ଲାଇଫ୍ ଷ୍ଟାଇଲ୍

ଏସବୁ ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ ନାହିଁ ତ!

କରୋନା ଭାଇରସ୍‌ ଏବେ ସାରା ବିଶ୍ୱକୁ ନିଜ କବ୍ଜାକୁ ନେଇ ସାରିଲାଣି। ଦୁନିଆରେ ଏବେ ଯାଏଁ କରୋନା କବଳରେ ୨ କୋଟି ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଲକ୍ଷ ଲୋକ ପଡ଼ିସାରିଛନ୍ତି। ସେହିପରି ୮ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଛି। ତେବେ ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ ଥିବା ଲୋକମାନେ ସହଜରେ କରୋନାର ଶିକାର ହୋଇଥାନ୍ତି। ଡାକ୍ତରଙ୍କ କହିବାନୁସାରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକମାନଙ୍କ ଠାରେ ସହଜରେ କରୋନା ଲକ୍ଷଣ ପ୍ରକାଶ ପାଉଛି। ଏଣୁ ଲୋକମାନେ ନିଜ ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ କରିବା ଉପରେ ଦୃଷ୍ଟି ଦେବା ଉଚିତ୍‌। ତେବେ ଆସନ୍ତୁ ଜାଣିବା ସେଭଳି କିଛି ଲକ୍ଷଣ ଯେଉଁଥିରୁ ଆପଣ ଜାଣିପାରିବେ ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ ଅଛି କି ନାହିଁ…

  • ସବୁବେଳେ ଥକାପଣ ଅନୁଭବ ହେଉଥିଲେ ଜାଣନ୍ତୁ ଯେ ଆପଣଙ୍କ ଇମ୍ୟୁନଟି ସିଷ୍ଟମ୍‌ ଦୁର୍ବଳ ଅଛି।
  • ବାରମ୍ବାର ଥଣ୍ଡା ସର୍ଦ୍ଦି ହେଉଥିଲେ ଏହାର ଅର୍ଥ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ।
  • ବାରମ୍ବାର ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଉଥିଲେ ବା ପାଚନ ସହ ଜଡ଼ିତ ସମସ୍ୟା ଦେଖାଯାଉଥିଲେ ତାହା ମଧ୍ୟ ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ ଥିବାର ଏକ ଲକ୍ଷଣ।
  • କିଛି ଲୋକଙ୍କ ଠାରେ ଆଲର୍ଜି ସମସ୍ୟା ଦେଖାଯାଏ। ଏହି କାରଣରୁ ବେଳେ ବେଳେ ଜ୍ୱର ମଧ୍ୟ ଆସେ। ଏହା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାର ଏକ ଲକ୍ଷଣ।
  • ଶରୀରରେ ହେଉଥିବା ଘା’ ଯଦି ନ ଶୁଖେ ତେବେ ତାହା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବାର ଏକ ଲକ୍ଷଣ।
WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago