ଆପଣଙ୍କ ଅସଫଳତାର କାରଣ ପାଲଟିଥାଏ ଏହି ଚାରିଟି କାମ, ଜାଣନ୍ତୁ ଗରୁଡ ପୁରାଣରେ କ’ଣ ରହିଛି ମହତ୍ତ୍ୱ

ପୁରାଣରେ କୁହାଯାଇଥିବା ଅନେକ କଥା ବ୍ୟକ୍ତିଙ୍କ ଜୀବନକୁ ସଠିକ୍‌ ମାର୍ଗ ଦେଖାଇବାରେ ସାହାଯ୍ୟ କରିଥାଏ। ଏହି କଥା ଉପରେ ମଧ୍ୟ ଆପଣଙ୍କ ସଫଳତା ନିର୍ଭର କରିଥାଏ। ଗରୁଡ ପୁରାଣରେ ଏପରି କେତେକ କାର୍ଯ୍ୟ ବିଷୟରେ ଲେଖାଯାଇଛି, ଯାହାକୁ କୌଣସି ବ୍ୟକ୍ତି କରିବା ମଧ୍ୟ ଉଚିତ ନୁହେଁ। ଏହି କାମ କରିବା ଦ୍ୱାରା ମଣିଷ ଜୀବନ ଉପରେ ଅନେକ ଖରାପ ପ୍ରଭାବ ପଡିବା ସହ ଅନେକ କାର୍ଯ୍ୟରେ ମଧ୍ୟ ଅସଫଳତା ମିଳିଥାଏ।

ସଂସ୍କାରୀ ସନ୍ତାନ ନ ହେବା :

ଯେଉଁ ମାତାପିତାଙ୍କର ସଂସ୍କାରୀ ସନ୍ତାନ ନ ହୋଇଥାନ୍ତି, ସେମାନେ ନିଜ ସନ୍ତାନ ପାଇଁ ସମାଜରେ ଅପମାନିତ ହୁଅନ୍ତି। ଏମିତିରେ ନିଜ ପିଲାମାନଙ୍କୁ ଅଭିଭାବକ ଭଲ ସଂସ୍କାର ଦେବା ଉଚିତ। ଏପରି କଲେ ସେମାନଙ୍କର ମାନ ସମ୍ମାନ ସମାଜରେ ବଢିବ।

ଭୁଲ ଲୋକଙ୍କ ସହିତ ରହିବା :

ଯେଉଁ ବ୍ୟକ୍ତି ଭୁଲ ଲୋକଙ୍କ ସହିତ ସାଙ୍ଗ ହୋଇଥାଏ, ସେମାନଙ୍କୁ କେବେ ବି ମାନ ସମ୍ମାନ ମିଳିନଥାଏ। ସେଥିପାଇଁ କେବେ ବି ଅଧର୍ମୀ ଲୋକ ଏବଂ ଖରାପ ଆଚରଣ କରୁଥିବା ଲୋକଙ୍କ ସହିତ ବସାଉଠା କରନ୍ତୁ ନାହିଁ।

ଅନ୍ୟର ଖରାପ ଚିନ୍ତା କରୁଥିବା ବ୍ୟକ୍ତି :

ଯେଉଁ ବ୍ୟକ୍ତି ଅନ୍ୟର ସବୁବେଳେ ଖରାପ ଚିନ୍ତା କରୁଥାଏ, ତାକୁ କେବେ ବି ମାନ ସମ୍ମାନ ମିଳେ ନାହିଁ। ଗରୁଡ ପୁରାଣରେ କୁହାଯାଇଛି ଯେ, ନିଜର ଫାଇଦା ପାଇଁ କେବେ ବି ଅନ୍ୟର ଖରାପ ଚିନ୍ତା କରନ୍ତୁ ନାହିଁ।

ଆୟ କମ୍‌ ହେବା ସତ୍ତ୍ୱେ ମଧ୍ୟ ଦାନ କରିବା :

ଅନେକ ଲୋକ ଦାନ କରିବାର ସ୍ୱଭାବ ରଖିଥାନ୍ତି। ଏମିତି ଲୋକ କମ୍‌ ଆୟ କରିବା ସତ୍ତ୍ୱେ ଅନ୍ୟକୁ ଦାନ କରିଥାନ୍ତି। ଏହି ସ୍ୱଭାବର ବ୍ୟକ୍ତି କେବେ ବି ଖୁସିରେ ରୁହନ୍ତି ନାହିଁ। କୌଣସି ବି ବ୍ୟକ୍ତି ନିଜ କ୍ଷମତାରୁ ଅଧିକ ଦାନ କରିବା ଉଚିତ ନୁହେଁ।

Swagatika

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

7 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

13 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

27 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago