ଭାଗ୍ୟବାନ ହୋଇଥାନ୍ତି ଏହି ନାମର ଝିଅ, ଏମାନଙ୍କ ଉପରେ ରହିଥାଏ ମା’ଲକ୍ଷ୍ମୀଙ୍କ କୃପା

ନାମ ଜ୍ୟୋତିଷରେ କୌଣସି ବ୍ୟକ୍ତିର ନାମ ତାର ପରିଚୟ ସମ୍ପର୍କରେ ବହୁତ କିଛି କହିଥାଏ । ତେଣୁ ଜଣେ ବ୍ୟକ୍ତି ପାଇଁ ତାର ନାମ ବହୁତ ମହତ୍ଵପୁର୍ଣ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ନାମ କେବଳ ବ୍ୟକ୍ତିର ପରିଚୟ ନୁହେଁ ତାଙ୍କର ଜୀବନ ସମ୍ପର୍କରେ ବହୁତ କିଛି କହିଥାଏ ।

ବ୍ୟକ୍ତି ନାମର ପ୍ରଥମ ଅକ୍ଷରରୁ ତାଙ୍କର ଗୁଣ, ସ୍ଵଭାଵ,ପସନ୍ଦ,ଅପସନ୍ଦ,କେରିଅର, ପ୍ରେମ ଓ ଦାମ୍ପତ୍ୟ ଜୀବନର ଭବିଷ୍ୟତ ସମ୍ପର୍କରେ ବହୁତ କିଛି କହିଥାଏ । ଆଜି ଆସନ୍ତୁ ଜାଣିବା ଏମିତି କିଛି ଝିଅଙ୍କ ବିଷୟରେ ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର N,T ଓ L ହୋଇଥାଏ ।

N ଅକ୍ଷର ନାମ ବାଲା ଝିଅ :
ଯେଉଁ ଝିଅଙ୍କ ନାମର ମୂଳ ଅକ୍ଷର N ରୁ ଆରମ୍ଭ ହୋଇଥାଏ,ଏମାନଙ୍କ ଭାଗ୍ୟ ବହୁତ ପ୍ରଖର ହୋଇଥାଏ । ଏମାନେ ଯେଉଁ କାମ କରିବାକୁ ଥରେ ଚିନ୍ତା କରିଥାନ୍ତି, ସେଥିରେ ସଫଳତା ପାଇକରି ହିଁ ବିଶ୍ରାମ ନେଇଥାନ୍ତି । ଏମାନଙ୍କ ଆର୍ଥିକ ସ୍ଥିତି ଭଲ ହୋଇଥାଏ । ଏମାନେ ନିଜ ପାଇଁ ତ ଲକି ହୋଇଥାନ୍ତି,ଏଥିସହିତ ଅନ୍ୟ ପାଇଁ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଯେଉଁ ଘରକୁ ବିବାହ କରି ଯାଇଥାନ୍ତି,ସେଠାକୁ ଖୁସୀ ଓ ସମୃଦ୍ଧି ଆସିଥାଏ ।
T ଅକ୍ଷର ନାମର ଝିଅ :
ଯେଉଁ ଝିଅଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ । ସେମାନେ ଭାଗ୍ୟଶାଳୀ ସହ ଧନୀ ବି ହୋଇଥାନ୍ତି । ଏହି ଝିଅମାନେ ନିଜ ଶ୍ୱଶୁର ଘର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ଲାଗି ରହିଥାଏ । ଏମାନଙ୍କ ଜୀବନରେ ଧନ ଦୌଲତ କେବେ କମ ହୋଇନଥାଏ । ଏମାନଙ୍କ ବ୍ୟବହାର ବହୁତ ଭଲ ହୋଇଥାଏ ।
L ଅକ୍ଷର ନାମର ଝିଅ :
ଏହି ନାମର ଝିଅଙ୍କ ହୃଦୟ ସଫା ହୋଇଥାଏ । ଏମାନେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଆନ୍ତି ।ଏମାନେ ଯେଉଁ କାମ କରିବାକୁ ଥରେ ଚିନ୍ତା କରିଥାନ୍ତି, ସେଥିରେ ସଫଳତା ପାଇକରି ହିଁ ବିଶ୍ରାମ ନେଇଥାନ୍ତି । ଏମାନଙ୍କ ପାଇଁ କୌଣସି ବି କାମ ଅସମ୍ଭବ ହୋଇ ନଥାଏ । ଏମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ଲାଗି ରହିଥାଏ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.