ଲିଭରକୁ ସୁସ୍ଥ ରଖିବା ସହ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରେ ଏହି ଜୁସ୍‌, ପ୍ରତିଦିନ ପିଅନ୍ତୁ

ଶରୀରକୁ ଡିଟକ୍ସ ରଖିବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ସୁସ୍ଥ ରହିବା ପାଇଁ ଶରୀରରୁ ସବୁ ବିଷାକ୍ତ ତଥା ଅଶୁଦ୍ଧ ଜିନିଷ ବାହାରିଯିବା ଆବଶ୍ୟକ। ତେବେ ଏଥିପାଇଁ ଅନେକ ଘରୋଇ ତଥା ଆୟୁର୍ବେଦିକ ଉପାୟକୁ ମାନିବା ଉଚିତ। କାରଣ ଏହାର କୋଣସି ସାଇଡ ଇଫେକ୍ଟ ନଥାଏ । ଏହାକୁ ଖାଇବା ଦ୍ୱାରା ଶରୀର ଡିଟକ୍ସ ହୋଇଥାଏ। ଏହାସହିତ ଲିଭର ସମସ୍ୟା ମଧ୍ୟ ହୋଇନଥାଏ।

ନାଚୁରାଲ ଆଣ୍ଟି ବାଓଟିକର କଥା ଆରମ୍ଭ କଲେ ପ୍ରଥମେ ହଳଦୀ କଥା ଧ୍ୟାନକୁ ଆସେ। ହଳଦୀ ଲିଭର ଏଞ୍ଜାଇମ ପ୍ରଡ୍ୟୁସ୍‌ କରିଥାଏ। ଏହା ରକ୍ତକୁ ସଫା ରଖିଥାଏ । ଏଥିପାଇଁ ପ୍ରଥମେ ପାଣିକୁ ଫୁଟାଇ ଦିଅନ୍ତୁ। ସେଥିରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ। ପାଖାପାଖି ୧୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ପରେ ସେଥିରେ ଲେମ୍ବୁ ପାଣି ମିଶାନ୍ତୁ । ଗୋଲମରିଚ ଗୁଣ୍ଡ ମିଶାଇ ଚା ଆକାରରେ ଏହି ମିଶ୍ରଣକୁ ପିଅନ୍ତୁ। ଶରୀରକୁ ଡିଟକ୍ସ କରିବା ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ।

ଆଖୁ ରସ ପିଇବାକୁ ଯେତିକି ସ୍ୱାଦିଷ୍ଟ ଶରୀର ପାଇଁ ସେତିକି ଫାଇଦାମନ୍ଦ। ଏହା ଶରୀରରେ ଇମ୍ୟୁନିଟି ଶକ୍ତିକୁ ବଢ଼ାଇଥାଏ। ମିଠା ହେବା କାରଣରୁ ପ୍ରାୟତଃ କିଛି ଜଣ ପିଅନ୍ତି ନାହିଁ। କମ ଲୋକ ଅଛନ୍ତି ଯେଉଁମାନେ ଏହାର ଫାଇଦା ଜାଣି ଶରୀରକୁ ଡିଟକ୍ସ କରିବା ପାଇଁ ଲିଭରକୁ ସୁସ୍ଥ ରଖିବା ପାଇଁ ଏହି ଜୁସକୁ ପିଅନ୍ତି।

ସବୁଜ ପନିପରିବା ଖାଇବା ଯେତିକି ଫାଇଦା ହୋଇଥାଏ ତାହାର ଜୁସ ମଧ୍ୟ ସେତିକି ଲାଭକାରୀ ହୋଇଥାଏ। ଏହା ଶରୀରକୁ ଡିଟକ୍ସ କରିଥାଏ। ହଜମ ଶକ୍ତିକୁ ବୃଦ୍ଧି କରିଥାଏ। ଏହାସହ ଶରୀରରେ ପୋଷକ ତତ୍ତ୍ୱ ଅଭାବକୁ ଦୂର କରିଥାଏ।
ଶରୀରକୁ ଡିଟକ୍ସ ରଖିବା ପାଇଁ ସବୁଠୁ ଭଲ ପାନୀୟ ହେଉଛି ଗ୍ରୀନ ଟି। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି। ଏହାକୁ ପିଇବା ଦ୍ୱାରା ଫ୍ୟାଟ ବା ଚର୍ବି କମିଯାଏ।

ବିଟ ଜୁସ୍‌ ଶରୀର ପାଇଁ ସବୁଠୁ ଉପଯୋଗୀ ହୋଇଥାଏ। ଏହା ଶରୀରରେ ରକ୍ତର ଅଭାବକୁ ଦୂର କରିବା ସହ ଏହାକୁ ଡିଟକ୍ସ ରଖିଥାଏ । ଏହାକୁ ପିଇବା ଦ୍ୱାରା ଲିଭର ସୁସ୍ଥ ରୁହେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.