ଶିରାରେ ଥିବା ବ୍ଲକେଜ ଠିକ୍‌ କରିଥାଏ ଏହି ଶସ୍ତା ପରିବା, ହାଇ ବିପି ଓ କୋଲେଷ୍ଟରାଲକୁ ମଧ୍ୟ ରଖିଥାଏ ନୟନ୍ତ୍ରଣରେ

ଶିରାରେ ଯଦି କୌଣସି ପ୍ରକାର ବ୍ଲକେଜ ବା କ୍ଲଟିଂ ରହିଥାଏ, ତେବେ ଏହା ବ୍ଲଡ ସର୍କୁଲେସନ ବା ରକ୍ତ ପ୍ରବାହରେ ବାଧା ସୃଷ୍ଟି କରିଥାଏ । ଯଦ୍ୱାରା ହାର୍ଟ ଉପରେ ଏହାର ପ୍ରଭାବ ପକାଇଥାଏ । ଯଦି ଆପଣ ହାଇ ବିପି(ବ୍ଲଡ ପ୍ରେସର), ହାଇ ବ୍ଲଡ ସୁଗାର ଓ ହାଇ ହାଇ କୋଲେଷ୍ଟରାଲ ରୋଗୀ, ତେବେ ଆପଣଙ୍କ ବ୍ଲଡ ସର୍କୁଲେସନକୁ ଭଲ କରିବା ପାଇଁ ଚେଷ୍ଟା କରିବା ଉଚିତ୍‌ । ଶରୀରରେ ବ୍ଲଡ ସର୍କୁଲେସନ ଠିକ ରଖିବା ପାଇଁ ଆପଣ ପ୍ରାକୃତିକ ଉପାୟର ତରିକା ଆପଣେଇବା ଉଚିତ୍‌ । ଆଜି ଆମେ ଆପଣଙ୍କୁ ଏମିତି କିଛି ପରିବା ବିଷୟରେ କହିବୁ ଯାହା ଆପଣଙ୍କ ବ୍ଲଡ ସର୍କୁଲେସନକୁ ମଜବୁତ କରିବ ।

ମଜବୁତ ବ୍ଲଡ ସର୍କୁଲେସନ ପାଇଁ ଖାଆନ୍ତୁ ଏହି ପରିବା –

ପିଆଜ : ପିଆଜକୁ ନାଚୁରାଲ ବ୍ଲଡ ପ୍ୟୁରିଫାଏର ଓ ବ୍ଲଡ ସର୍କୁଲେଟର କୁହାଯାଏ । ପିଆଜରେ ଥିବା ଫ୍ଲୋବେନଏଡ ଓ କେତେ ପ୍ରକାର ଏଣ୍ଟି ଅକ୍ସିଡାଣ୍ଟ ହାଇ କୋଲେଷ୍ଟରାଲ, ବିପି ସହିତ ଶୁଗାରକୁ ମଧ୍ୟ କଣ୍ଟ୍ରୋଲ କରିଥାଏ । ଏହାଦ୍ୱାରା ହାର୍ଟ ମଧ୍ୟ ସୁସ୍ଥ ରହିଥାଏ । ପିଆଜ ନାଚୁରାଲ ବ୍ଲଡ ସର୍କୁଲେସନକୁ ମଧ୍ୟ ବଢ଼ାଇ ଦେଇଥାଏ । କାରଣ ଏହାକୁ ଖାଇବା ଦ୍ୱାରା ବ୍ଲଡ ଭେସେଲ୍ସ ଚଉଡା ହୋଇଥାଏ । ୩୦ ଦିନ ପର୍ଯ୍ୟନ୍ତ ଆପଣ ୪.୩ ଗ୍ରାମ ପିଆଜ ଖାଇବା ଦ୍ୱାରା ଆପଣ ସବୁ ପ୍ରକାର ରୋଗ ଠାରୁ ଦୂରରେ ରହିପାରିବେ ।

ଡାଲଚିନି : ଏହା କରୋନାରୀ ଧମନୀରେ ରକ୍ତ ବାହିକାକୁ ବଢ଼ାଇବା ସହ ବ୍ଲଡ ସର୍କୁଲେସନକୁ ଭଲ କରିଥାଏ । ଡାଏବେଟିସରେ ମଧ୍ୟ ଏହା ସିଷ୍ଟୋଲିକ ବ୍ଲଡ ପ୍ରେସରକୁ କମ କରିଥାଏ । ଏଥିସହିତ କୋଲେଷ୍ଟରାଲକୁ ତରଳାଇ ଦେଇଥାଏ । ଫଳରେ ଶିରା ବ୍ଲକିଂ ସମସ୍ୟାକୁ ସଜାଡି ଥାଏ ।

cabbage
photo credit : Medical News Today

ସବୁଜ ପତ୍ରଯୁକ୍ତ ପରିବା : ପାଳଙ୍ଗ, ବନ୍ଧା କୋବି ବା ପତ୍ର କୋବି ବ୍ଲଡ ସର୍କୁଲେସନକୁ ଭଲ କରିଥାଏ । ଏହି ପରିବାରେ ଥିବା ନାଇଟ୍ରେଟକୁ ଶରୀର ନାଇଟ୍ରିକ ଅକ୍ସାଇଡରେ ବଦଳାଇ ଦେଇଥାଏ । ଯାହା ବ୍ଲଡ ଭେସେଲକୁ ଚଉଡା କରି ଦେଇଥାଏ ।

ଟମାଟର : ଏହା ମଧ୍ୟ ବ୍ଲହ ଭେସେଲକୁ ଚଉଡା କରି ବ୍ଲଡ ସର୍କୁଲେସନକୁ ବଢ଼ାଇଥାଏ । ଟମାଟରେ ଥିବା ଏନଜିଓଟନସିନ ପରିବର୍ତ୍ତତ ଏନ୍‌ଜାଇମ ଗତିବିଧିକୁ କମ୍‌ କରିଥାଏ । ଯାହା ଫଳରେ ଭେସେଲ୍ସ ସଂକୁଚିତ ହୁଏନାହିଁ ।

ରସୁର ଓ ହଳଦୀ : ରସୁଣ ଥିବା ଔଷଧିୟ ଗୁଣ କୋଲେଷ୍ଟରାଲ, ଡାଏବେଟିସ,ବ୍ଲଡ ସୁଗାର, ଶିରାର ବ୍ଲକେଜ ଆଦିକୁ ଭଲ କରିଥାଏ । ରସୁଣରେ ଥିବା ଏଲିସନ ରକ୍ତ ବାହିକାକୁ ଆରାମ ଦେବା ସହ ବ୍ଲଡ୍‌ ସର୍କୁଲେସନ ଭଲ କରିଥାଏ । ସେହିପରି ହଳଦୀରେ ଥିବା କର୍କୁମେନ ଷ୍ଟ୍ରେସ କମ କରିଥାଏ । ଏହା ବ୍ଲଡ ସର୍କୁଲେସନରେ ମଧ୍ୟ ସୁଧାର ଆଣିଥାଏ । ଲାଲ ଲଙ୍କା ମଧ୍ୟ ବ୍ଲଡ ସର୍କୁଲେସନକୁ ବଢ଼ାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.