ବର୍ତ୍ତମାନ ସମୟରେ କର୍ମମୟ ଜୀବନରେ ଲୋକେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇ ପାରୁ ନାହାନ୍ତି। ଭୋକ ଲାଗିଲେ ଯାହା ମିଳୁଛି ତାହା ଖାଇ ଦେଉଛନ୍ତି। ଫଳରେ ପେଟ ରୋଗ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ପେଟ ଠିକ୍ ଭାବେ ସଫା ନ ହେବା ପେଟ ରୋଗର ଏକ ବଡ଼ କାରଣ। ପେଟ ଠିକ୍ ଭାବେ ସଫା ନ ହେବା ଫଳରେ ଅମ୍ଳ, କାରଣରୁ ପେଟ ଜଳିବା, ପେଟ ମୋଡ଼ି ହେବା, ଆମ୍ବିଳା ହେକୁଟି ହେବା ଭଳି ସସମ୍ୟା ଦେଖାଯାଏ। କେତେକ ଲୋକ ଏଥିରୁ ମୁକ୍ତି ପାଇବା ଲାଗି ଔଷଧ ଏବଂ ବିଭିନ୍ନ ଚୂର୍ଣ୍ଣର ମଧ୍ୟ ସାହାର ନେଉଛନ୍ତି। କିନ୍ତୁ ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ସମ୍ପର୍କରେ ଜଣାଉଛୁ ଯେଉଁଥିରେ ଭରପୂର ମାତ୍ରାରେ ତନ୍ତୁ ରହିଛି। ଏହାକୁ ଆପଣ ନିଜ ଡାଏଟ୍ରେ ସାମିଲ କରି ପେଟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ପାଇପାରିବେ।
କଖାରୁ ମଞ୍ଜି ଭଜା:
କଖାରୁ ମଞ୍ଜି ଭଜାରେ ପ୍ରଚୁର ପରିମାଣର ତନ୍ତୁ ରହିଛି। ଏହାକୁ ଖାଇବା ଦ୍ବାରା ଦୀର୍ଘ ସମୟ ଯାଏଁ ଭୋକ ଲାଗି ନ ଥାଏ। ଫାଇବର ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଇ ନ ଥାଏ। କାରଣ ଏହା ଖାଦ୍ୟ ହଜମ କରିବାରେ ସହାୟତା କରେ। ଏଥିସହିତ ଏହା ରକ୍ତ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରିତ ରଖେ। ଏହାକୁ ଆପଣ ସନ୍ଧ୍ୟାବେଳେ ସ୍ନାକ୍ସ ଭାବେ ଖାଇପାରିବେ। କାରଣ ଏହି ସମୟରେ କିଛି ନା କିଛି ଖାଇବାକୁ ପ୍ରବଳ ଇଚ୍ଛା ହୋଇଥାଏ।
ସିଝା ମକା:
ସିଝା ମକାରେ ମଧ୍ୟ ପ୍ରଚୁର ମାତ୍ରାରେ ଫାଇବର ରହିଛି। ଏହା ଧିରେ ଧିରେ ହଜମ ହୋଇଥାଏ। ଫଳରେ ଆପଣଙ୍କୁ ଦୀର୍ଘ ସମୟ ଯାଏ ଭୋକ ଲାଗି ନ ଥାଏ। ସିଝା ମକା ଆପଣଙ୍କ ପେଟ ସଫା କରିବା ସହ ଓଜନ କମ୍ କରିବାରେ ସହାୟତା କରେ। ତେଣୁ ଆପଣ ସନ୍ଧ୍ୟା ସମୟରେ ସିଝା ମକା ଖାଇପାରିବେ।
ସ୍ପ୍ରାଉଟ୍ସ:
କେବଳ ସକାଳ ଜଳଖିଆରେ ନୁହେଁ, ସନ୍ଧ୍ୟାରେ ସ୍ପ୍ରାଉଟ୍ ବା ଗଜା ମୁଗ, ବୁଟ ଆଦି ଖାଇବା ଲାଭଦାୟକ ହୋଇପାରେ। ଏଥିରେ ବହୁତ ମାତ୍ରାରେ ଏନ୍ଜାଇମ୍ ରହିଥିବାରୁ ଏହା ସହଜରେ ହଜମ ହୋଇଯାଏ। ଯଦି ପାଚନ ତନ୍ତ୍ରରେ ଥିବା ସମସ୍ୟାରୁ ମୁକ୍ତି ପାଇବା ଲାଗି ଚାହୁଛନ୍ତି, ତେବେ ସ୍ପ୍ରାଉଟ୍ସ ଏକ ଉତ୍ତମ ବିକଳ୍ପ।
ଓଟ୍ସ ପୋହା:
ଯଦି ଆପଣଙ୍କର କିଛି ଚଟପଟା ସ୍ନାକ୍ସ ଖାଇବାକୁ ଇଚ୍ଛା ହେଉଛି ତେବେ ଏହାର ହେଲ୍ଦି ଭର୍ସନ ଅର୍ଥାତ ଓଟ୍ସ ପୋହା ଖାଇପାରିବେ। ଏହା ଖାଇବାକୁ ଯେତିକି ସ୍ବାଦିଷ୍ଟ, ପ୍ରସ୍ତୁତ କରିବା ମଧ୍ୟ ସେତିକି ସହଜ। ଓଟସ୍ରେ ପ୍ରଚୁର ପରିମାଣର ଫାଇବର ରହିଛି।