ଏହି ୫ଟି ଖରାପ ଅଭ୍ୟାସ ଜୀବନରୁ ସମସ୍ତ ସୁଖଶାନ୍ତିକୁ ଛଡ଼ାଇ ନେଇଥାଏ

ସବୁ ବ୍ୟକ୍ତି ଚାହିଁଥାନ୍ତି ସଫଳତା ପାଇବା ପାଇଁ । କିଛି ବ୍ୟକ୍ତି ମଧ୍ୟ ସଫଳତା ପାଇଯାଇଥାନ୍ତି କିନ୍ତୁ କିଛି ଖରାପ ଅଭ୍ୟାସ ପାଇଁ ଏହି ସଫଳତା ବହୁତ ଦିନ ଯାଏ ରହିପାରେ ନାହେଁ । ନିତି ଶାସ୍ତ୍ର ଅନୁସାରେ ଏହିପରି ୫ଟି ଖରାପ ଅଭ୍ୟାସ ବିଷୟରେ କୁହାଯାଇଛି ଯାହା କାହାକୁ ବି ବରବାଦ୍ କରିଦେବ । ଆସନ୍ତୁ ଜାଣିବା ଏହି ସବୁ ଖରାପ ଅଭ୍ୟାସ କ’ଣ  ।

ଆଳସ୍ୟ

ଆଳସ୍ୟକୁ ମନ୍ୟୁଷ୍ୟର ସବୁଠାରୁ ଶତ୍ରୁ ବୋଲି କୁହାଯାଏ । ଯେଉଁ ବ୍ୟକ୍ତି କାମ ଚୋର ହୋଇଥାନ୍ତି ଏବଂ ସର୍ବଦା ଅଳସୁଆ ହୋଇଥାନ୍ତି ଦେବୀ ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ପାଖକୁ କଦାପି ଯାଇ ନଥାନ୍ତି । ସର୍ବଦା କର୍ମ କରୁଥିବା ଲୋକଙ୍କ ପାଖକୁ ହିଁ ଦେବୀ ଲକ୍ଷ୍ମୀ ଯାଇଥାନ୍ତି ।

ମଦ୍ୟ ପାନ

ଶାସ୍ତ୍ର ଅନୁସାରେ ମଦ୍ୟ ପାନ କରୁଥିବା ବ୍ୟକ୍ତିଙ୍କର ମସ୍ତିଷ୍କକୁ ଶୂନ୍ୟ କରିଦେଇଥାଏ ଏବଂ ଆତ୍ମାକୁ ଅଂହକାରୀ କରିଦେଇଥାଏ । ଏହି ଭଳି ବ୍ୟକ୍ତିଙ୍କ ପାଖରେ କେତେବି ଟଙ୍କା ଥାଉ ନା କାହିଁକି ମଦ୍ୟ ପାନ ସେହି ବ୍ୟକ୍ତିଙ୍କୁ ବରବାଦ କରିଦେଇଥାଏ ।

ପର ସ୍ତ୍ରୀଙ୍କ ପ୍ରତି ମୋହ

ପର ସ୍ତ୍ରୀଙ୍କ ସହିତ ସଂପର୍କ ରଖୁଥିବା ବ୍ୟକ୍ତିଙ୍କ କେବେବି ମାନ-ସମ୍ମାନ ମିଳି ନଥାଏ । ଶାସ୍ତ୍ର ଅନୁସାରେ ନିଜର ନିମ୍ନମାନର ଚାଲିଚଳନ ପାଇଁ ଏହିଭଳି ବ୍ୟକ୍ତିଙ୍କର ସମସ୍ତ ଧନ ଏବଂ ଜୀବନ ନଷ୍ଟ ହୋଇଯାଇଥାଏ ।

ଦିନରେ ଶୋଇବା

ଦିନରେ ଶୋଇବା ଅଭ୍ୟାସକୁ ଶାସ୍ତ୍ରରେ ଧନକୁ ନାଶ କରିବା ବ୍ୟକ୍ତି ବୋଲି କୁହାଯାଇଛି । ଦିନରେ ଶୋଉଥିବା ବ୍ୟକ୍ତିଙ୍କ ଉପରେ ମା’ଲକ୍ଷ୍ମୀ କେବେବି କୃପା କରି ନଥାନ୍ତି । ଭଗବାନ ଶ୍ରୀ କୃଷ୍ଣ ମଧ୍ୟ ଗୀତାରେ ଦିନରେ ଶୋଉଥିବା ବ୍ୟକ୍ତିମାନଙ୍କୁ ଅସଫଳତାର କାରଣ ବୋଲି କହିଛନ୍ତି ।

ଜୁଆ ଖେଳୁଥିବା ବ୍ୟକ୍ତି

ଜୁଆ କାହାର ହୋଇନଥାଏ ଏହା କାହିଁ କେତେ ଲୋକଙ୍କୁ ବରବାଦ କରିସାରିଛି । ଏହି ସବୁର ସବୁଠାରୁ ବଡ ଉଦାହରଣ ହେଉଛି ମହାଭାରତ । ଜୁଆ କାରଣରୁ ହିଁ ପାଣ୍ଡବଙ୍କୁ ତାଙ୍କର ରାଜ୍ୟ ହରାଇବାକୁ ପଡିଥିଲା । ଜୁଆ ମାନ-ସମ୍ମାନ ଏବଂ ଧନକୁ ନାଶ କରିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.