ଶୋଇବା ପୂର୍ବରୁ ଆପଣଙ୍କର ଏପରି ଖରାପ ଅଭ୍ୟାସ ଅଛି କି ? ସାବଧାନ, ହୋଇପାରେ ଏହି ସବୁ ସମସ୍ୟା
ବର୍ତ୍ତମାନ ସମୟରେ ସମସ୍ତ ଲୋକ ଚାହିଁଥାନ୍ତି କି ସେମାନେ କିପରି ସୁସ୍ଥ ରହିବେ । ହେଲେ ଆପଣମାନେ ତ ଜାଣିଛନ୍ତି ଆଜିକାଲି ଯେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ସେଥିରୁ ମୁକ୍ତି ପାଇବାକୁ ହେଲେ କେତେ କଷ୍ଟ କରିବାକୁ ପଡିଥାଏ । ଏହି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସମସ୍ତ ଲୋକ ବହୁତ ଚିନ୍ତାରେ ରହିଥାନ୍ତି । ତେବେ ପ୍ରତିଦିନ ଲୋକମାନେ ଏପରି ଖରାପ ଲାଇଫ ଷ୍ଟାଇଲ ଫଲୋ କରୁଛନ୍ତି, ଯାହା ସେମାନଙ୍କୁ କିଛି ନ କିଛି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ କରାଉଛି । କିନ୍ତୁ ଆପଣ ଜାଣିଛନ୍ତି କି କିଛି ଏପରି ଅଭ୍ୟାସ ଧୀରେ ଧୀରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବାକୁ ଆରମ୍ଭ କରେ ଏବଂ ଆପଣ ଏହା ବିଷୟରେ ମଧ୍ୟ ଅବଗତ ନୁହଁନ୍ତି । ଯଦି ଆପଣ ମଧ୍ୟ ନିଜକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ଆପଣ ରାତିରେ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ୍ । ତାହେଲେ ଆସନ୍ତୁ ଜାଣିବା ରାତିରେ କେଉଁ ସବୁ ଜିନିଷ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ ।
ରାତିରେ କଫି ପିଅନ୍ତୁ ନାହିଁ :
କିଛି ଲୋକ କଫି ବିନା ଦିନରାତିକୁ ଅସମ୍ପୂର୍ଣ୍ଣ ମନେ କରନ୍ତି । କିନ୍ତୁ ରାତିରେ କଫି ପିଇବା ଆପଣଙ୍କ ଶୋଇବା ଉପରେ ଖରାପ ପ୍ରଭାବ ପକାଇପାରେ । ରାତିରେ ଶୋଇବା ପୂର୍ବରୁ କଫି ପିଇବା ହେତୁ ଆପଣଙ୍କୁ ନିଦ ନ ହେବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସେଥିପାଇଁ ରାତିରେ କଫି ପିଉଥିଲେ ସାବଧାନ ହୋଇଯାଆନ୍ତୁ, ନଚେତ ଆପଣ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସମୁଖୀନ ହୋଇପାରନ୍ତି ।
ବିଳମ୍ବିତ ରାତିରେ ଭୋଜନ କରନ୍ତୁ ନାହିଁ :
ପ୍ରାୟତଃ ଲୋକମାନଙ୍କ ଖରାପ ଅଭ୍ୟାସ ଯେ ସେମାନେ ବିଳମ୍ବିତ ରାତିରେ ଭୋଜନ କରନ୍ତି । ଯାହା ସେମାନଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଆଡକୁ ଟାଣିନିଏ । ଯଦି ଆପଣ ମଧ୍ୟ ବିଳମ୍ବିତ ରାତିରେ ଖାଦ୍ୟ ଖାଆନ୍ତି, ତେବେ ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ହୋଇପାରେ । ଯଦି ଆପଣଙ୍କ ପେଟର ସ୍ୱାସ୍ଥ୍ୟ ଭଲ ନୁହେଁ, ତେବେ ଏହାର ଖରାପ ପ୍ରଭାବ ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଦେଖା ଯାଇପାରେ । ତେଣୁ, ଶୋଇବାର ଦୁଇରୁ ଚାରି ଘଣ୍ଟା ପୂର୍ବରୁ ଆପଣ ଖାଦ୍ୟ ଖାଇବା ଉଚିତ୍ ।
ଲେଟ ନାଇଟ ଫୋନ୍ ବ୍ୟବହାର କରିନ୍ତୁ ନାହିଁ :
ରାତିରେ ଶୋଇବା ପୂର୍ବରୁ ପ୍ରାୟତଃ ଲୋକମାନେ ଫୋନ୍ ବ୍ୟବହାର କରନ୍ତି । ତେବେ ଶୋଇବା ପୂର୍ବରୁ ଫୋନ ବ୍ୟବହାର କରିବା ଆପଣଙ୍କ ମସ୍ତିଷ୍କକୁ କ୍ଷତି ପହଞ୍ଚାଇପାରେ । ସେଥିପାଇଁ ଲେଟ ନାଇଟରେ ଫୋନ ବ୍ୟବହାର କରିବା ଉଚିତ ନୁହେଁ । ଏହା ବ୍ୟତୀତ ରାତିରେ ଫୋନ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ବ୍ଲଡ଼ ପ୍ରେସର ଲେବଲ ବଢି ପରେ, ଯାହା ଦ୍ୱାରା ଆପଣ ଶୋଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସେଥିପାଇଁ ଶୋଇବାର ଅତିକମରେ ଏକ ଘଣ୍ଟା ପୂର୍ବରୁ ଫୋନ ବ୍ୟବହାର କରିବା ବନ୍ଦ କରିଦେବା ଉଚିତ୍ । ଯେଉଁମାନେ ଫିଟ ଏବଂ ହେଲଦି ରହିବାକୁ ଚାହୁଁଛନ୍ତି, ସେମାନେ ଏହିସବୁ କାର୍ଯ୍ୟ କରିବା ଠାରୁ ଦୂରେଇ ରହିବା ଉଚିତ ।