ମହିଳା ମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଏହି ୫ଟି ଭିଟାମିନ ,ଜାଣନ୍ତୁ କଣ କଣ

ମହିଳା ମାନଙ୍କୁ ଜୀବନରେ ଭିନ୍ନ ଭିନ୍ନ ସମୟରେ ଅନେକ ପର୍ଯ୍ୟାୟ ଦେଇ ଗତି କରିବାକୁ ହୋଇଥାଏ । ଏହି ପର୍ଯ୍ୟାୟ ଗୁଡିକ ମଧ୍ୟରେ ରହିଛି ପିରିୟଡସ୍, ଗର୍ଭଧାରଣ ଏବଂ ବୃଦ୍ଧାବସ୍ଥା । ଏମିତି ସବୁ କଠିନ ସମୟକୁ ମାତ ଦେବା ପାଇଁ ଆବଶ୍ୟକ ହୋଇଥାଏ ବିଭିନ୍ନ ପ୍ରକାରର ଭିଟାମିନ୍ । ଭିଟାମିନ ଗୁଡିକ ମଧ୍ୟରୁ ଏମିତି ସ୍ୱତନ୍ତ୍ର ୫ଟି ଭିଟାମିନ୍ ରହିଛି ଯାହା ମହିଳା ମାନଙ୍କ ପାଇଁ ନିହାତି ଆବଶ୍ୟକ ।
ଆଜି ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ:

ଭିଟାମିନ୍-B 12:

ଭିଟାମିନ୍ B12 ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ ଯାହା ଖାଇଥାଉ, ଏହା ଗ୍ଲୁକୋଜରେ ପରିଣତ ହୋଇ ଆମ ଶରୀରକୁ ଶକ୍ତି ଯୋଗାଇଥାଏ । ଏହା ମଧ୍ୟ ମେଟାବୋଲିଜିମ୍ ବୃଦ୍ଧି କରିଥାଏ । ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଶକ୍ତି ଆବଶ୍ୟକ କରନ୍ତି । ତେଣୁ, ସେମାନଙ୍କୁ ଏହି ଭିଟାମିନର ଆବଶ୍ୟକତା ଅଧିକ ରହିଛି ।

vitamin

 

ଭିଟାମିନ୍- ଡି:

ମହିଳାମାନଙ୍କ ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଯଦି ମହିଳାମାନଙ୍କର ଭିଟାମିନ୍ ଡି ଅଭାବ ଥାଏ, ତେବେ ସେମାନେ କର୍କଟ, ମଧୁମେହ ଏବଂ ଆଜମା ଭଳି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଅଧିକାଂଶ ମହିଳାଙ୍କଠାରେ ଭିଟାମିନ୍ ଡି ଅଭାବ ହେତୁ ହାଡରେ ଯନ୍ତ୍ରଣା ହୁଏ । ତେଣୁ ମହିଳା ମାନେ ଖାଦ୍ୟରେ ଭିଟାମିନ୍-ଡି ଗ୍ରହଣ କରିବା ଦ୍ୱାରା ଏହି ସବୁ ରୋଗର ଶିକାର ହୋଇ ନଥାନ୍ତି । ଏହା ବାଦ କିଛି ସମୟ ଖରାରେ ବିତେଇବା ଉଚିତ ।

ଭିଟାମିନ୍-କେ :

ଭିଟାମିନ୍ କେ ଅନେକ ରୋଗ ଦୂର କରିଥାଏ । କିନ୍ତୁ ଏହା ହୃତପିଣ୍ଡ ପାଇଁ ବିଶେଷ ଲାଭଦାୟକ ହୋଇଥାଏ । ଏହା ହୃଦରୋଗର ଆଶଙ୍କା ହ୍ରାସ କରିଥାଏ ଓ ହାଡକୁ ଶକ୍ତିଶାଳୀ କରିଥାଏ । ଏହାର ଅଭାବ ଋତୁସ୍ରାବରେ ଅତ୍ୟଧିକ ରକ୍ତସ୍ରାବର ସମସ୍ୟା ସୃଷ୍ଟି କରେ । ପ୍ରତ୍ୟେକ ମହିଳାଙ୍କୁ ନିଜ ଖାଦ୍ୟରେ ଭିଟାମିନ୍ କେ ଅନ୍ତର୍ଭୁକ୍ତ କରିବା ଉଚିତ୍ ।

vitamin

ମ୍ୟାଗ୍ନେସିୟମ୍ :

ବିଶେଷ କରି ବୟସ୍କ ମହିଳାଙ୍କ ପାଇଁ ମ୍ୟାଗ୍ନେସିୟମ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଏବଂ ମନୋବଳକୁ ଦୃଢ କରିଥାଏ । ଏହି ଭିଟାମିନ୍ PMS ପାଇଁ ମଧ୍ୟ ଆବଶ୍ୟକ ।

ଫୋଲିକ୍ ଏସିଡ୍ :

ଗର୍ଭବତୀ ମହିଳାମାନଙ୍କ ପାଇଁ ଫୋଲିକ୍ ଏସିଡ୍ ଅତ୍ୟନ୍ତ ଜରୁରୀ । କାରଣ ଏହା ସ୍ନାୟୁଗତ ସମସ୍ୟା ଏବଂ ଅନ୍ୟାନ୍ୟ କ୍ରନିକ ରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏହାର ମୁଖ୍ୟ ଉତ୍ସ ହେଉଛି ସବୁଜ ପତ୍ରଯୁକ୍ତ ପନିପରିବା ଯେମିତିକି ପାଳଙ୍ଗ ଶାଗ, ମେଥି, ଲେମ୍ବୁ, ମଟର, ଖରଭୁଜ, କମଳା, କଦଳୀ, ଷ୍ଟ୍ରବେରି ଏବଂ ଅଙ୍ଗୁର ।

Leave A Reply

Your email address will not be published.