ପୁରୁଷଙ୍କ ଏହି ଖରାପ ଅଭ୍ୟାସ କରିଥାଏ ବିବାହିତ ଜୀବନ ବରବାଦ୍, ଆଜି ହିଁ କରନ୍ତୁ ଏହାକୁ ପରିବର୍ତ୍ତନ

ବିବାହ ବନ୍ଧନ ହେଉଛି ବିଶ୍ବାସର ବନ୍ଧନ। ଏଥିରେ ଉଦ୍ଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ସଂପର୍କର ଡୋରୀକୁ ବାନ୍ଧି ରଖିବାକୁ ପଡିଥାଏ। ଯଦି କାହା ତରଫରୁ ଏହି ସଂପର୍କର ଡୋରୀ ଦୁର୍ବଳ ହୋଇଯାଇଥାଏ ତେବେ ଏହା ଭାଙ୍ଗିବାର ଆଶାଙ୍କା ରହିଥାଏ । ଏଣୁ ପରସ୍ପରକୁ ବୁଝିବା ସହ ନିଜର ଦୁର୍ବଳତା ଏବଂ ଅଭ୍ୟାସକୁ ବଦଳାଇ ସାଥିଙ୍କ ସହ ତାଳ ଦେଇ ଚାଲିଲେ ହିଁ ବିବାହିତ ଜୀବନ ସୁଖମୟ ହୋଇଥାଏ। ଆଜି ଆମେ ବିବାହିତ ଜୀବନରେ ପୁରୁଷଙ୍କ ଦ୍ବାରା କରାଯାଇଥିବା କିଛି ଭୁଲ ବିଷୟରେ କହିବାକୁ ଯାଉଛୁ। ଯାହା ସଂପର୍କ ସହ ତାଙ୍କ ବିବାହିତ ଜୀବନକୁ ମଧ୍ୟ ବରବାଦ କରିଦେଇଥାଏ।

-ବିବାହ ପରେ ସମସ୍ତଙ୍କ ଜୀବନରେ କିଛିଟା ପରିବର୍ତ୍ତନ ଆସିଥାଏ। ଯେଉଁଥିରେ ସମସ୍ତ ଜିନିଷ ବାଦ୍ ନିଜ ସ୍ତ୍ରୀଙ୍କୁ ଉପଯୁକ୍ତ ସମୟ ଦେବାକୁ ପଡିଥାଏ। କିନ୍ତୁ କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ବିବାହ ପରେ ମଧ୍ୟ ନିଜ ଅଭ୍ୟାସକୁ ପରିବର୍ତ୍ତନ କରିନଥାନ୍ତି। ଫଳରେ ସେମାନେ ସ୍ତ୍ରୀଙ୍କ ଅପେକ୍ଷା ନିଜ ସାଙ୍ଗସାଥିଙ୍କୁ ଅଧିକ ସମୟ ଦେଇଥାନ୍ତି। ଏପରିକି କେଉଁ ସମୟରେ କଣ କରୁଛନ୍ତି ତାହା ବିଷୟରେ ନିଜ ଧର୍ମପତ୍ନୀଙ୍କୁ ଜଣାଇନଥାନ୍ତି। ଫଳରେ ଘର ପରିବାରେ କଳହ ଦେଖାଦେବାର ସମ୍ଭାବନା ରହିଥାଏ।

-କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ତାଙ୍କ ପତ୍ନୀଙ୍କୁ ଚାକରାଣୀ ଭାବେ ରଖିଥାନ୍ତି। କିନ୍ତୁ ଏହା ଦ୍ବାରା ସଂପର୍କରେ ଫାଟ ଆସିବାର ସମ୍ଭାବନା ରହିଥାଏ। କାରଣ ସଂପର୍କରେ ସବୁବେଳେ ଦୁଇ ଜଣଙ୍କ ସମାନ ଭାବ ଏବଂ ସମ୍ମାନ ରହିବା ଦରକାର। ଏଣୁ ଯେତେବେଳେ ସମୟ ମିଳୁଛି ନିଜ ପତ୍ନୀଙ୍କୁ ଘରୋଇ କାମରେ ସାହାଯ୍ୟ କରନ୍ତୁ। ଏହା ଦ୍ବାରା ଆପଣଙ୍କ ସଂପର୍କରେ ମିଠାପଣ ଆସିବା ସହ ତାହା ସୁଦ୍ରୁଢ଼ ହେବ।

-ସଂପର୍କରେ ଥିବା ତିକ୍ତତାକୁ ଦୂର କରିବାକୁ ଚେଷ୍ଟା କରନ୍ତୁ। ମହିଳାଙ୍କୁ ସାଧାରଣତଃ ସପ୍ରାଇଜ ଖୁବ ପସନ୍ଦ ଥାଏ। ଏଣୁ ତାଙ୍କୁ ନଜଣାଇ କିଛି ଉପହାର ପ୍ରଦାନ କରନ୍ତୁ। ମହିଳାଙ୍କୁ ସାଧାରଣତଃ ମନରେ ଅଧିକ କଥା ଲୁଚାଇ ରଖୁଥିବା ଲୋକ ପସନ୍ଦ ନଥାନ୍ତି। ଏପରିକି ମିଛ କହିବା କିମ୍ବା କିଛି କଥା ଗୁପ୍ତରେ ରଖିବା ବିବାହିତ ଜୀବନକୁ ଛାରଖାର କରିଦେଇଥାଏ। ଏଣୁ ସଂପର୍କରେ କେବେ କୌଣସି କଥା ଲୁଚାନ୍ତୁ ନାହିଁ।

-ପତ୍ନୀଙ୍କ ସହ ରହିବା ସମୟରେ ତାଙ୍କୁ ସଂପୂର୍ଣ୍ଣ ସମୟ ଦିଅନ୍ତୁ। ଅନେକ ପୁରୁଷଙ୍କର ଅଭ୍ୟାସ ରହିଥାଏ ସମୟ ବ୍ୟବଧାନରେ ମୋବାଇଲ ଦେଖିବା ବା ତାଙ୍କ ବନ୍ଧୁମାନଙ୍କ ବିଷୟରେ କଥା ହେବା । ଭୁଲରେ ମଧ୍ୟ ଏହା କରନ୍ତୁ ନାହିଁ। କାରଣ ଏହା ଆପଣଙ୍କ ସଂପର୍କରେ ଦୂରତା ଆଣିପାରେ।

KNews Bureau

Recent Posts

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…

19 mins ago

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

35 mins ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

51 mins ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

59 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

2 hours ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

2 hours ago