ମହିଳାଙ୍କ ପ୍ରଜଜନ କ୍ଷମତା ବଢାଇବାରେ ସାହାଯ୍ୟ କରେ ଏହି ୫ଖାଦ୍ୟ, ଡାଏଟରେ ନିଶ୍ଚୟ କରନ୍ତୁ ସାମିଲ୍

ପ୍ରାୟ ସବୁ ମହିଳାଙ୍କର ଜୀବନରେ କେବେ ନା କେବେ କିଛି ଅନଓ୍ଵାଣ୍ଟେଡ କମ୍ପ୍ଲିକେସନ୍‌ ସହ ଦେଇ ଯିବାକୁ ପଡିଥାଏ। ଏବଂ ଆଜିରର ବ୍ୟସ୍ତବହୁଳ ଜୀବନ ଏବଂ ବିଜି ସିଡ୍ୟୁଲ କାରଣରୁ ଅନେକ ଲୋକଙ୍କୁ ଇନଫର୍ଟିଲିଟୀ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ତେବେ ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ପ୍ରାୟ ଅଧିକାଂଶ ମହିଳା ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରିଥାନ୍ତି । ଯେଉଁଥିରୁ ଗୋଟିଏ ହେଉଛି ବନ୍ଧ୍ୟାକରଣ ସମସ୍ୟା । ଏହି ସମସ୍ୟା ଜଣେ ମହିଳାପାଇଁ ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ । ଯାହାଫଳରେ ସେମାନଙ୍କୁ ଲୋକଙ୍କ ନିକଟକୁ ଅନେକ କିଛି କଥା ଶୁଣିବାକୁ ମିଳିଥାଏ । କିନ୍ତୁ ମହିଳାମାନେ ଏହି ବନ୍ଧ୍ୟାକରଣ ସମସ୍ୟାକୁ ସହଜରେ ଦୂର କରିପାରିବେ । ଏଥିସହିତ ପ୍ରଜଜନ କ୍ଷମତାକୁ ମଧ୍ୟ ବୃଦ୍ଧି କରିପାରିବେ । କିନ୍ତୁ ଏଥିପାଇଁ ସେମାନଙ୍କୁ ନିଜ ଡେଲି ଲାଇଫରେ ଏପରି କିଛି ଖାଦ୍ୟ ଅଛି ଯାହା ସାମିଲ କରିବା ଉଚିତ।

ଅଞ୍ଜିର

ଫର୍ଟିଲିଟୀ ବଢ଼ାଇବା ପାଇଁ ଅଞ୍ଜିର ସବୁଠାରୁ ବଢ଼ିଆ ଅପ୍ସନ। କାରଣ ଅଞ୍ଜିରରେ ଇନସୁଲିନ୍ କମ କରିବା ପାରି ଗୁଣ ରହିଥାଏ । ଏତତ୍ ବ୍ୟତୀତ ପିସିଓଏସରେ ମଧ୍ୟ ଅଞ୍ଜିର ସେବନ ଲାଭଦାୟକ ହୋଇଥାଏ । ତେଣୁ ମହିଳାମାନେ ଏହାକୁ ନିଜ ଡେଲି ଲାଇଫରେ ସାମିଲ କରିବା ଉଚିତ୍ ।

ଡାଲଚିନି

ଡାଲଚିନିର ଗୋଟିଏ ଛୋଟ ଖଣ୍ଡ ଆପଣଙ୍କ ଚା’ର ସ୍ୱାଦକୁ ଚାର ଚାନ୍ଦ ଲଗାଇଦିଏ। ଏଥିସହିତ ଏହାର ସେବନ ମହିଳାମାନଙ୍କ ପାଇଁ ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ । କାରଣ ଏଥିରେ ଥିବା ଔଷଧିୟ ଗୁଣ ଏବଂ ପୋଷକ ତତ୍ତ୍ୱ ମୋଟାବୋଲିଜିମ୍ କୁ ଭଲ ରଖିଥାଏ । ଏତତ୍ ବ୍ୟତୀତ ପିରିୟଡସ୍ ସମୟରେ ବ୍ଲିଡିଙ୍ଗ ଫ୍ଲୋକୁ ନିୟନ୍ତ୍ରଣ କରିଥାଏ ।

କାଜୁ

କାଜୁ ଶରୀରକୁ ମଜବୁତ କରିବା ସହ ମହିଳାମାନଙ୍କ ପ୍ରଜଜନ କ୍ଷମତାକୁ ମଧ୍ୟ ବୃଦ୍ଧି କରିଥାଏ । କାରଣ ଏଥିରେ ପ୍ରଚୁର ପରିମାଣରେ ଜିଙ୍କ ରହିଥାଏ । ଯାହାକି ମହିଳାମାନଅହକ ପାଇଁ ଅତ୍ୟନ୍ତ ଲାଭଦାୟକ । ତେବେ ମହିଳାମାନେ କାଜୁ ବ୍ୟତୀତ ଡାଲି, ଚଣା, ଦଲିଆ ଏବଂ ଡ୍ରାଏ ଚକୋଲେଟ୍ ଆଦି ନିଜ ଡେଲି ଲାଇଫରେ ସାମିଲ କରିବା ଉଚିତ୍ ।

ଗାଈ କ୍ଷୀର

ପ୍ରଜଜନ ଶକ୍ତି ବଢାଇବା ବ୍ୟତୀତ ଗର୍ଭାବସ୍ଥାରେ ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ ଗଈ କ୍ଷୀର । କାରଣ ଏଥିରେ ପ୍ରଚୁର ପରିମାଣର ସନ୍ତୁଳିତ ଚର୍ବି ଥାଏ, ଯାହା ପ୍ରଜଜନ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଭିଟାମିନ୍ ଏ, ଇ ଏବଂ ଡି ମଧ୍ୟ ଏଥିରେ ମିଳିଥାଏ, ଯାହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅଟେ । ତେଣୁ ମହିଳମାନେ ଏହାକୁ ଡେଲି ଲାଇଫରେ ସାମିଲ କରିବା ଉଚିତ୍ ।

ଡାଳିମ୍ବ

ଡାଳିମ୍ବରେ ଭିଟାମିନ୍ ସି, କେ, ଫୋଲେଟ୍ ପରି ଅନେକ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ । ଏହାର ବ୍ୟବହାର ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ପ୍ରଜଜନ ବୃଦ୍ଧି କରିବାରେ ସାହାଯ୍ୟ କରେ ।

ନୋଟ : ଏଠାରେ ଦିଆଯାଇଥିବା ସୂଚନା ସାମାନ୍ୟ ସୂଚନା ଉପରେ ଆଧାରିତ। ଏହାକୁ ଯଦି ଆପଣ ଆପଣାଇବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ଆପଣ ଥରେ ଡାକ୍ତରଙ୍କ ସହ ନିଶ୍ଚୟ ପରାମର୍ଶ ନେଇଯାନ୍ତୁ।

Leave A Reply

Your email address will not be published.