ନର୍ମାଲ ଡେଲିଭରୀ ପରେ ଏହି ୫ ଫଳକୁ ନିଶ୍ଚୟ ଖାଆନ୍ତୁ, ନଚେତ୍ ହୋଇପାରେ ଏମିତି

ନର୍ମାଲ ଡେଲିଭରୀ ପରେ ଶରୀରରେ ପୋଷକ ତତ୍ତ୍ୱର ଅଭାବ ଦେଖାଯାଏ। ଯାହାକୁ ଆପଣ ଫଳ ଖାଇ ପୂରଣ କରିପାରିବେ। ଫଳ ଏବଂ ପରିବା ଦ୍ୱାରା ଆପଣଙ୍କ ଶରୀରକୁ ଏକଦମ୍ ଫିଟ୍ ବା ସୁସ୍ଥ ରଖିପାରିବେ। ତେବେ ବହୁତ ମହିଳା ଅଛନ୍ତି, ଯେଉଁମାନେ ଡେଲିଭରୀ ପରେ ନିଜ ଖାଇବା ପିଇବା ପ୍ରତି ଧ୍ୟାନ ଦିଅନ୍ତିନାହିଁ। ତେଣୁ ଆଜି ଆମେ ଆପଣଙ୍କୁ ଏଠାରେ ଜଣାଇବୁ ନର୍ମାଲ ଡେଲିଭରୀ ପରେ ଆପଣ କ’ଣ କ’ଣ ସବୁ ଖାଇବା ଦରକାର।

ବେରୀ

ବେରୀ ଆଣ୍ଟି ଅକ୍ସିଡେଣ୍ଟ ଭଳି କାମ କରିଥାଏ। ଏହା ଶରୀରକୁ ହାଇଡ୍ରେଟ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ସୁନ୍ଦର, ସୁସ୍ଥ ଏବଂ ଦାଗହୀନ ତ୍ୱଚା ପାଇବା ପାଇଁ ବେରୀ ବହୁତ ଲାଭଦାୟକ ହୋଇଥାଏ। ଡେଲିଭରୀ ପରେ ସ୍କିନରେ ଆସୁଥିବା ପରିବର୍ତ୍ତନ କିମ୍ବା କୌଣସି ସମସ୍ୟାକୁ ଠିକ କରିବାରେ ଆପଣ ବେରୀ ଖାଇପାରିବେ।

dry fruitsଡ୍ରାଏ ଫ୍ରୁଟ୍ସ 

ବାଦାମ, କାଜୁ, କିସମିସ୍, ପିସ୍ତା ଏବଂ ଅଖରୋଟ ଆଦିରେ ଭରପୂର ମାତ୍ରାରେ ଭିଟାମିନ ଇ ହୋଇଥାଏ। ଶରୀରରେ ଭିଟାମିନ ଇ ଅଭାବ ହେବା କାରଣରୁ ଡେଲିଭରୀ ପରେ ଆପଣଙ୍କୁ ଆରୋଗ୍ୟ ହେବାକୁ ଅଧିକ ସମୟ ଲାଗିଥାଏ ଏବଂ ସ୍ତନ୍ୟପାନ କରୁଥିବା ଆପଣଙ୍କ ଶିଶୁର ବିକାଶ ବି ହୋଇନଥାଏ। ତେଣୁ ଏହି ସମୟରେ ଡ୍ରାଏ ଫ୍ରୁଟ୍ସ ଖାଇବା ଜରୁରୀ ।

ଖରବୁଜ୍

ଖରବୁଜରେ ପୋଟାସିୟମ ପ୍ରଚୁର ମାତ୍ରରେ ରହିଥାଏ। ଶରୀରରୁ ଆଳସ୍ୟା ଦୂର କରିବାରେ ଏହା ବଢ଼ିଆ କାମ ଦେଇଥାଏ। ଡେଲିଭରୀ ପରେ ଆଳସ୍ୟ ଏବଂ ଥକ୍କାପଣ ଅନୁଭବ ହେଉଥିଲେ, ପ୍ରତିଦିନ ଖରବୁଜ୍ ନିଶ୍ଚୟ ଖାଆନ୍ତୁ।

କମଳା

ating-the-orangeଏହି ରସାଳିଆ ଫଳ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଭଲ ହୋଇଥାଏ ଏବଂ ଏହାସହିତ ଡେଲିଭରୀ ପରେ ମଧ୍ୟ ଆପଣଙ୍କ ଶରୀରକୁ ବହୁତ ଫାଇଦା ଦେଇଥାଏ। କମଳାରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ। ଜନ୍ମ ପରେ ଶିଶୁର ଶରୀରରେ ପାଣିର ଅଭାବ ରହିବା ଉଚିତ ନୁହେଁ। ତେଣୁ ମାଆର ଦାୟିତ୍ୱ ହୋଇଥାଏ ଯେ ଶିଶୁର ପୋଷଣ ମାଆ କ୍ଷୀରରୁ ନିହାତି ପିଆଇବା ଦରକାର। ଏମିତି ଫଳକୁ ସେବନ କରନ୍ତୁ ଯାହା ଶରୀରକୁ ହାଇଡ୍ରେଟ୍ ରଖିଥାଏ।

ଅମୃତଭଣ୍ଡା

ନର୍ମାଲ ଡେଲିଭରୀ ପରେ ପାଚିଲା ଅମୃତଭଣ୍ଡା ନିଶ୍ଚୟ ଖାଆନ୍ତୁ। ଏହା କୋଲେଷ୍ଟ୍ରଲସ୍ତରକୁ କମ୍ କରିବାରେ ସାହାଯ୍ୟ ମିଳିଥାଏ ଏବଂ ଏଥିରେ ଫାଇବର ଭରପୂର ମାତ୍ରାରେ ରହିଥାଏ।

Leave A Reply

Your email address will not be published.