ଲାଇଫ୍ ଷ୍ଟାଇଲ୍

ଶୀତ ଦିନରେ ସୁସ୍ଥ ଶରୀର ପାଇଁ ଆହାରରେ ସାମିଲ କରନ୍ତୁ ଏହିସବୁ ଫଳ, ଜାଣନ୍ତୁ କ’ଣ

ଶରୀରକୁ ସୁସ୍ଥ ରଖିବା ପାଇଁ ଜରୁରୀ ହୋଇଥିାଏ ସୁସ୍ଥ ଏବଂ ସନ୍ତୁଳିତ ଆହାର। ଶରୀରରେ ପୋଷକ ତତ୍ତ୍ବକୁ ପୂରଣ କରିବା ପାଇଁ ଫଳର ବେଶ ମହତ୍ତ୍ବ ରହିଥାଏ। ଗରମ ଦିନରେ ଫଳ ସେବନ ସହ ଜୁସକୁ ମଧ୍ୟ ସାମିଲ କରାଯାଇପାରେ। କିନ୍ତୁ ଶୀତ ଦିନରେ ଫଳ ଚୟନ କରିବାରେ ବେଶ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ। କେଉଁ ଫଳ ଆପଣଙ୍କ ପାଇଁ ଲାଭଦାୟୀ, ତାହା ମଧ୍ୟ ଜାଣିବା ଦରକାର ହୋଇଥାଏ। ତେବେ ଆସନ୍ତୁ ଜାଣିବା ଶୀତ ଦିନରେ କେଉଁ ଫଳ ଖାଇବା ଉଚିତ…

ସେଓ : ସେଓ ଏପରି ଏକ ଫଳ ଯାହା ଆପଣ କୌଣସି ବି ଋତୁରେ ଖାଇପାରିବେ। ଏଥିରେ ହିମୋଗ୍ଲୋବିନ, ଆଇରନ ଏବଂ ଶରୀରରେ ରକ୍ତ ଅଭାବ ହେବାକୁ ଦିଏନାହିଁ। ଏଥିରେ ଥିବା ପ୍ରାକ୍ଟିନ ଫାଇବର, ଭିଟାମିନ, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ ଶରୀରକୁ ସଂକ୍ରମଣ ବ୍ଯାପିବାରୁ ରୋକିଥାଏ। ତେଣୁ ପ୍ରତିଦିନ ଗୋଟେ ସେଓ ଖାଇବା ଉଚିତ।

ଡାଳିମ୍ବ: ଏଥିରେ ଥିବା ଫାଇଟୋକେମିକାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ, ଫାଇବର, ଆଇରନ, ଭିଟାମିନ ରହିଥାଏ। ଯାହା ହାଇ କୋଲେଷ୍ଟ୍ରୋଲ, ବ୍ଲଡପ୍ରେସର, ହାର୍ଟ ଆଟାକ ଏବଂ ଫ୍ରି ରେଡିକଲ୍ସ ଭଳି ରୋଗରୁ ରକ୍ଷା କରିଥାଏ। ତେଣୁ ଡାଳିମ୍ବ ପ୍ରତିଦିନ ଖାଇବା ଉଚିତ।

ସପୁରୀ: ସପୁରୀ କେବଳ ଶରୀର ପାଇଁ ବରଂ ଚେହେରା ପାଇଁ ବି ବହୁତ ଫାଇଦାଯୁକ୍ତ। ଯାହାକୁ ଖାଇବା ଦ୍ବାରା ଚେହେରାରୁ ଦାଗ, ବ୍ଲାକହେଡସ ଏବଂ ଭାଙ୍ଗ ଦୂର ହୋଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଲୋମ ଛିଦ୍ରକୁ ସଫା କରି ରଙ୍ଗ ସଫା କରିଥାଏ।

କଦଳୀ: ଶୀତ ଦିନରେ କଦଳୀ ଖାଇବା ଦ୍ବାରା ଶରୀର ଫିଟ ରହିଥାଏ। ଆପଣ କଦଳୀ ସେକ୍ ମଧ୍ୟ କରି ପିଇପାରିବେ। ଏଥିରେ ଥିବା ଭିଟାମିନ ବି ୬ ଯୋଗୁଁ ଶରୀରକୁ ବେଶୀ ଥଣ୍ଡା ଲାଗିନଥାଏ।

କମଳା: ଏଥିରେ ପ୍ରଚୁର ଭିଟାମିନ ଭରି ରହିଥାଏ। ଯାହାକୁ ଖାଇବା ଦ୍ବାରା ବେଶ୍ ଫାଇଦା ମିଳିଥାଏ। ଏହାକୁ ଖାଇବା ଦ୍ବାରା ଥଣ୍ଡା, ଜ୍ବର ଭଳି ସବୁ ରୋଗ ଦୂର ହୋଇଥାଏ।

Swagatika

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

16 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

31 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

46 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

56 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago