ଦୀପାବଳି ସମୟରେ ଭୁଲରେ ଘରେ ରଖନ୍ତୁ ନାହିଁ ଏହି ଜିନିଷ, ଅଥବା ହୋଇପାରନ୍ତି ଲକ୍ଷ୍ମୀଛଡ଼ା

କାର୍ତ୍ତିକ କୃଷ୍ଣପକ୍ଷ ଅମବାସ୍ଯା ତିଥିରେ ପାଳନ କରାଯାଇଥାଏ ଦୀପାବଳି ପର୍ବ। ଏଥିରେ ମୁଖ୍ଯତଃ ଦେବୀ ଲକ୍ଷ୍ମୀଙ୍କର ଆରାଧନା କରାଯାଇଥାଏ। ଚଳିତ ବର୍ଷ ନଭେମ୍ବର ୭ ତାରିଖରେ ଦୀପାବଳି ପଡ଼ୁଥିବାରୁ ଏବେଠାରୁ ପୁରପଲ୍ଲୀ ଉତ୍ସବମୁଖର ହୋଇ ଉଠିଲାଣି। ତେବେ ଏହି ପର୍ବ ସମୟରେ ଘରରେ ଲକ୍ଷ୍ମୀଙ୍କ ଆଗମନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଥାଏ। ଘର ସଫା ସୁତୁରାରୁ ଆରମ୍ଭ କରି ଏହାକୁ ସୁନ୍ଦର ଭାବେ ସଜାଯାଇଥାଏ। ତେବେ ଏହି ସମୟରେ ଘରେ କିଛି ନିର୍ଦ୍ଦିଷ୍ଟ ଜିନିଷର ଅବସ୍ଥିତି ଆପଣଙ୍କୁ ଦାରିଦ୍ର ଆଡ଼କୁ ଟାଣି ନେଇପାରେ। ଜୋତିଷ ତଥା ବାସ୍ତୁଶାସ୍ତ୍ର ଅନୁଯାୟୀ ଦୀପାବଳି ସମୟରେ ଘରେ କେବେ ମଧ୍ୟ ଭଙ୍ଗା ଜିନିଷ ରଖିବା ଉଚିତ୍ ନୁହଁ।
ଖରାପ ଇଲେଟ୍ରୋନିକ ଜିନିଷ
ଯଦି ଆପଣଙ୍କ ଘରେ କୌଣସି ଖରାପ ଇଲେକଟ୍ରୋନିକ୍ ଜିନିଷ ରହିଛି ଯାହା ଆପଣର କିଛି କାମରେ ଆସୁନାହିଁ। ତେବେ ତୁରନ୍ତ ଦୀପାବଳି ପୂର୍ବରୁ ତାହାକୁ ଫିଙ୍ଗନ୍ତୁ ଅଥବା ବଦଳାନ୍ତୁ। ଏହା ଶରୀର ତଥା ଘର ପାଇଁ ଅଶୁଭ ହୋଇଥାଏ।
ଭାଙ୍ଗିଥିବା କାଚ ଜିନିଷ
ଯଦି ଆପଣଙ୍କ ଘରର କୌଣସି ସ୍ଥାନରେ ଭାଙ୍ଗିଥିବା କାଚ ଜିନିଷ ଅଥବା ଭଙ୍ଗା ଝରକା ବା କବାଟ ରହିଛି ତେବେ ତାହାକୁ ତୁରନ୍ତ ସଜାଡ଼ନ୍ତୁ ଅଥବା ଘରୁ ବାହାର କରିଦିଅନ୍ତୁ। କାରଣ ଘରେ ଭଙ୍ଗା କାଚ ରହିବା ବା ତାହାକୁ ବାରମ୍ବାର ଦେଖିବା ଅଶୁଭ କୁହାଯାଇଥାଏ।
ଘର ଛାତକୁ ରଖନ୍ତୁ ସଫା
ଘର ଛାତକୁ ସବୁବେଳେ ସଫା ସୁତରା ରଖିବା ଉଚିତ୍। ଖାସ କରି ଲକ୍ଷ୍ମୀ ପୂଜା ସମୟରେ ଘରର ସମସ୍ତ ଅଳନ୍ଧୁକୁ ସଫା କରିଦିଅନ୍ତୁ। କାରଣ ଯେଉଁ ଘର ସଫାସୁତରା ନଥାଏ ସେ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇନଥାଏ।
ଭଗ୍ନ ମୂର୍ତ୍ତି
ଜୋତିଷ ଶାସ୍ତ୍ର ଅନୁଯାୟୀ ଘରେ କେବେ ମଧ୍ୟ ଖଣ୍ଡିତ ବା ଭଗ୍ନ ମୂର୍ତ୍ତି ରଖିବା ଉଚିତ୍ ନୁହଁ। ଏପରିକି କୌଣସି ସ୍ଥାନରେ ଭଗ୍ନ ମୂର୍ତ୍ତିକୁ ପୂଜା କରିବା ଅଶୁଭ କୁହାଯାଇଥାଏ। ଏଣୁ ଦୀପାବଳି ପୂର୍ବରୁ ଘରେ ରହିଥିବା ଖଣ୍ଡିତ ମୂର୍ତ୍ତି ବା ଭଗବାନଙ୍କ ଫଟୋକୁ ବିସର୍ଜନ କରନ୍ତୁ।
ବନ୍ଦ ଘଣ୍ଟା
ଶାସ୍ତ୍ର ଅନୁଯାୟୀ ବନ୍ଦ ବା ଖରାପ ଥିବା ଘଣ୍ଟାକୁ ଦେଖି କୌଣସି କାମକୁ ବାହାରିବା ଦ୍ବାରା ସେହି କାମରେ ବିଘ୍ନ ଦେଖାଦେଇଥାଏ। ହେଉଥିବା କାମ ମଧ୍ୟ ବିଗିଡ଼ି ଯିବାର ଦେଖିବାକୁ ମିଳିଥାଏ। ଏଣୁ ଦୀପାବଳି ସମୟରେ ଖରାପ ବା ବନ୍ଦ ଘଣ୍ଟାକୁ ଘରୁ ବାହାର କରିଦିଅନ୍ତୁ।