ଏମାନଙ୍କ ଉପରେ ଶୀଘ୍ର ପଡ଼ିଥାଏ ଦୁଷ୍ଟଆତ୍ମାର ପ୍ରଭାବ, ଏପରି ରଖନ୍ତୁ ନିଜକୁ ଦୂର

ପ୍ରତ୍ଯେକ ମଣିଷ ଚାହିଁଥାନ୍ତି ସେ ଯେକୌଣସି ଉପାୟରେ ପଛେ ଖରାପ ଶକ୍ତିଠାରୁ ନିଜକୁ ଦୂରରେ ରଖନ୍ତୁ। କିନ୍ତୁ ଏପରି କିଛି ଶକ୍ତି ରହିଥାଏ ଯାହାଠାରୁ ସେ ଚାହିଁଲେ ମଧ୍ୟ ନିଜକୁ ଦୂରେଇ ରଖିପାରନ୍ତି ନାହିଁ। ଏହି ଶକ୍ତି କେବେ ମଧ୍ୟ ସାଧାରଣ ଆଖିକୁ ଦେଖାଯାଇନଥାଏ କିନ୍ତୁ ଏହାର ପ୍ରଭାବ ବହୁତ ଖରାପ ହୋଇଥାଏ। ଏହା ଦ୍ବାରା ଲୋକଙ୍କୁ ଅନେକ ଖରାପ ପରିସ୍ଥିତିର ସମ୍ମୁଖିନ ହେବାକୁ ପଡ଼ିଥାଏ। ଆଜି ଆମେ କେଉଁ ବ୍ଯକ୍ତିଙ୍କ ଉପରେ ଖରାପ ଶକ୍ତିର ପ୍ରଭାବ ପଡ଼ିଥାଏ ଏବଂ ତାହାର ଉପଚାର ବିଷୟରେ କହିବା ପାଇଁ ଯାଉଛୁ।

ghost-

-କେବେ ଯଦି ଆପଣ କୌଣସି ବ୍ଯକ୍ତିଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଯାଇଛନ୍ତି ତେବେ  ସେହି ସମୟରେ କେବେ ମଧ୍ୟ ଭୁଲରେ ପଛକୁ ବୁଲି ଚାହାଁନ୍ତୁ ନାହିଁ। ଏହାଦ୍ବାରା ସେଠାରେ ଥିବା ଦୁଷ୍ଟଆତ୍ମା ସେହି ବ୍ଯକ୍ତିଙ୍କ ପଛରେ ପଡ଼ିଯାଇଥାଏ।

-ଯେଉଁମାନେ ରୋଗଗସ୍ତ ରହିଥାନ୍ତି ତାଙ୍କ ଉପରେ ଖରାପ ଶକ୍ତି ତଥା ଦୁଷ୍ଟଆତ୍ମାର ପ୍ରଭାବ ଖୁବ ଶୀଘ୍ର ପଡ଼ିଥାଏ। ଏଣୁ ରୋଗଗସ୍ତ ବ୍ଯକ୍ତିଙ୍କୁ ସବୁବେଳେ ନିଜର ଆତ୍ମବିଶ୍ବାସକୁ ମଜବୁତ ରଖିବା ଦରକାର।

Negative-Energy

-ବାସ୍ତୁଶସ୍ତ୍ର ଅନୁଯାୟୀ କେବେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ରାତି ସମୟରେ କଳାରଙ୍ଗର ପୋଷାକ ପିନ୍ଧି ବାହାରକୁ ଯିବା ଉଚିତ ନୁହଁ। ଯଦି କୌଣସି ମହିଳା ଏପରି କରନ୍ତି ତେବେ ତାଙ୍କ ପଛରେ ଦୁଷ୍ଟଆତ୍ମ ପଡ଼ିଯାଇଥାନ୍ତି।

-ଯେତେବେଳେ ଘରକୁ ଏକୁଟିଆ ଛାଡ଼ି ବାହାରକୁ ଯାଉଛନ୍ତି ତେବେ ଭୁଲରେ ମଧ୍ୟ ସଂପୂର୍ଣ୍ଣ ଘରକୁ ଅନ୍ଧାର କରନ୍ତୁ ନାହିଁ। କାରଣ ଅନ୍ଧାର ଖରାପ ଶକ୍ତି ଏବଂ ଦୁଷ୍ଟଆତ୍ମାଙ୍କ ବାସସ୍ଥାନରେ ପରିଣତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.