ରସ୍ତୁତ ଖାଦ୍ୟ ଏହି ଖାଦ୍ୟ ଆପଣଙ୍କ ଡାଏଟ୍ ରେ ସାମିଲ କରନ୍ତୁ।
-ଗୁଜୁରାଟୀମାନଙ୍କର ଫେଭରାଇଟ୍ ଡିସ୍ ଢୋକଲା, ଯାହା ଖୁବ୍ ଟେଷ୍ଟି ହେବା ସହ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଢୋକଲା ଖାଇବା ଦ୍ୱାରା ଆପଣଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ। ସବୁଠାରୁ ଖାସ୍ କଥା ହେଉଛି ଢୋକଲା ପ୍ରସ୍ତୁତ କରିବାରେ ତେଲର ବ୍ୟବହାର ହୋଇନଥାଏ। କାରଣ ଏହାକୁ ଷ୍ଟିମ୍ ଦେଇ ପ୍ରସ୍ତୁତ କରାଯାଇଥାଏ। ଏହିକାରଣରୁ ଢୋକଲା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହେବା ସହ ଓଜନ ନିୟନ୍ତ୍ରଣ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।
ଏହାସହ ପଢନ୍ତୁ: ଲବଙ୍ଗ ଚା’ ପିଅନ୍ତୁ, ସୁସ୍ଥ ରୁହନ୍ତୁ
-ବେସନରେ ପ୍ରସ୍ତୁତ ଟେଷ୍ଟି ଚିଲା ମଧ୍ୟ ବ୍ରେକଫାଷ୍ଟ ପାଇଁ ବେଷ୍ଟ ଅପ୍ସନ। ପ୍ରୋଟିନରେ ଭରପୁର ଚିଲା ଖାଇବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ ଏବଂ ଏନର୍ଜି ମଧ୍ୟ ମିଳିଥାଏ। ଆପଣ ଚାହିଁଲେ ମଧ୍ୟ ନିଜ ପସନ୍ଦର ପରିବା ପକାଇ ଖାଦ୍ୟକୁ ଆହୁରି ସ୍ୱାସ୍ଥ୍ୟକର କରିପାରିବେ।
-ବେସନରେ ପ୍ରସ୍ତୁତ ହାଲୁଆ ଖାଇ ମଧ୍ୟ ଆପଣ ନିଜର ଓଜନକୁ ନିୟନ୍ତ୍ରଣରେ ରଖିପାରିବେ କିନ୍ତୁ ଏହାକୁ ପ୍ରସ୍ତୁତ କରିବାରେ ଦେଶୀ ଘିଅର ବ୍ୟବହାର କରନ୍ତୁ। ଘିଅରେ ବେସନକୁ ଭଲଭାବେ ଫ୍ରାଏ କଲାପରେ ସେଥିରେ କ୍ଷୀର ଏବଂ ଅଳ୍ପ ଚିନି ପକାଇ ଟେଷ୍ଟି ହାଲୁଆ ପ୍ରସ୍ତୁତ କରନ୍ତୁ। ଯଦି ଆପଣ ସ୍ୱାସ୍ଥ୍ୟ ପାଇଁ ଅଧିକ ସଚେତନ ଥାନ୍ତି ତେବେ ଚିନି ବଦଳରେ ଆପଣ ସ୍ୱିଟନର ମଧ୍ୟ ବ୍ୟବହାର କରିପାରିବେ।