ଫିଟ ରହିବା ପାଇଁ ବଲିଉଡ ଅଭିନେତ୍ରୀମାନେ ଆପଣେଇଛନ୍ତି ଏହି ଡାଏଟ, ଜାଣନ୍ତୁ ଫାଇଦା

ସାଧାରଣତଃ ଫିଟ ରହିବା ପାଇଁ ସମସ୍ତେ ସ୍ୱତନ୍ତ୍ର ଭାବେ ଡାଏଟ ଫଲୋ କରିଥାନ୍ତି । ଏହା ମଧ୍ୟରେ ଗୋଟିଏ ହେଉଛି ଭେଗାନ ଡାଏଟ । ଏହି ସ୍ୱତନ୍ତ୍ର ପ୍ରକାର ଡାଏଟକୁ ଆଜିକାଲି ବଲିଉଡର ପ୍ରାୟତଃ ସେଲିବ୍ରିଟି ଫଲୋ କରୁଛନ୍ତି । ତାହେଲେ ଆସନ୍ତୁ ଜାଣିବା କଣ ଏହି ଭେଗାନ ଡାଏଟ।

ଏହାସହ ପଢନ୍ତୁ ଏହି ଭୟଙ୍କର ରୋଗ ଗୁଡିକରୁ ବଞ୍ଚାଇଥାଏ କଫି, ଜାଣନ୍ତୁ ଏହାର ଫାଇଦା

ଅନେକ ସେଲିବ୍ରିଟି ଯେପରି ବିରାଟ କୋହଲି, ଶ୍ରଦ୍ଧା କପୁର, ଋଚା ଚଢା ଇତ୍ୟାଦି ଏହି ଭେଗାନ ଡାଏଟକୁ ଫଲୋ କରନ୍ତି । ଏହି ଡାଏଟରେ ଶୁଦ୍ଧ ରୂପରେ ଶାକାହାରୀ ଭୋଜନକୁ ସାମିଲ କରାଯାଇଥାଏ । ସେଲିବ୍ରିଟିମାନଙ୍କ କହିବା ଅନୁଯାୟୀ ଏହି ଡାଏଟ ଦ୍ୱାରା ପର୍ଯ୍ୟାପ୍ତ ଏନର୍ଜି ମିଳିବା ସହିତ ଏହାର କାରଣ ମଧ୍ୟ ନୈତିକ ଅଟେ । ଭେଗାନ ଡାଏଟକୁ ଫଲୋ କରିବା ଦ୍ୱାରା କୌଣସି ପ୍ରକାର ଜୀବହତ୍ୟା ହୋଇନଥାଏ ।

କାରଣ ଭେଗାନ ଡାଏଟରେ କୌଣସି ପ୍ରକାର ମାଂସ କିମ୍ବା ଅଣ୍ଡାର ସେବନକୁ ବାରଣ କରାଯିବା ସହିତ ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ପଦାର୍ଥକୁ ମଧ୍ୟ ଭେଗାନ ଡାଏଟରେ ସାମିଲ କରାଯାଇ ନଥାଏ । ଏହା ସମ୍ପୂର୍ଣ୍ଣ ରୂପେ ଶାକାହାରୀ ଅଟେ ଏବଂ ଯଦି ଆମେ ସେଲିବ୍ରିଟି ମାନଙ୍କ ଉପରକୁ ଆସିବା ମଲ୍ଲୀକା ସେରାୱତ ଗତ ୧୫ ବର୍ଷ ହେଲା ଭେଗାନ ଡାଏଟରେ ଅଛନ୍ତି ଏବଂ ସେ ଆନିମଲ ଫ୍ରି ଡାଏଟ ବିଷୟରେ କହିଥାନ୍ତି । ଆୟଶା ଟାକିୟାଙ୍କ କହିବା ଅନୁଯାୟୀ ପ୍ରେଗନେନ୍ସି ସମୟରେ ଭେଗାନ ଡାଏଟ କାରଣରୁ ସେ ଅନେକ ପ୍ରକାର ରୋଗ ଯେପରିକି କ୍ୟାନସର, ଡାଇବେଟିସ ଏବଂ ହାର୍ଟ ରୋଗରୁ ମୁକ୍ତି ପାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.