ସ୍ୱାମୀଙ୍କ ବନ୍ଦ କିସମତର ଚାବି ଖୋଲି ଥାଆନ୍ତି ଏପରି ସ୍ତ୍ରୀ, ଦେଖନ୍ତୁ କେମିତି ଜାଣିବେ କିଏ ଭାଗ୍ୟଶାଳୀ

ସାମୁଦ୍ରିକ ଶାସ୍ତ୍ରରେ ଶରୀରର ରଙ୍ଗ,ରୂପ ଏବଂ ଆକାରକୁ ଆଧାର କରି ଭବିଷ୍ୟତ ବିଷୟରେ ଅନେକ କଥା କୁହାଯାଇପାରେ। ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି ଯେ ସ୍ତ୍ରୀମାନଙ୍କର ରଙ୍ଗ ଏବଂ ମୁହଁର ଭଙ୍ଗୀ ଦେଖି ଭବିଷ୍ୟତ ବିଷୟରେ ଆକଳନ କରାଯାଇପାରିବ। ତେବେ ଆସନ୍ତୁ ଜାଣିବା କେମିତି ସ୍ତ୍ରୀ ଆପଣଙ୍କ ପାଇଁ ଉତ୍ତମ ହେବେ।

ଯେଉଁ ସ୍ତ୍ରୀର ହାତର ରେଖା ଲାଲ ,ସ୍ପଷ୍ଟ, ଗଭୀର, ଚିକ୍କଣ , ପୂର୍ଣ୍ଣ ଏବଂ ଗୋଲାକାର ହୋଇଥାଏ ସେହି ସ୍ତ୍ରୀ ଭାଗ୍ୟଶାଳୀ ହୋଇଥାନ୍ତି।

ଯେଉଁ ସ୍ତ୍ରୀର ମୁହଁ ଚନ୍ଦ୍ରମା ଭଳି ଗୋଲ , ଶରୀରର ରଙ୍ଗ ଗୋରା, ଆଖି ବଡ଼ ଏବଂ ଓଠ ହାଲୁକା ଲାଲ ହୋଇଥାଏ ସେହି ସ୍ତ୍ରୀ ସଂସାରର ସବୁ ସୁଖ ଭୋଗ କରିଥାନ୍ତି।

brideଯେଉଁ ସ୍ତ୍ରୀର ଶରୀରର ରଙ୍ଗ ସୁନା ଭଳି ଏବଂ ହାତର ରଙ୍ଗ ପଦ୍ମ ଭଳି ସେହି ସ୍ତ୍ରୀ ପତିବ୍ରତା ହୋଇଥାନ୍ତି। ଯେଉଁ ସ୍ତ୍ରୀର ରଙ୍ଗ ଗୋରା କିମ୍ବା ଶ୍ୟାମଳ ହୋଇଥାଏ ଏବଂ ମୁହଁ,ଦାନ୍ତ ଓ କପାଳ ଚିକ୍କଣ ହୋଇଥାଏ ସେମିତି ସ୍ତ୍ରୀଲୋକମାନେ ଭାଗ୍ୟଶାଳୀ ହୋଇଥାନ୍ତି।

ଯେଉଁ ସ୍ତ୍ରୀର ଦୁଇଟି ଆଖି ହାଲୁକା ଲାଲ , ଆଖି ପିତୁଳାର ରଙ୍ଗ କଳା ଏବଂ ଧଳା ଭାଗ କ୍ଷୀର ଭଳି ଧଳା ଓ ଆଖିପତାର ରଙ୍ଗ କଳା ହୋଇଥାଏ ସେହି ସ୍ତ୍ରୀମାନେ ସୁଲକ୍ଷଣା ହୋଇଥାନ୍ତି।

ଯେଉଁ ମହିଳାମାନଙ୍କ ହାତ କୋମଳ ଏବଂ ପାପୁଲି ସାମାନ୍ୟ ଲାଲ ହୋଇଥାଏ ସେହି ସ୍ତ୍ରୀଲୋକମାନେ ସୈାଭାଗ୍ୟବତୀ ଏବଂ ଧନବତୀ ହୋଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.