ଲାଇଫ୍ ଷ୍ଟାଇଲ୍

ବାଡିରେ ଥିବା ଏହି ୫ଟି ଗଛ ଚୁଟକିରେ ଆପଣଙ୍କୁ ଧାର କରଜରୁ ଦେବ ମୁକ୍ତି

ବର୍ତ୍ତମାନର ଆଧୁନିକ ଯଗରେ ନିଜକୁ ଅନ୍ୟମାନଙ୍କ ସମକକ୍ଷ ହେବାକୁ ପଡୁଛି। ବିଭିନ୍ନ ସମୟରେ ଲୋକମାନେ ନିଜ ଆବଶ୍ୟକତାକୁ ପୂରଣ କରିବାକୁ ଧାର କରଜ କରିଦିଅନ୍ତି। ଲୋକମାନେ ଧାର କରଜ କରି ଅନ୍ୟ ଠାରୁ ଟଙ୍କା ତ ନେଇଆସନ୍ତି କିନ୍ତୁ ତାକୁ ଫେରାଇବା ପାଇଁ ତାଙ୍କୁ ପୂରା ଜୀବନ ଲାଗିଯାଇଥାଏ। ଏମିତିରେ ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ଉପାୟ କୁହାଯାଇଛି ଯାହା ସାହାଯ୍ୟରେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଠିକ୍‌ ବାର ଏବଂ ନକ୍ଷତ୍ରରେ କରଜ ନେବା ଉଚିତ ନଚେତ କରଜକୁ ସୁଝିବା ପାଇଁ ବହୁ କଠିନ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଜ୍ୟୋତିଷ ଶାସ୍ତ୍ରର କିଛି ଉପାୟ ନେଇ ଆସିଛୁ ଯାହାକୁ ଆପଣେଇଲେ ଆପଣ ସୁଝି ପାରୁନଥିବା କରଜ ଟଙ୍କାକୁ ସୁଝି ପାରିବେ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

କଦଳୀ ଗଛର ଉପାୟ

କଦଳୀ ଗଛକୁ ବହୁତ ପବିତଅ ବୋଲି ଧରାଯାଇଛି ଏବଂ ଅନେକ ଧାର୍ମିକ କାର୍ଯ୍ୟରେ ଏହାର ବ୍ୟବହାର କରାଯାଏ। ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ କଦଳୀ ଭୋଗ ଲଗାଯାଇଥାଏ। କରଜରୁ ମୁକ୍ତି ଏବଂ ଜୀବନରେ ସମୃଦ୍ଧି ପାଇବା ପାଇଁ ପ୍ରତି ଗୁରୁବାର କଦଳୀ ଗଛକୁ ପୂଜା କରିବା ଉଚିତ। ତୁଳସୀ ଏବଂ କଦଳୀ ଗଛକୁ ଘରେ ରଖିବା ଦ୍ୱାରା ଘରେ ସଦୈବ ଖୁସି ଏବଂ ଉନ୍ନତି ଆସିବ।

ନଡିଆ ଗଛ

ଗୋଟିଏ ନଡିଆ ନେଇ ସେଥିରେ ଚମେଲୀ ତେଲ ମିଶାଇଥିବା ସିନ୍ଦୁରରେ ସାତ୍ତ୍ୱିକ ଚିହ୍ନ ବନାନ୍ତୁ। ଲଡୁ ବା ଗୁଡ ଚିନିର ଭୋଗକୁ ନେଇ ହନୁମାନଙ୍କ ମନ୍ଦିର ନେଇ ତାଙ୍କ ଚରଣରେ ଅର୍ପଣ କରି ଋଣମୋଚକ ମଙ୍ଗଳ ସ୍ତୋତ୍ର ପାଠ କରନ୍ତୁ, ଦେଖିବେ ତତ୍କାଳ ଲାଭ ପ୍ରାପ୍ତ ହେବ। ବ୍ୟବସାୟରେ ଲଗାତାର କ୍ଷତି ସହିବାକୁ ପଡୁଥିଲେ ଗୁରୁବାର ଦିନ ଗୋଟେ ନଡିଆରେ ଅଧା ମିଟର ହଳଦିଆ କପଡା ବାନ୍ଧି ମିଠା ସହିତ ନେଇ ପାଖରେ ଥିବା ବିଷ୍ଣୁ ମନ୍ଦିରରେ ନିଜର ସଂକଳ୍ପ ସହିତ ଚଢ଼ାଇ ଦିଅନ୍ତୁ। ଦେଖିବେ ବେପାର ବୃଦ୍ଧି ପାଇବ।

ବେଲ ଗଛ

ଯେଉଁ ଘରେ ବେଲ ଲଗାଯାଇଥାଏ ସେହି ଘରେ ଲକ୍ଷ୍ମୀଙ୍କ ବାସ ରହିଥାଏ। ଏହାଛଡା ନୀଳ ଫୁଲ ଥିବା କ୍ରୁଷ୍ଣକାନ୍ତାର ବେଲ ଦ୍ୱାରା ଆର୍ଥିକ ସମସ୍ୟା ଶେଷ ହୋଇଯାଇଥାଏ। ଘରର ପୂର୍ବ ଦିଗରେ ଗୋଲାପ, ଚମ୍ପା, ମନ୍ଦାର, ଚମେଲୀ, ଦୁବ, ତୁଳସୀ ଆଦି ଗଛ ଲଗାଇବା ଉଚିତ। ଏହାଦ୍ୱାରା ଶତ୍ରୁନାସ, ଧନସଂପଦା ବ୍ରୁଦ୍ଧି ଏବଂ ସନ୍ତାନ ସନ୍ତତି ପ୍ରାପ୍ତ ହୋଇଥାଏ।

ଓଷ୍ଵତ୍ଥ ଗଛ

ଶ୍ମସାନ କୂଅରୁ ଜଳ ଆଣି ଓଷ୍ଵତ୍ଥ ଗଛରେ ଚଢ଼ାଇବା ଉଚିତ। ଏପରି ନିୟମିତ ଭାବରେ ୭ ଶନିବାରରେ କରିବା ଉଚିତ ଏବଂ ଶନିବାର ଦିନ ଓଶ୍ୱତ୍ଥ ଗଛ ତଳେ ଦିପ ଜଳାଇବା ଉଚିତ। ଏହି ଉପାୟ ଦ୍ୱାରା କରଜ ଠାରୁ ମୁକ୍ତି ମିଳିବ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

4 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

6 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

13 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

22 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

22 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

39 mins ago