ତ୍ବଚାରେ ଚମକ ଆଣିବାକୁ ଚାହୁଁଛନ୍ତି କି? ତେବେ ପ୍ରତ୍ୟେକ କରନ୍ତୁ ଏହି ଫେସିଆଲ ଯୋଗାସନ

ସମସ୍ତ ତ୍ବଚା ଜନିତ ସମସ୍ଯାର ମୂଳ କାରଣ ହେଉଛି ପ୍ରଦୂଷଣ, ଚିନ୍ତା ଏବଂ ଅନିୟମିତ ଜୀବନଶୈଳୀ। କିନ୍ତୁ ଫେସିଆଲ ଯୋଗ କରିବା ଦ୍ବାରା ଏହି ସବୁ ସମସ୍ଯା ଦୂର ହୋଇଯାଇଥାଏ।

ଅଧିକାଂଶ ମହିଳାମାନେ ତ୍ବଚାରେ ବ୍ରଣ ହେବା ଏବଂ କୁଞ୍ଚନ ତ୍ବଚା ପାଇଁ ଚିନ୍ତିତ ହୋଇଥାନ୍ତି। ଏହି ସମସ୍ତ ତ୍ବଚା ଜନିତ ସମସ୍ଯାର ମୂଳ କାରଣ ହେଉଛି ପ୍ରଦୂଷଣ, ଚିନ୍ତା ଏବଂ ଅନିୟମିତ ଜୀବନଶୈଳୀ। କିନ୍ତୁ ଫେସିଆଲ ଯୋଗ କରିବା ଦ୍ବାରା ଏହି ସବୁ ସମସ୍ଯା ଦୂର ହୋଇଯାଇଥାଏ। ଏହାକୁ ନିୟମିତ କରିବା ଦ୍ବାରା ତ୍ବଚାରେ ସୌନ୍ଦର୍ଯ୍ଯ ଆସିବା ସହ ତ୍ବଚା କୋମଳ ହୋଇଥାଏ। ତେବେ ଜାଣନ୍ତୁ ତ୍ବଚାର ତେଜ୍ ବଢାଇବା ପାଇଁ କେଉଁ ଫେସିଆଲ ଯୋଗ କରିବା ଉଚିତ।

ହାସ୍ଯ ଯୋଗ

ଯେତେବେଳେ ବି ଆପଣଙ୍କୁ ସମୟ ମିଳିଲେ ଜୋର ଜୋରରେ ହସନ୍ତୁ। ଏପରି କରିବା ଦ୍ବାରା ଶରୀରର ୬୦୦ ମାଂସପେଶୀ ସଂଞ୍ଚାଳନ ହୋଇଥାଏ। ହସିବା ଦ୍ବାରା ଶରୀରର ଇମ୍ଯୁନ ସିଷ୍ଟମ ସଠିକ୍ ହୋଇଥାଏ। ଏହାଦ୍ବାରା ଫୁସଫୁସ୍ କୁ ଅକ୍ସିଜେନ ଯାଇଥାଏ। ଏହାବ୍ଯତୀତ ରକ୍ତ ଶୁଦ୍ଧ ହେବା ସହ ତ୍ବଚାରେ ଚମକ ଦେଖାଯାଇଥାଏ।

ସ୍ମାଇଲ ଫିସ ଫେସ୍ ପୋଜ୍

ଗାଲକୁ ଭିତରକୁ ଟାଣି ମୁଖକୁ ମାଛ ମୁହଁ ଭଳି କରନ୍ତୁ। ଏହାକୁ ଦିନରେ ୪ ରୁ ୫ ଥର କରିବା ସହ ୧୦ ସେକେଣ୍ଡ ପର୍ଯ୍ଯନ୍ତ କରନ୍ତୁ। ଏହି ଆସନ କରିବା ଦ୍ବାରା ଓଠର ସୁନ୍ଦରତା ବଢିଥାଏ ଏବଂ ତ୍ବଚାର ଅତିରିକ୍ତ ଚର୍ବି କମ ହୋଇଥାଏ।

ଜୁଗାଲୀ ଆସନ

ପଦ୍ମାସନ କିମ୍ବା ସୁଖାସନରେ ବସି ନିଜ ମୁହଁକୁ ଏପରି ଚଲାନ୍ତୁ ଯେପରି ଗାଈ କିମ୍ବା ଷଣ୍ଢ ଚାରା ଖାଇବା ପରେ ପାଟି ଚଲାଇଥାନ୍ତି। ଏହାକୁ ଜୁଗାଳୀ ଆସନ କୁହାଯାଇଥାଏ। ଏହି ଆସନକୁ ପ୍ରତ୍ଯେକ ଦିନ ୨ ମିନିଟ୍ କରନ୍ତୁ। ସୁଖାସନରେ ବସି ଦୁଇ ହାତର ଆଙ୍ଗୁଳିରେ ଦୁଇ କାଲକୁ ଧୀରେ ଧୀରେ ମସାଜ୍ କରନ୍ତୁ।

ସିଂହ ଗର୍ଜନ ଆସନ

ବଜ୍ରାସନରେ ବସି ଆଣ୍ଠୁକୁ ଖୋଲି ରଖନ୍ତୁ ଏବଂ ଦୁଇ ହାତକୁ ଆଣ୍ଠୁର ସିଧାରେ ପଞ୍ଝା ଭଳି ଖୋଲି ରଖନ୍ତୁ। ଏହାପରେ ନିଶ୍ବାସ ଜୋରରେ ନେଇ ଜିଭକୁ ବାହାରକୁ ବାହାର କରନ୍ତୁ ଏବଂ ପୁଣି ଥରେ ନିଶ୍ବାସ ଛାଡିବା ସମୟରେ ସିଂହ ଭଳି ଗର୍ଜନ କରନ୍ତୁ। ଏହି ଆସନ କରିବା ସମୟରେ ମୁହଁ ଅଧିକରୁ ଅଧିକ ମୁହଁ ଖୋଲା ରଖନ୍ତୁ। ଏହି ଆସନ ଦିନରେ ୩ ରୁ ୪ ଥର ଅଭ୍ଯାସ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.